ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ ହାସଲ କରିବାରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିଫଳ ହୋଇଛି। ମତଦାନ ସମୟରେ ଗୃହରେ ୫୨୮ ସଦସ୍ୟ ଉପସ୍ଥିତ ଥିଲେ। ବିଲ୍‌ ସପକ୍ଷରେ ୨୯୮ ଜଣ ଭୋଟ ଦେଇଥିବାବେଳେ ବିଲ୍‌ ବିପକ୍ଷରେ ୨୩୦ ଭୋଟ ପଡ଼ିଥିଲା। ଫଳରେ ସରକାର ରାଜ୍ୟ ସଭାରେ ବିଲ୍‌ ଉପସ୍ଥାନ ନ କରି ପ୍ରତ୍ୟାହାର କରିନେଲେ। ଏହାକୁ ଶାସକ ଦଳର ସଂଖ୍ୟାଗରିଷ୍ଠତା ଅଭାବଜନିତ ଏକ ସଂସଦୀୟ ସମସ୍ୟା ବୋଲି କୁହାଯାଇପାରେ। ପୂର୍ବରୁ ଗୃହୀତ ହୋଇ ସାରିଥିବା ମହିଳା ସଂରକ୍ଷଣ ବିଲ୍‌ ସହ ନୂଆକରି ନିର୍ବାଚନମଣ୍ଡଳୀ ପୁନର୍ଗଠନକୁ ସଂଯୋଗ କରାଯିବା ନିମନ୍ତେ ଏହି ବିଲ୍‌ ଉଦ୍ଦିଷ୍ଟ ଥିଲା। ମହିଳାଙ୍କୁ ୩୩% ସଂରକ୍ଷଣ ଦେବା ଉଦ୍ଦେଶ୍ୟରେ ୨୦୨୩ ମସିହାରେ ୧୦୬ତମ ସମ୍ବିଧାନ ସଂଶୋଧନ କରାଯାଇଥିଲା। ଏହାକୁ ସବୁ ରାଜନୈତିକ ଦଳ ସମର୍ଥନ ଜଣାଇଥିଲେ। ପରବର୍ତ୍ତୀ ସମୟରେ ମହିଳା ସଂରକ୍ଷଣ ବିଲ୍‌ ସହ ସଂଲଗ୍ନ କରି ନୂଆ ରୂପରେ ଆଉ ଏକ ବିଲ୍‌ ଗୃହୀତ କରାଇବା ନେଇ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହୋଇପାରିନାହିଁ। ସମାନ ପରିସ୍ଥିତି ୟୁପିଏ ସରକାର ସମୟରେ ଦେଖିବାକୁ ମିଳିଥିଲା। ୟୁପିଏ ସରକାର ଅମଳରେ ଆଧାର, ସେବା ଓ ଦ୍ରବ୍ୟ କର ଆଇନ ମଧ୍ୟ ଗୃହୀତ ହୋଇପାରି ନ ଥିଲା।
ମନମୋହନ ସିଂ ଦୁଇ ପର୍ଯ୍ୟାୟରେ ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦେଶର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଭାବେ ୟୁପିଏ ସରକାରର ନେତୃତ୍ୱ ନେଇଥିଲେ। ପ୍ରଥମ ପର୍ଯ୍ୟାୟ ସମୟରେ ଲୋକ ସଭାରେ ବିରୋଧୀ ଦଳ ନେତା ଥିଲେ ଲାଲକୃଷ୍ଣ ଆଡଭାନୀ ଓ ଦ୍ୱିତୀୟ ପର୍ଯ୍ୟାୟରେ ଥିଲେ ସୁଷମା ସ୍ବରାଜ। ଉଭୟ ଭାଜପା ନେତା। ଏହି ସମୟରେ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଥିଲେ ଯଶୱନ୍ତ ସିଂ ଓ ଅରୁଣ ଜେଟଲୀ। ଏହି ଅବଧିରେ ବିରୋଧୀ ଭାଜପା ଦଳ ପକ୍ଷରୁ ମନମୋହନଙ୍କୁ ଦୁର୍ବଳ ପ୍ରଧାନମନ୍ତ୍ରୀ ଆଖ୍ୟା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଉତ୍ତର ରଖି ମନମୋହନ କହିଥିଲେ ଯେ, ମିଳିତ ସରକାରରେ ଅନେକ ବାଧ୍ୟବାଧକତା ରହିଥାଏ। କେତେକ କ୍ଷେତ୍ରରେ ସାଲିସ କରିବାକୁ ପଡ଼ିଥାଏ। ଆଲୋଚନା ଦ୍ୱାରା ସହମତି ଭିତ୍ତିରେ ଅନେକ କାର୍ଯ୍ୟ କରିବାକୁ ପଡ଼ିଥାଏ। ଏବେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଅନୁରୂପ ଅବସ୍ଥାର ସମ୍ମୁଖୀନ ହେଉଥିବା ପରି ମନେହୁଏ।
ସଂସଦର ଗତ ଶୀତକାଳୀନ ଅଧିବେଶନ ସମୟରେ ଏନ୍‌ଡିଏ ସରକାର ଲୋକ ସଭାରେ ୧୨୯ ତମ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ କଲେ। ଦେଶରେ ଏକକ ନିର୍ବାଚନ ପାଇଁ ଏହି ବିଲ୍‌ ଉଦ୍ଦିଷ୍ଟ ଥିଲା। ଅର୍ଥାତ୍‌ ଦେଶରେ ଏକକାଳୀନ ଲୋକ ସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ବିଲ୍‌ ଗୃହୀତ ହୋଇପାରି ନାହିଁ। ଆଗତ ପରେ ବିଲ୍‌କୁ ସଂସଦୀୟ ଯୁଗ୍ମ କମିଟି ନିକଟକୁ ପଠାଇବାକୁ ପଡ଼ିଛି। ଏକକ ନିର୍ବାଚନ ପ୍ରସଙ୍ଗରେ ସଂସଦୀୟ କମିଟି ନ୍ୟାୟପାଳିକାକୁ ସଂଶ୍ଲିଷ୍ଟ କରିବାକୁ ଚାହିଁଥିଲା। କିନ୍ତୁ ନ୍ୟାୟପାଳିକା ଏଥିରୁ ଦୂରେଇ ରହି ନିରପେକ୍ଷତା ବଜାୟ ରଖିବାକୁ ଚାହିଁଛନ୍ତି। କେବଳ ଏହି ଗୋଟିଏ ବିଲ୍‌ ନୁହେଁ, ଏହା ପୂର୍ବରୁ ୱାକଫ୍‌ ଆଇନ ସଂଶୋଧନ ବିଲ୍‌କୁ ସଂସଦୀୟ କମିଟିର ତର୍ଜମା ନିମନ୍ତେ ପଠାଇବାକୁ ସରକାର ବାଧ୍ୟ ହୋଇଥିଲେ। ବୈଦେଶିକ ସହାୟତା ପାଣ୍ଠି(ଏଫ୍‌ସିଆରଏ) ବିଲ୍‌ ମଧ୍ୟ ସଂସଦୀୟ କମିଟିର ତର୍ଜମା ନିମନ୍ତେ ରହିଛି। ଭାଜପାର ଅରୁଣାଚଳ ମୁଖ୍ୟମନ୍ତ୍ରୀ ଏହି ବିଲ୍‌କୁ ପରୋକ୍ଷରେ ବିରୋଧ କରିଛନ୍ତି। ଏବେ ପାର୍ଲାମେଣ୍ଟରେ ସରକାରୀ ଦଳର ଆବଶ୍ୟକ ସଂଖ୍ୟାଗରିଷ୍ଠତା ନାହିଁ। ଭାଜପା ମଧ୍ୟ ଗତ ନିର୍ବାଚନରେ ସ୍ପଷ୍ଟ ବହୁମତ ପାଇପାରି ନାହିଁ। ମନମୁଖି ଭାବେ କୌଣସି ବିଲ୍‌ ଗୃହୀତ କରାଇବାରେ ବା ପ୍ରଶାସନିକ ନିଷ୍ପତ୍ତି ନେବାରେ ସରକାରଙ୍କର ଏବେ ଶକ୍ତି ପାଉନାହିଁ। ତେବେ ଆଶ୍ଚର୍ଯ୍ୟଜନକ ବିଷୟ ଥିଲା ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ ବେଳେ ହ୍ବିପ୍‌ ଜାରି ସତ୍ତ୍ୱେ ଭାଜପାର ୨୦ ଜଣ ସାଂସଦ ଅନୁପସ୍ଥିତ ରହିଥିଲେ। ଏହାର ବାସ୍ତବ କାରଣ ଦଳ ଅଦ୍ୟାବଧି ସ୍ପଷ୍ଟ କରିନାହିଁ। ଏଣୁ ମିଳିତ ସରକାର ଓ ସଂଖ୍ୟାଗରିଷ୍ଠତା ଅଭାବର ପରିଣାମ ଭାଜପା ଏବେ ଅନୁଭବ କରିପାରୁଥିବ।
ମନମୋହନ ସିଂଙ୍କୁ ମୌନ (ନୀରବ) ବାବା ବୋଲି ବିରୋଧୀ ପକ୍ଷରୁ ସମ୍ବୋଧନ କରାଯାଉଥିଲା। ତାଙ୍କର ସ୍ବଳ୍ପ କଥନ ଓ ମାପିଚୁପି ବକ୍ତବ୍ୟ ରଖିବାର ଧାରାକୁ କଟାକ୍ଷ କରି ଭାଜପା ପକ୍ଷରୁ ଏପରି କୁହାଯାଉଥିଲା। ଜଣେ ଶିକ୍ଷାବିତ୍‌ ଓ ଅର୍ଥଶାସ୍ତ୍ରୀ ଭାବେ ସେ ରାଜନୈତିକ ଢାଞ୍ଚାରେ ବକ୍ତବ୍ୟ ରଖିପାରୁ ନ ଥିଲେ। ଅନୁରୂପ ଭାବେ ଦେଖିଲେ ଦିଲ୍ଲୀରେ ସିଜେପି ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା। ଦିଲ୍ଲୀ ପୋଲିସ କେନ୍ଦ୍ର ସରକାରୀ ନିୟନ୍ତ୍ରଣାଧୀନ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପାର୍ଲାମେଣ୍ଟ ପରିସରରେ ଥିବା ନିଜ କାର୍ଯ୍ୟାଳୟକୁ ଗଲେ, କିନ୍ତୁ ସଂସଦ ମଧ୍ୟକୁ ଗଲେ ନାହିଁ। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉତ୍ତର ରଖିବାରେ ସେ ନୀରବ ରହିଗଲେ। କିନ୍ତୁ ମୌନ ମନମୋହନଙ୍କ ନୀତି ଦେଶକୁ ପ୍ରଗତି ପଥରେ ଆଗେଇବାରେ ଯେ ସହାୟକ ହୋଇଥିଲା ତାହା ଏବେ ତାଙ୍କର ବିରୋଧୀ ରାଜନୈତିକ ବ୍ୟକ୍ତିଗଣ ସ୍ବୀକାର କରୁଛନ୍ତିି। ଶିକ୍ଷା ଅଧିକାର ଆଇନ, ସୂଚନା ଅଧିକାର ଆଇନ, ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା, ଏକକ ଫଟୋ ପରିଚୟପତ୍ର ବା ଆଧାର, ଖାଦ୍ୟ ସୁରକ୍ଷା ଆଇନ, ସେବା ଓ ଦ୍ରବ୍ୟ କର ବ୍ୟବସ୍ଥା ଆଦି ମନମୋହନଙ୍କ ଦୂରଦର୍ଶୀ ଯୋଜନା ଥିଲା। ତେବେ ସଂଖ୍ୟାଗରିଷ୍ଠ ଅଭାବରୁ ୟୁପିଏ ସରକାର ଅମଳରେ ଏହି ଯୋଜନା ମଧ୍ୟରୁ କିଛି ଆଇନରେ ପରିଣତ ହୋଇପାରି ନ ଥିଲା। ୨୦୧୦ରେ ଶିକ୍ଷା ଅଧିକାର ଆଇନ ଦେଶରେ କାର୍ଯ୍ୟକାରୀ ହୋଇଥିଲା। ଫଳରେ ଶିକ୍ଷାକୁ ମୌଳିକ ଅଧିକାରଭୁକ୍ତ କରିବାରେ ଭାରତ ବିଶ୍ୱରେ ୧୩୫ତମ ରାଷ୍ଟ୍ର ହୋଇପାରିଲା। ସେହିପରି ସୂଚନା ଅଧିକାର ଆଇନ ୨୦୦୫ରେ ଗୃହୀତ ହୋଇଥିଲା। ଫଳରେ ସାଧାରଣ ନାଗରିକ ଅଧିକ ସଶକ୍ତ ହୋଇପାରିଲେ। ଗରିବ ଜନତାଙ୍କୁ ଖାଦ୍ୟ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ରେ କାର୍ଯ୍ୟକାରୀ ହେଲା। ଗ୍ରାମୀଣ ଜନତାଙ୍କ ପାଇଁ ରୋଜଗାର ନିମନ୍ତେ ୨୦୦୫ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକାରୀ ହେଲା।
ଅନ୍ୟପକ୍ଷରେ ବିରୋଧୀ ଦଳକୁ ଉପେକ୍ଷା କରି ଏନ୍‌ଡିଏ ସରକାର ୨୦୨୦ରେ କୃଷି ଆଇନ ପ୍ରଣୟନ କଲେ। ଏହାର କାର୍ଯ୍ୟକାରିତା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କଲେ। ପୁନର୍ବାର ବର୍ଷକ ପରେ ସରକାର ଏହାକୁ ପ୍ରତ୍ୟାହାର କଲେ। ୨୦୧୬ ବଜେଟ ଅଧିବେଶନ ସମୟରେ ଏନ୍‌ଡିଏ ସରକାର ମନମୋହନଙ୍କ ପରିକଳ୍ପିତ ଆଧାର ବିଲ୍‌ ଗୃହୀତ କରାଇ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କଲେ। କିନ୍ତୁ ରାଜ୍ୟ ସଭାକୁ ଏଡ଼ାଇ ‘ମନିବିଲ୍‌’ ଭାବେ ଏହାକୁ ଗୃହୀତ କରାଗଲା। ଏହା ଏକ ଅସଙ୍ଗତ ପ୍ରକ୍ରିୟା ଥିଲା। ଆଧାରରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ନୁହେଁ ବୋଲି ବିରୋଧୀ ଦଳ ଭାବେ ସେତେବେଳେ ଭାଜପା ପକ୍ଷରୁ ଅଭିଯୋଗ କରାଯାଇଥିଲା। କିଛି ମାମଲା ମଧ୍ୟ ଅଦାଲତକୁ ଯାଇଥିଲା। ଉଭୟ ଆଧାର ଓ ଜିଏସ୍‌ଟି ପରିକଳ୍ପନା ୟୁପିଏ ସରକାର ଅମଳର। ସହମତି ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ଉଭୟ ସହଯୋଗୀ ଓ ବିରୋଧୀ ଦଳକୁ ବିଶ୍ୱାସକୁ ନେଇ ମନମୋହନ ଦେଶରେ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଚାହିଁଥିଲେ। ୟୁପିଏ ସରକାରର ଦ୍ୱିତୀୟ ପାଳିରେ ୨ଜି ଓ କୋଇଲା ଦୁର୍ନୀତି କଥା ଉଠିଲା। ଏହାକୁ ବିରୋଧୀ ଭାଜପା ଏକ ରାଜନୈତିକ ପ୍ରସଙ୍ଗ କରି କ୍ଷମତାସୀନ ହେଲା। ଏହି ଦୁଇ ପ୍ରସଙ୍ଗରେ ଯେଉଁ ପରିମାଣର ଆର୍ଥିକ କ୍ଷତି ଘଟିଥିବା ଓ ଦୁର୍ନୀତି ହୋଇଥିବା ଆକଳନ କରାଯାଇଥିଲା ତାହା ପରବର୍ତ୍ତୀ ସମୟରେ ଠିକ୍‌ ନ ଥିବା ପରେ ଜଣାପଡ଼ିଥିଲା। ଏଣୁ ରାଜନୈତିକ ବ୍ୟବସ୍ଥାରେ ସଂଖ୍ୟାଗରିଷ୍ଠତାର ଅଭାବ ଏକ ଦୁର୍ବଳ ଅବସ୍ଥା ସୃଷ୍ଟି କରିଥାଏ ବୋଲି ଧରିନେବାକୁ ପଡ଼ିବ। ରାଜନୈତିକ କାଦୁଅ ଫୋପଡ଼ାରେ ଦେଶ ବିକଶିତ ହୋଇ ପାରିବନାହିଁ। ୟୁପିଏ ସରକାର ହେଉ ବା ଏନ୍‌ଡିଏ ସରକାର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସ୍ବାଧୀନ ମତରେ ଦେଶ ଆଗକୁ ବଢ଼ିବା ଆବଶ୍ୟକ। ଏହା ହୋଇପାରିଲେ ନେତୃତ୍ୱକୁ ଇତିହାସ ମନେରଖିପାରିବ।

ସୌଭାଗ୍ୟ ସୁନ୍ଦରରାୟ
ମୋ: ୯୪୩୭୨୨୯୨୩୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?