ଅଯୋଗ୍ୟଙ୍କୁ ବିଦାକରିବାକୁ ନିଷ୍ପତ୍ତି

ଅନୁଗୋଳ, ୧୫।୭(ଅମିତ ସାମଲ): ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ବିଭିନ୍ନ ସରକାରୀ ଯୋଜନାରେ ସାମିଲ କର। ଗଳିପଶି ସରକାରୀ ଯୋଜନାର ଲାଭ ଉଠାଉଥିବା ଅଯୋଗ୍ୟଙ୍କୁ ତୁରନ୍ତ ବିଦା କର ବୋଲି ଶୁକ୍ରବାର ଅନୁଗୋଳ ପୌରପାଳିକା କାଉନ୍‌ସିଲ ହଲ୍‌ରେ ଅନୁଷ୍ଠିତ ଭିଜିଲାନ୍ସ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିଲାଗି ଏକ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଏହାପରେ ଖାଦ୍ୟ ସୁରକ୍ଷା ଯୋଜନାରେ ଲାଭ ଉଠାଉଥିବା ସ୍ବଚ୍ଛଳ ବର୍ଗଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଟ ଫିଟିଛି।
ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପାଧ୍ୟକ୍ଷା ଅନୁପମା ସାହୁ, ବିଧାୟକଙ୍କ ପ୍ରତିନିଧି ଅଜିତ୍‌ ପ୍ରସାଦ ଦ୍ୱିବେଦୀ, ଏମ୍‌ପିଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ରାଉତ, ଉପଜିଲାପାଳଙ୍କ ପ୍ରତିନିଧି ଡେପୁଟି କଲେକ୍ଟର ଅମ୍ଳାନ ଅପରାଜିତା, ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଭିଜିଲାନ୍ସ ମନିଟରିଂ କମିଟି ସଦସ୍ୟ ତଥା କାଉନ୍‌ସିଲର ବଳରାମ ଜେନା, ସୂର୍ଯ୍ୟାସ୍ନାତା ସାହୁ, ସମନ୍ବିତ ଶିଶୁ ବିକାଶ ବିଭାଗର ରୀତାଞ୍ଜଳି ପ୍ରଧାନ, ଯୋଗାଣ ବିଭାଗର ଇତିଶ୍ରୀ ଜେନା, ପୌରପାଳିକାର ଏମ୍‌ଆଇ ସ୍ବର୍ଣ୍ଣମଞ୍ଜରୀ ସ୍ବାଇଁ, ଖାଉଟି ପ୍ରତିନିଧି ନାରାୟଣ ସାହୁ, ମିଶନ ଶକ୍ତିର ଜ୍ୟୋତିର୍ମୟୀ ଦଳବେହେରା, ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଧନଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଗୋଳ ପୌରାଞ୍ଚଳରେ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନାରେ ୪,୯୮୫ ହିତାଧିକାରୀ ରହିଛନ୍ତି। ତନ୍ମଧ୍ୟରେ ପ୍ରାୟୋରିଟି ହାଉସ୍‌ ହୋଲ୍‌ଡର (ପିଏଚ୍‌ଏଚ)ରେ ୪,୫୮୭ ଜଣ, ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏୱାଇ)ରେ ୩୪୮, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୪୯, ଅନ୍ନପୂର୍ଣ୍ଣା ଯୋଜନାରେ ଜଣେ ଖାଉଟି ଅଛନ୍ତି। ୯ଜଣ ଡିଲରଙ୍କ ସହାୟତାରେ ଏମାନଙ୍କୁ ଯୋଗାଣ ସାମଗ୍ରୀ ବଣ୍ଟନ କରାଯାଉଛି। ଯୋଗାଣ ସାମଗ୍ରୀ ନିର୍ଦ୍ଧାରିତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା, ଯୋଗାଣ ବିଭାଗରେ ସ୍ବଚ୍ଛତା ରକ୍ଷା, ଓ୍ବାନ୍‌ କାର୍ଡ ଓ୍ବାନ୍‌ ନେଶନର ଠିକ୍‌ କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ଏବଂ ଅଯୋଗ୍ୟଙ୍କୁ ବାଦ୍‌ ଦେବାକୁ ପରାମର୍ଶ ଦିଆଯାଇଛି। ଖାଉଟିଙ୍କୁ ହଇରାଣ କରୁଥିବା ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଏ ସଂକ୍ରାନ୍ତରେ ପୌରନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ପୌରପାଳିକାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ସରକାରୀ ଟାର୍ଗେଟ୍‌ ପୂରଣ ହୋଇଛି। ତଥାପି ଏକ କମିଟି ଗଠନ କରି ଯାଞ୍ଚ କରାଯିବ। ଯେଉଁମାନେ ପ୍ରକୃତରେ ତାଲିକାରେ ରହିବାକୁ ଯୋଗ୍ୟ, ସେମାନେ ରହିବେ। ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ ବାଦ୍‌ ଦିଆଯିବ। ପ୍ରକୃତ ହିତାଧିକାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri