କରୋନା କାଳରେ ମୃତକ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ରିଷି କପୁର (୧୯୫୨-୨୦୨୦) ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ଅତି କମ୍‌ ବୟସରେ ସେ ଫିଲ୍ମ ‘ବବି’ରେ ଅଭିନୟ କରି ଦର୍ଶକମାନଙ୍କ, ବିଶେଷତଃ ଯୁବ ସମାଜ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ। ସେ ବଲିଉଡ୍‌ର ଶୋ-ମ୍ୟାନ୍‌ ଭାବେ ପରିଚିତ ରାଜ କପୁରଙ୍କ ପୁତ୍ର। କରୋନା କାଳରେ ସେ ୩୦ ଏପ୍ରିଲ୍‌ ୨୦୨୦ରେ ମୁମ୍ବାଇ ନଗରରେ ଇହଲୀଳା ସାଙ୍ଗ କରିଥିଲେ। ତାଙ୍କ ଶବ ଶୋଭାଯାତ୍ରାରେ କୋଭିଡ୍‌ ସଂକ୍ରମଣ ବିପକ୍ଷେ ସରକାର ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତଦନୁସାରେ ଖୁବ୍‌ ସୀମିତ ଲୋକ ଉପସ୍ଥିତ ଥିଲେ। ତନ୍ମଧ୍ୟରେ ଥିଲେ ତାଙ୍କ ପରିବାରର ପୁତ୍ର ରଣବୀର କପୁର, ପତ୍ନୀ ନିତୁ କପୁର, ରଣଧୀର କପୁର, ଅଭିନେତା ଅଭିଷେକ ବଚ୍ଚନ, କରୀନା କପୁର, ସୈଫ ଅଲ୍ଲୀ ଖାନ୍‌। କିନ୍ତୁ ତାଙ୍କ ଅତି ଆଦରର କନ୍ୟା ରିଧିମା କପୁର ତାଲାବନ୍ଦ କଟକଣା ଯୋଗୁ ଦିଲ୍ଲୀରୁ ପହଞ୍ଚତ୍ପାରି ନ ଥିଲେ।
ରିଷି ତାଙ୍କ ସହକର୍ମୀ ବିନୋଦ ଖାନାଙ୍କ ଶବ ଶୋଭାଯାତ୍ରାରେ କମ୍‌ ସଂଖ୍ୟକ ଲୋକଙ୍କ ସମାଗମ ସକାଶେ ଗଭୀର ଭାବେ କ୍ଷୁବ୍ଧ ହୋଇଥିଲେ। ବିନୋଦ ଖାନା(୧୯୪୬-୨୦୧୭) ୨୭ ଏପ୍ରିଲ୍‌ ୨୦୧୭ରେ ମୃତ୍ୟୁବରଣ କରିଥିଲେ। ସେତେବେଳେ ଶ୍ମଶାନକୁ ଶବ ଅନୁସରଣକାରୀଙ୍କ ସଂଖ୍ୟା ବିଷୟରେ କୌଣସି ନିଷେଧାଦେଶ ନ ଥିଲା। ତଥାପି ତାହା ଥିଲା ନୈରାଶ୍ୟଜନକ। ବିନୋଦ ଅଭିନୟ ପାଇଁ ଏକାଧିକ ଥର ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଥିଲେ। ପୁଣି ଚାରି ଥର ସଂସଦ ସଦସ୍ୟ ହୋଇ କେନ୍ଦ୍ରମନ୍ତ୍ରୀର କାର୍ଯ୍ୟ ନିର୍ବାହ କରିଥିଲେ। ତଥାପି ଶେଷ ଯାତ୍ରାରେ ଆଶାନୁରୂପ ଜନସମାଗମ(ବିଶେଷତଃ ଯୁବବର୍ଗ) ଦେଖିବାକୁ ମିଳିଲା ନାହିଁ।
ରିଷି ଏହି ଅବସରରେ ଲେଖିଥିଲେ ଯେ, ଏହା ଜଣେ ମୃତକଙ୍କ ପ୍ରତି ଘୋର ଅପମାନ। ବିନୋଦଙ୍କ ବଲିଉଡ୍‌ରେ ଅନେକ ଚଳଚ୍ଚିତ୍ର-ବ୍ୟକ୍ତିତ୍ୱ ସମେତ ଅଗଣିତ ପ୍ରଶଂସକ ଅଛନ୍ତି। ତଥାପି ଜୀବନର ଏକ ଅନ୍ତିମ ମହତ୍ତ୍ୱପୂର୍ଣ୍ଣ ଘଟଣାରେ ସେମାନେ ଯୋଗଦାନ କରି ନାହାନ୍ତି। ତେବେ ଏହି ପରିପ୍ରେକ୍ଷୀରେ ରିଷି ଆହୁରି ଆଶଙ୍କା ପ୍ରକାଶ କରିଥିଲେ ”ମୁଁ ମଲା ବେଳେ ମୋର ଦୁର୍ଦ୍ଦଶା ଏପରି ହୋଇପାରେ। ଫିଲ୍ମ ସହ ସମ୍ପୃକ୍ତ ବ୍ୟକ୍ତିମାନେ ଚଉଥ ବେଳେ ଦାମିକା ପୋଷାକ ପରିଧାନ କରି ବାତାନୁକୂଳିତ ପରିବେଶରେ ଭିଡ଼ ଜମାନ୍ତି। କିନ୍ତୁ ଶବ ସହ ଅନ୍ତିମ-ଯାତ୍ରାକୁ ଏଡ଼ାଇ ଦିଅନ୍ତି।“
ଉଲ୍ଲେଖନୀୟ ଯେ, ରିଷିଙ୍କ ଭବିଷ୍ୟବାଣୀ ତାଙ୍କ ଜୀବନରେ ଦୁର୍ଭାଗ୍ୟବଶତଃ ଘଟିଲା। ଅବଶ୍ୟ ଅନେକ ସାମଞ୍ଜସ୍ୟ ମଧ୍ୟରେ ଉଭୟଙ୍କ କାରଣ ଭିନ୍ନ। ଉଭୟେ କ୍ୟାନ୍‌ସର ଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କଲେ। ଉଭୟଙ୍କ ମୃତ୍ୟୁର ଦୁରାରୋଗ୍ୟ ବ୍ୟାଧି ସମ୍ବନ୍ଧରେ ଲୋକେ ଅବଗତ। ଏପରି କି ରିଷିଙ୍କ ନ୍ୟୁୟର୍କରେ ଦୀର୍ଘଦିନ ଚିକିତ୍ସା ଖବର ଥରକୁ ଥର ପ୍ରକାଶିତ ହୋଇଥିଲା। କରୋନାରୁ ମରଣ ନ ହେଲେ ମଧ୍ୟ କରୋନା କଟକଣା ରିଷିଙ୍କ ଅନୁଗାମୀଙ୍କୁ ଗୃହବନ୍ଦୀ କରିଥିଲା। ଜୀବଦଶାରେ ସେ ଜଣେ ଦୂରଦ୍ରଷ୍ଟା ପରି ଆତଙ୍କିତ ହୋଇଥିଲେ ଯେ, ଲୋକେ ତାଙ୍କ ମୃତଦେହ କାନ୍ଧେଇବାକୁ ଆଗଭର ହୋଇ ନ ପାରନ୍ତି। ଏହି ଦୃଶ୍ୟ ମୋଟାମୋଟି ଭାବେ ରିଷିଙ୍କ ପ୍ରସଙ୍ଗରେ ବାସ୍ତବରେ ରୂପାୟିତ ହେଲା। ସେ ବିନୋଦଙ୍କ ଶେଷ ଯାତ୍ରା ସମ୍ପର୍କରେ ଯେଉଁ କ୍ରୋଧ ପ୍ରକଟ କରିଛନ୍ତି, ଏହା ଆମ ସାମାଜିକ ସଂସ୍କାରର ଅନୁକୂଳ। ଚାଣକ୍ୟ ନୀତିରେ ଉଲ୍ଲେଖ ହୋଇଛି:-”ଆତୁରେ ବ୍ୟସନ ପ୍ରାପ୍ତେ ଦୁର୍ଭିକ୍ଷଃ ଶତ୍ରୁ ସଙ୍କଟେ, ରାଜଦ୍ୱାରେ ଶ୍ମଶାନ ଚ ଯତିଷ୍ଠତି ସବାନ୍ଧବଃ।“ପ୍ରକୃତ ବନ୍ଧୁ କିଏ? ଉକ୍ତ ଚାରି ଶ୍ରେଣୀ ମଧ୍ୟରେ ଜଣକର ମୃତ୍ୟୁ ପରେ ଶ୍ମଶାନ ଭୂମିରେ ଯିଏ ରହେ, ତାକୁ ବନ୍ଧୁ ଭାବେ ଚାଣକ୍ୟ ସମ୍ମାନ ଦେଇଛନ୍ତି। ତେଣୁ ଉକ୍ତ ଘଟଣା ଦ୍ୱାରା ଆମେ ଜାଣିପାରିବା ଯେ, ଆମର ସଚ୍ଚା ବନ୍ଧୁ କିଏ। ଅବଶ୍ୟ ବିନୋଦଙ୍କ ଅସଂଖ୍ୟ ଉପରଠାଉରିଆ ବନ୍ଧୁମାନଙ୍କ ଅସଲ ପରିଚୟ ଏଥିରୁ ଆମେ ଜାଣି ପାରିବା। ରିଷିଙ୍କ କ୍ଷେତ୍ରରେ କିନ୍ତୁ ଏମିତି ବନ୍ଧୁ-ନିରୂପଣ ଭ୍ରମାତ୍ମକ। ରିଷିଙ୍କ ମୃତଦେହ ପଛରେ କମ୍‌ ବ୍ୟକ୍ତି ଯିବାର କାରଣ ହେଉଛି କୋଭିଡ୍‌-୧୯ ସଂକ୍ରମଣ। ତାଙ୍କର ମାରାତ୍ମକ ରୋଗ ନୁହେଁ। ସମକାଳରେ ଅନ୍ୟ ଏକ ଘଟଣା ଏହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ। ‘ପାନ୍‌ ସିଂ ତୋମାର’, ‘ହିନ୍ଦୀ ମିଡିୟମ୍‌’ ଚଳଚ୍ଚିତ୍ରରେ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତା ରୂପେ ପୁରସ୍କୃତ ହୋଇ ଅପାର ଜନପ୍ରିୟତା ହାସଲ କରିଥିବା ଇର୍‌ଫାନ୍‌ ଖାନ (୧୯୬୭-୨୦୨୦) ୨୯ ଏପ୍ରିଲ୍‌ ୨୦୨୦ରେ ଅଣ-କରୋନା ରୋଗ(ନ୍ୟୁରୋ-ଏଣ୍ଡ୍ରୋକ୍ରାଇନ୍‌ ଟ୍ୟୁମର)ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏଥିପାଇଁ ସେ ଦୀର୍ଘଦିନ ୟୁକେରେ ଚିକିତ୍ସିତ ହୋଇଥିଲେ। କିନ୍ତୁ ତାଙ୍କର ବିଷାଦମୟ ଅନ୍ତିମ ଯାତ୍ରାବେଳେ ମଧ୍ୟ ଫ୍ୟାନ୍‌ଙ୍କ ସଂଖ୍ୟା ନଗଣ୍ୟ ଥିଲା। ଏହା ପଛରେ ଖଳନାୟକ ହେଉଛି ସଂକ୍ରାମକ କୋଭିଡ୍‌-୧୯ର ସର୍ବସାଧାରଣରେ ଭୟ।
ତେଣୁ ଆମର ହୃଦ୍‌ବୋଧ ହୁଏ ଯେ, ସଂପ୍ରତି ଜଣେ ସାଧାରଣ ରୋଗରୁ ମଧ୍ୟ ଦୁର୍ଭାଗ୍ୟବଶତଃ ପ୍ରାଣ ହରାଇଲେ, ସେ ହତଭାଗା। ହୁଏତ କେହି କେହି କହିପାରନ୍ତି ଯେ, ଏହି ରୋଗରେ କେବଳ ବୃଦ୍ଧମାନଙ୍କ(ଯଥା: ରିଷି କପୁର) ସମସ୍ୟା। କିନ୍ତୁ ଏହା ବିଭିନ୍ନ ବୟସ ବର୍ଗ ଉପରେ ନିର୍ଭର କରେନାହିଁ। ପାଶ୍ଚାତ୍ୟ ଦେଶରେ ପରିସ୍ଥିତି ଭିନ୍ନ ହୋଇପାରେ। କିନ୍ତୁ ଆମ ଦେଶର ଗୋଟିଏ ପରିସଂଖ୍ୟାନ ସୂଚାଏ ଯେ, ବରିଷ୍ଠମାନଙ୍କ ମଧ୍ୟରୁ ଶତକଡ଼ା ୬୩.୨ ଆରୋଗ୍ୟ ହେଉଥିବା ବେଳେ ଯୁବପିଢ଼ିର ଏହି ହାର କମ୍‌, ଅର୍ଥାତ୍‌ ୪୦ ଭାଗ। ଇଣ୍ଡିଆ ଟୁଡେରେ ମଧ୍ୟ ଏହି ସମ୍ଭାବନା ସୂଚିତ: ୟଙ୍ଗ ଇଣ୍ଡିଆନ୍ସ କମ୍ପ୍ରାଇଜ୍‌ ମୋର ଦାନ ହାଫ୍‌ ଅଫ୍‌ କନ୍‌ଫାର୍ମଡ କୋଭିଡ୍‌-୧୯ କେସେସ୍‌- ଡିଆର୍‌ୟୁ। ତେଣୁ ଏହି ମୃତକଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଏକ ଗୁରୁତର ପ୍ରସଙ୍ଗ ସାଂପ୍ରତିକ ସମୟରେ।
ଦୁର୍ଭାଗ୍ୟର ବିଷୟ ଯେ, ଅଣ-କୋଭିଡ୍‌ ବ୍ୟକ୍ତିଙ୍କ ଦେହାବସାନ ହେଲେ ମଧ୍ୟ ଲକ୍‌ଡାଉନ୍‌ ଫଳରେ ମୃତକମାନେ ସମାଜର ଆଶାନୁରୂପ, ଉଚିତ ସହୃଦୟତାରୁ ବଞ୍ଚତ୍ତ ହୋଇଥାନ୍ତି, ଯଦିଚ ଏହି ତୁଙ୍ଗ ବ୍ୟକ୍ତିମାନଙ୍କ ନିଜର କୌଣସି ଭୁଲ୍‌ ନାହିଁ। ଦୃଷ୍ଟାନ୍ତସ୍ବରୂପ, ନିର୍ଦ୍ଦେଶକ ବାସୁ ଚାଟ୍ଟାର୍ଜୀ(ବୟସ ୯୦, ମୃତ୍ୟୁ ୪ ଜୁନ୍‌ ୨୦୨୦), କୋରିଓଗ୍ରାଫର ସରୋଜ ଖାନ(ବୟସ ୭୧/୩ ଜୁଲାଇ), କ୍ରକେଟ ଖେଳାଳି ଓ ୟୁପି କ୍ୟାବିନେଟ୍‌ ଚେତନ ଚୌହାନ(ବୟସ ୭୩/୧୬ ଅଗଷ୍ଟ)। ଏହି ବରିଷ୍ଠମାନେ ଯଥାକ୍ରମେ ବାର୍ଦ୍ଧକ୍ୟଜନିତ ରୋଗ, ହୃଦ୍‌ଘାତ ଓ ଶ୍ୱାସରୁଦ୍ଧ, କିଡ୍‌ନୀ ବେମାରରେ ପୀଡ଼ିତ ଥିଲେ। ଆମ ରାଜ୍ୟର ଓଡ଼ିଆ ଫିଲ୍ମର ଟାଇଟନ୍‌ ଭାବେ ପରିଚିତ ଅଭିନେତା ବିଜୟ ମହାନ୍ତି ୨୦ ଜୁଲାଇ ୨୦୨୦ରେ ସତୁରି ବର୍ଷ ବୟସରେ ହୃଦ୍‌ଘାତର ଶିକାର ହେଲେ। ତାଙ୍କ ବିଦାୟ ଦ୍ୱାରା ଓଡ଼ିଆ ଫିଲ୍ମରେ ଗୋଟିଏ ଯୁଗର ଅବସାନ ଘଟିଲା। ତେବେ ତାଙ୍କୁ ଆମେ କ’ଣ ଉପଯୁକ୍ତ ଭାବେ ଅନ୍ତିମ ମର୍ଯ୍ୟାଦା ଦେଇପାରିଲେ? ଏହାର କାରଣ ହେଉଛି ଲକ୍‌ଡାଉନ୍‌। କୋଭିଡ୍‌-୧୯ ସଂଭୂତ କଠୋର କଟକଣା ଓ କଡ଼ା ନୀତିନିୟମ।
ଅବିଶ୍ୱାସ ଓ ଭୟର ପ୍ରଭାବ ଏବେ ଏତେ ଉତ୍କଟ ଓ ତିକ୍ତ ଯେ, ଲୋକେ ମୃତକର କରୋନା ଟେଷ୍ଟ ରିପୋର୍ଟ ନ ଆସିଲେ ମୃତଦେହକୁ ଦୀର୍ଘ ସମୟ ପକାଇ ରଖୁଛନ୍ତି। ଅନ୍ତିମ ସଂସ୍କାର କରୁନାହାନ୍ତି। ଏହା ଯେଉଁ ଅସନ୍ତୋଷକୁ ଜନ୍ମ ଦେଲା, ଏହାକୁ ନଜରରେ ରଖି ରାଜ୍ୟ ସରକାର ଜିଲାପାଳ, ଏସ୍‌ପି, ପୌର ନିଗମ କମିଶନର, ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ କୁଆଡ଼େ ୨୮, ଜୁଲାଇ ୨୦୨୦ରେ ନିର୍ଦ୍ଦେଶ ଦେଇଥିବା ପ୍ରକାଶ, ସନ୍ଦେହଯୁକ୍ତ କୋଭିଡ୍‌-୧୯ ମୃତକଙ୍କ ପରୀକ୍ଷା ରିପୋର୍ଟକୁ ଜଗିବା ଅନାବଶ୍ୟକ।
ମୋ: ୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri