ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଦକ୍ଷ ଗାଡ଼ି ଚାଳକଙ୍କୁ ଦେଖିବାକୁ ମିଳୁଛି । ସେ ପାହାଡ଼ର ଏକ ସଙ୍କୀର୍ଣ୍ଣ ରାସ୍ତାରେ ଗାଡ଼ି ବୁଲାଉଛନ୍ତି। ରସ୍ତାଟି ଏତେ ଅଣଓସାରିଆ ହୋଇଛି ଯେ, ଟିକେ ଅସାବଧାନତା ହେଲେ ଗାଡ଼ିଟି ତଳେ ପଡ଼ିଯିବାର ବହୁତ ସମ୍ଭାବାନା ଅଛି। ମାତ୍ର ସେ ସାବଧାନତା ସହ ଏହା ଅତିକ୍ରମ କରୁଛନ୍ତି। ଯେପରି ସେ ମୃତ୍ୟୁ ମୁହଁରୁ ନିଜକୁ ଫେରାଇ ଆଣୁଛନ୍ତି ସେହି ଭଳି ଅନୁଭବ ହେବ। ଭିଡିଓ ଆରମ୍ଭରୁ ମନରେ ଭୟ ପଶିଯିବ। ଶେଷରେ ଏହି ଭୟ ଦୂର ହେଉଛି। ଭିଡିଓକୁ ଫିଗେନ୍ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
Better than the last 5 star wars movies. 😂😂pic.twitter.com/cTe3xMAQi4
— Figen (@TheFigen) August 3, 2022