Posted inଫୁରସତ

ମନ୍‌ସୁନ୍‌ ଡେଷ୍ଟିନେଶନ’ କର୍ଜତ’

ମହାରାଷ୍ଟ୍ରର ଏକ ଆକର୍ଷଣୀୟ ମନ୍‌ସୁନ୍‌ ଡେଷ୍ଟିନେଶନ ହେଉଛି କର୍ଜତ। ସବୁଜ ସୁନ୍ଦର ପରିବେଶ ସାଙ୍ଗକୁ ନଦୀ, ଝରଣାର ସୌନ୍ଦର୍ଯ୍ୟ ପାଇଁ ଏହା ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ରିମ୍‌ଝିମ୍‌ ବର୍ଷାରେ ଭିଜିଭିଜି ଏଠାକାର ପାହାଡ଼, ପର୍ବତକୁ ବୁଲି ଦେଖିବାରେ ମିଳିଥାଏ ଏକ ଅପୂର୍ବ ଆନନ୍ଦ। କେବଳ ସେତିକି ନୁହେଁ ଏଠାକାର ନିକଟତମ ଅଞ୍ଚଳରେ ଅନେକ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ବି ଦେଖିବାକୁ ମିଳିଥାଏ…

କ’ଣ ଦେଖିବେ
କୋଥଲିଗଡ଼ ଦୁର୍ଗ: ଏହା କର୍ଜତ ଅଞ୍ଚଳର ସବୁଠାରୁ ଖାସ୍‌ ଟ୍ରେକିଂ ପଏଣ୍ଟ ଭାବେ ଜଣାଶୁଣା। ବହୁ ପୁରାତନ ଏହି ଦୁର୍ଗ ଉପରକୁ ଗଲେ ଚତୁଃପାର୍ଶ୍ୱର ଆକର୍ଷଣୀୟ ଦୃଶ୍ୟକୁ ମନଭରି ଉପଭୋଗ କରିହୁଏ। ସ୍ଥାନୀୟ ଲୋକଙ୍କ ମତାନୁସାରେ, ଏହା କେବଳ ଏକ ଦୁର୍ଗ ନୁହେଁ, ଅଧିକନ୍ତୁ ଏହା ଏକ ଲାଇଟ୍‌ ହାଉସ୍‌ର ଅନୁଭବ ବି ଦେଇଥାଏ।

ଉହ୍ଲାସ ଉପତ୍ୟକା: ଏହି ଉପତ୍ୟକା ନିଜର ଆକର୍ଷଣୀୟ ଝରଣା ପାଇଁ ବେଶ୍‌ ପରିଚିତ। ବିଶେଷକରି ବର୍ଷାଦିନେ ଉକ୍ତ ଝରଣାର ଆକର୍ଷଣ ଖୁବ୍‌ ବଢ଼ିଯାଏ। ଟ୍ରେକିଂ ପରି ଦୁଃସାହସିକ କ୍ରୀଡ଼ା ପାଇଁ ଏଠାରେ ସୁବିଧା ମଧ୍ୟ ରହିଛି। ସେଥିପାଇଁ ପ୍ରକୃତିପ୍ରେମୀଙ୍କଠାରୁ ଆରମ୍ଭ କରି ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ଏହା ଏକ ଆଦର୍ଶ ସ୍ଥଳୀ ଭାବେ ମଧ୍ୟ ନାଁ କରିପାରିଛି।

କୋଣ୍ଡାନା ଗୁମ୍ଫା: ମହାରାଷ୍ଟ୍ରର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଏହାର ବେଶ୍‌ ନାଁ ରହିଛି। କର୍ଜତ ବୁଲି ଆସୁଥିବା ଲୋକେ ଚାହିଁଲେ ଏଠାକୁ ମଧ୍ୟ ବୁଲି ଯାଇପାରିବେ। ଏହି ଗୁମ୍ଫା ରୋମାଞ୍ଚକ ଅନୁଭବ ଦେଇଥାଏ। ସେହିପରି ଉକ୍ତ ଗୁମ୍ଫାର ବାସ୍ତୁକଳା ବି ଖୁବ୍‌ ଆକର୍ଷଣୀୟ ଲାଗିଥାଏ। କୁହାଯାଏ, ବୌଦ୍ଧଧର୍ମ ସହିତ ଏହି ଗୁମ୍ଫାର ଅନେକ ସମ୍ପର୍କ ରହିଛି। କାରଣ ଏଠାରେ ଏବେ ବି ଅନେକ ବୌଦ୍ଧସ୍ତୂପ ଥିବାର ଦେଖିବାକୁ ମିଳିଥାଏ।

କୋଣ୍ଡେଶ୍ୱର ମନ୍ଦିର:ଏହି ମନ୍ଦିରରେ ଦେବଦେବ ମହାଦେବଙ୍କୁ ପୂଜା କରାଯାଇଥାଏ। ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ଏହି ମନ୍ଦିରକୁ ଗଲେ ଖୁବ୍‌ ଶାନ୍ତି ମିଳିଥାଏ। କର୍ଜତ ବୁଲି ଆସୁଥିବା ପର୍ଯ୍ୟଟକ ଏଠାକୁ ବି ଯାଇପାରିବେ।

କେବେ ଯିବେ
କର୍ଜତକୁ ବୁଲି ଆସିବା ପାଇଁ ବର୍ଷାଦିନ ହେଉଛି ସବୁଠୁ ଭଲ ସମୟ। କାରଣ ଏହିଦିନେ ଏଠାକାର ନଦୀ, ଝରଣା, ପାହାଡ, ପର୍ବତର ସୌନ୍ଦର୍ଯ୍ୟ ଅଧିକ ଆକର୍ଷଣୀୟ ଲାଗିଥାଏ। କିନ୍ତୁ ଏହିସବୁ ସ୍ଥାନକୁ ଯିବାକୁ ହେଲେ ଖୁବ୍‌ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ। କାରଣ ବର୍ଷା ଯୋଗୁ ରାସ୍ତାଘାଟରେ ଗୋଡ଼ ଖସିଯିବାର ସମ୍ଭାବନା ରହିଛି। ବିପଦ ଥିବାର ଜାଣି ମଧ୍ୟ ପର୍ଯ୍ୟଟକ ବର୍ଷାଦିନେ ହିଁ ଏଠାକୁ ଅଧିକ ସଂଖ୍ୟାରେ ବୁଲି ଆସିଥାନ୍ତି।

କେମିତି ଯିବେ
ସଡ଼କପଥ ତଥା ରେଳପଥରେ ଏଠାକୁ ଯିବାର ସୁବିଧା ରହିଛି। ମୁମ୍ବାଇ ହେଉଛି ଏହାର ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ। ସେହିପରି ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି କର୍ଜତର ନିକଟତମ ବିମାନବନ୍ଦର।

ଦୁଃସାହସିକ ପର୍ଯ୍ୟଟନର ମଜା
ଦୁଃସାହସିକ କ୍ରୀଡ଼ା ପାଇଁ କର୍ଜତରେ ଅନେକ ସୁବିଧା ରହିଛି। ଖାସ୍‌ କରି ଟ୍ରେକିଂ, ମାଉଣ୍ଟେନିଂ, ହାଇକିଂ ଏବଂ ଓ୍ବାଟର୍‌ ରାଫ୍ଟିଂ ଏଠାରେ ସୁବିଧାରେ କରି ହୋଇଥାଏ। ହେଲେ ବର୍ଷାଦିନେ ଏହି କ୍ରୀଡ଼ା ପାଇଁ ଟିକେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ।

କ’ଣ କିଣିବେ
ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ବେଶ ସୁଲଭ ମୂଲ୍ୟରେ ଏଠାରୁ କିଣିପାରିବେ, ଯାହାକୁ କର୍ଜତରେ ବସବାସ କରୁଥିବା ଗ୍ରାମବାସୀ ନିଜେ ତିଆରି କରିଥାନ୍ତି ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri