ଓଡ଼ିଶାର ପ୍ରଥମ ନିର୍ବାଚନ କମିଶନରଙ୍କ ପରଲୋକ

ଭୁବନେଶ୍ୱର,୧୨ା୨(ବ୍ୟୁରୋ): ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ତଥା ଅବସରପ୍ରାପ୍ତ ଆଇଏଏସ୍‌ ଦେବେନ୍ଦ୍ର କୁମାର ମିଶ୍ରଙ୍କର ଶନିବାର ମଧ୍ୟାହ୍ନରେ ପରଲୋକ ହୋଇଛି। କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ତେଣୁ ତାଙ୍କୁ ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୮୫ବର୍ଷ ବୟସରେ ତାଙ୍କର ଆଜି ଦେହାନ୍ତ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। ପ୍ରଥମ ନିର୍ବାଚନ କମିଶନର ଭାବେ ୧୯୯୪ରୁ ୧୯୯୯ ମସିହା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଥିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସ୍ବତନ୍ତ୍ର ସହାୟକ, ଭବାନୀପାଟଣା ଉପଜିଲାପାଳ, ସମ୍ବଲପୁର ଜିଲା ଯୋଗାଣ ଅଧିକାରୀ, ଓ ହ୍ୟାଣ୍ଡଲୁମ ନିଗମର ଜେନେରାଲ ମ୍ୟାନେଜର, ମ୍ୟୁନିସିପାଲ ପ୍ରଶାସନର ନିର୍ଦ୍ଦେଶକ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀ ନନ୍ଦୀ ପାଇବେ ‘ଯୁଗଳ କିଶୋର ଦତ୍ତ ଅନୁବାଦ ପୁରସ୍କାର’

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଲେଖାଲେଖି ପତ୍ରିକା ତରଫରୁ ଚଳିତବର୍ଷ ଲାଗି ‘ଯୁଗଳ କିଶୋର ଦତ୍ତ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି। ଖ୍ୟାତନାମା ଅନୁବାଦିକା ଭାରତୀ ନନ୍ଦୀ ୨୦୧୯ ମସିହା...

ଓଏସ୍‌ଏସ୍‌ଟିଇଟି ପରୀକ୍ଷାରେ ତ୍ରୁଟି ଅଭିଯୋଗ

କଟକ ଅଫିସ, ୨।୧୦: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ କରାଯାଇଥିବା ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି)ରେ ତ୍ରୁଟି ହୋଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ...

ଜୈବିକ ଖତକୁ ପ୍ରୋତ୍ସାହନ ଲୋଡ଼ା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟକୁ ରାସାୟନିକ ସାର ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ବ୍ୟବହାର କମିବାରେ ଲାଗିଲାଣି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ...

‘ବାଲ୍ୟ ବିବାହ କରିବୁନି କି କରିବାକୁ ଦେବୁନି’

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ) :ନିଜେ ବାଲ୍ୟ ବିବାହ କରିବେ ନାହିଁ କି ଅନ୍ୟମାନଙ୍କୁ କରିବାକୁ ଦେବେନାହିଁ। ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଆମ ସମାଜରୁ ମୂଳପୋଛ କରିବେ। ବାଲ୍ୟ...

ସବୁ ପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌

ଭୁବନେଶ୍ୱର,୧୪ା୧(ବ୍ୟୁରୋ):ପଞ୍ଚାୟତଗୁଡ଼ିକରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସଂଯୋଗ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମେ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି ।...

ଡଷ୍ଟବିନ୍‌ରୁ ଖାଦ୍ୟ ସାଉଁଟୁଛନ୍ତି ମାନସିକ ବିକୃତ ମହିଳା

ସାରସକଣା, ୫ା୬-ମହାମାରୀ କରୋନା କାଳରେ ସାମ୍ନାକୁ ଆସୁଛି ଅନେକ କରୁଣ ଦୃଶ୍ୟ। ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆ ପଞ୍ଚାୟତ ବମ୍ବେଛକ ବଜାରରେ ଜଣେ ମାନସିକ...

ଭୁବନେଶ୍ୱରରୁ ଆଜି ୩୨୯ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୧୯

ଭୁବନେଶ୍ୱର,୩।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୧୯...

ରାଉରକେଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର,୨୨।୭(ବ୍ୟୁରୋ)-କୋଭିଡ୍‌-୧୯ ମୁକାବିଲା ପାଇଁ ସୁନ୍ଦରଗଡ଼ ଓ ଯାଜପୁର ଜିଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week