ସେବାରେ ଗ୍ରାହକ ସନ୍ତୁଷ୍ଟ: ଶ୍ଳୋକ ସେନ

କୋଭିଡ୍‌ ପରଠାରୁ ଗାଡ଼ି ବ୍ୟବସାୟ ନାନା ସମସ୍ୟା ମଧ୍ୟ ଦେଇ ଗତିକରୁଛି। ଏପରିକି ଯାନବାହନ ଉତ୍ପାଦନ କମିଯାଇଥିବାବେଳେ ନିର୍ମାଣ ଲାଗି ଆବଶ୍ୟକ ଉପକରଣର ଦର ବୃଦ୍ଧି ମଧ୍ୟ ସମସ୍ୟାକୁ ବହୁଗୁଣିତ କରିଛି। ଏଭଳି ଏକ ଚ୍ୟାଲେଞ୍ଜିଂ ସମୟରେ ଗ୍ରାହକଙ୍କୁ ଉତ୍ତମ ସେବା ଦେଇ ସନ୍ତୋଷ କରିବାକୁ ଉଦ୍ୟମ କରିଛି ରାଜଧାନୀର ଜଣାଶୁଣା ଗାଡ଼ି ବିକ୍ରେତା ସୁପର ସେଲ୍ସ। ବାଣିଜ୍ୟ ଓ ମ୍ୟାନେଜ୍‌ମେଣ୍ଟ ଶିକ୍ଷା ପରେ ଏହି ବ୍ୟବସାୟିକ ପ୍ରତିଷ୍ଠାନକୁ ଆଗେଇ ନେଇଥିବା ଯୁବ ଉଦ୍ୟୋଗୀ ତଥା ସୁପର ସେଲ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ଳୋକ ସେନ ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ ନିଜ ବିଜ୍‌ନେସ କ୍ୟାରିୟର ଓ ସାମ୍ପ୍ରତିକ ବଜାର ଉପରେ ଅବତାରଣା କରିଛନ୍ତି।

ଚାକିରି ନ କରି ବ୍ୟବସାୟ ପ୍ରତି ମନ ବଳାଇଲେ କାହିଁକି?
ନିଯୁକ୍ତିକୁ ନେଇ ନାନା ସମସ୍ୟା ରହିଥାଏ। ତେଣୁ ଚାକିରି କରିବା ବଦଳରେ ଯୋଗାଇବା ପାଇଁ ବ୍ୟବସାୟ କରିବାକୁ ଭାବିଥିଲି। ବାଣିଜ୍ୟ ଓ ମ୍ୟାନେଜମେଣ୍ଟ ଶିକ୍ଷା ପରେ କିଛି ନୂଆ କରିବା ଆଶାରେ ବ୍ୟବସାୟରେ ପ୍ରବେଶ କରିଥିଲି। ମୁଁ ଜଣେ ବାଇକ୍‌ପ୍ରେମୀ ଏବଂ ରାଇଡିଂରେ ରୁଚି ରଖୁଥିବାରୁ ବାଇକ୍‌ ବ୍ୟବସାୟ ପ୍ରତି ଆଗ୍ରହୀ ଥିଲି। ପରିବାରର ସହଯୋଗ ଓ ପରିଜନଙ୍କ ଶୁଭେଚ୍ଛା ଫଳରେ ବ୍ୟବସାୟ ନିଷ୍ପତ୍ତି ଅନେକ ମାତ୍ରାରେ ଠିକ୍‌ ଥିଲା ବୋଲି ଅନୁଭବ କରୁଛି।

ସୁଜୁକି ବ୍ରାଣ୍ଡ୍‌ ଆଉ ସୁପର ସେଲ୍ସସର ପରିକଳ୍ପନା ଓ ଏହାର ଯାତ୍ରା ସମ୍ପର୍କରେ କ’ଣ କହିବେ?
ଓଡ଼ିଶା ବଜାରରେ ୨ ଚକିଆ ଯାନ ବିକ୍ରି ପାଇଁ କମ୍ପାନୀ ଯୋଜନା କରୁଥିବା ସମୟରେ ସୁଜୁକି ପକ୍ଷରୁ ମୋ ଜେଜେ ବାପାଙ୍କୁ ଏକ ସୁଯୋଗ ମିଳିଥିଲା। ୨୦୦୬ରେ ଭୁବନେଶ୍ୱର ବଜାର ପାଇଁ କମ୍ପାନୀ ପକ୍ଷରୁ ସ୍ବୀକୃତି ମିଳିବା ସହ ସୁପର ସେଲ୍ସର ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ମୋର ଉଚ୍ଚଶିକ୍ଷା ଶେଷ ହୋଇଯାଇଥିଲା। ପରିବାର ଲୋକଙ୍କ ସହଯୋଗରେ ମୁଁ ୨୦୧୬ରେ ସୁପର ସେଲ୍ସର ଦାୟିତ୍ୱ ବହନ କରିଥିଲି। ଏହା ପରଠାରୁ ସଂସ୍ଥା ଅନେକ ପଥ ଅତିକ୍ରମ କରିସାରିଥିଲେ ବି ମୂଳ ଲକ୍ଷ୍ୟ ହାସଲ ପାଇଁ ପ୍ରୟାସ ଜାରି ରଖିଛି। ଏହାର ଗ୍ରାହକ ଏବଂ କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ସୁପର ସେଲ୍ସର ବିକ୍ରି ଓ ବିକ୍ରି ପର ସେବାରେ ସନ୍ତୁଷ୍ଟ। ଲୋକସମ୍ପର୍କ ଓ ବଜାର ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ବ୍ୟବସାୟ କରାଯାଇଥାଏ। ହେଲେ କଠିନ ପରିଶ୍ରମ ଓ ଗ୍ରାହକ ଚାହିଦାକୁ ଗୁରୁତ୍ୱ ଦେବାକୁ ପଡ଼ିବ।

ବ୍ୟବସାୟିକ ସଫଳତାର ଶ୍ରେୟ କାହାକୁ ଦେବେ?
ମୁଁ ନିମିତ୍ତ ମାତ୍ର। ସଫଳ ବ୍ୟବସାୟୀ ବୋଲି କେବେ କହିନାହିଁ। ହେଲେ ପରିବାର ଲୋକଙ୍କ ଆଶୀର୍ବାଦ, ମା’ଙ୍କ ଶୁଭେଚ୍ଛା ଓ ଭଗବାନଙ୍କର ଦାନ ଯୋଗୁ ସବୁ ସମ୍ଭବ ହୋଇଛି। ଏହି ସଫଳତା ମୁଁ ମୋ ମାଆ ଓ କର୍ମଚାରୀ ଏବଂ ଗ୍ରାହକଙ୍କ ଯୋଗୁ ପାଇପାରିଛି। ବ୍ୟବସାୟ ପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ଧୈର୍ଯ୍ୟ ଧରି ସମାଧାନର ବାଟ ବାହାର କରିବା ମୁଁ ମୋ ମା’ଙ୍କ ଠାରୁ ଶିଖିଛି।

କୋଭିଡ୍‌ ପରଠାରୁ ଗାଡ଼ି ବ୍ୟବସାୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। କିଭଳି ସମାଧାନ କରୁଛନ୍ତି?
ଗାଡ଼ି ବ୍ୟବସାୟରେ ସବୁ ସମୟରେ ସମସ୍ୟା ରହିଥାଏ। ହେଲେ ସେ ସବୁର ସମାଧାନ କରାଯାଉଛି। ହେଲେ କୋଭିଡ୍‌ ପରଠାରୁ ସେହି ସମସ୍ୟା ବଢ଼ିଯାଇଛି। ଗାଡ଼ି ଉତ୍ପାଦନ କମିଥିବାବେଳେ ନିର୍ମାଣ ଲାଗି ଆବଶ୍ୟକ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି। ଚାଇନା ସହ ବାଣିଜି୍ୟକ କଟକଣା ଜାରି ହେବା ଦିନରୁ ଚିପ୍‌ ଭଳି ଅନେକ ପ୍ରକାରର ସାମଗ୍ରୀର ଘୋର ଅଭାବ ଭାରତ ବଜାରରେ ପରିଲକ୍ଷିତ ହୋଇଛି। ଫଳରେ ଗ୍ରାହକଙ୍କ ଚାହିଦା ପୂରଣରେ ବିଳମ୍ବ ହେଉଛି। କମ୍ପାନୀର ଗୁଣାତ୍ମକ ସାମଗ୍ରୀ ଏବଂ ଶୋ’ରୁମ୍‌ର ସେବା ଓ ସର୍ଭିସ୍‌ରେ ଗ୍ରାହକ ସନ୍ତୁଷ୍ଟ ଅଛନ୍ତି।

ସୁଜୁକି ଓ ଜାଓ୍ବାର ଚାହିଦା କିଭଳି ରହିଛି, କେଉଁ ମଡେଲ ସର୍ବାଧିକ ବିକ୍ରି ହେଉଛି?
ଗ୍ରାହକଙ୍କ ପସନ୍ଦ ଓ ଆବଶ୍ୟକତା ପୂରଣ କରିବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। କମ୍ପାନୀର ଉତ୍ପାଦ ଓ ଗ୍ରାହକଙ୍କ ଇଚ୍ଛାକୁ ନେଇ ବ୍ୟବସାୟ ଚାଲିଥାଏ। ୨ଟି ମଡେଲ ପାଇଁ କମ୍ପାନୀର ଭିନ୍ନ ଗ୍ରାହକ ଥିବାରୁ ବିକ୍ରିରେ ମଧ୍ୟ ଫରକ୍‌ ରହିଥାଏ। ବର୍ତ୍ତମାନ ସମୟରେ ସୁଜୁକିର ପ୍ରତି ୧୦୦ ୟୁନିଟ୍‌ ଗାଡ଼ି ବିକ୍ରି ପାଇଁ ଯେତିକି ସମୟ ଲାଗିଥାଏ ସେହି ଅନୁସାରେ ଜାଓ୍ବାର ଗାଡ଼ି ପ୍ରାୟ ୪୦% ଆଗୁଆ ଶେଷ ହୋଇଯାଏ। ଯୁବବର୍ଗଙ୍କ ପାଇଁ ଉଭୟ ମଡେଲର ଭଳିକି ଭଳି ଗାଡ଼ି ଶୋ’ରୁମ୍‌ରେ ଉପଲବ୍ଧ। ଉଭୟ ଗାଡ଼ିର ବିକ୍ରି ସମ ପରିମାଣରେ ନ ହେଲେ ମଧ୍ୟ ଉପର ତଳ କାରବାର ପ୍ରତିମାସରେ ହେଉଛି।

ଗାଡ଼ି ବ୍ୟବସାୟରେ ଜିଏସ୍‌ଟି ଏବଂ ଆର୍‌ଟିଓକୁ କିଭଳି ଦେଖୁଛନ୍ତି?
ଗାଡ଼ି ବ୍ୟବସାୟୀ ଉଭୟ ଟିକସ ଓ ପରିବହନ ବିଭାଗ ସହ ଭଲ ଭାବରେ ଜଡ଼ିତ ରହିଥାନ୍ତି। ନ ହେଲେ ବିକ୍ରି ପରେ ଅନେକ ସମସ୍ୟା ଲାଗି ରହିଥିବ। ୨୦୧୦ରେ ଉଭୟ ବିଭାଗର କାର୍ଯ୍ୟକଳାପ ଓ ପଦକ୍ଷେପ ୨୦୨୦ ବେଳକୁ ଅନେକ ପରିବର୍ତ୍ତନ ହୋଇଯାଇଛି। ସେହିପରି ଜିଏସ୍‌ଟି ଲାଗୁ ହେବା ପରଠାରୁ ବ୍ୟବସାୟୀମାନେ ସହଳ ଓ ସୁବିଧାରେ ଟିକସ ପ୍ରଦାନ କରିପାରୁଛନ୍ତି। ସରକାର ପରିବହନ ବ୍ୟବସ୍ଥାକୁ ଡିଜିଟାଲ କରିବା ଫଳରେ ଆର୍‌ଟିଓ କାର୍ଯ୍ୟ ଶୀଘ୍ର ହୋଇପାରୁଛି। ଫଳରେ ଗ୍ରାହକ ଅତି ସହଜରେ ଗାଡ଼ି ସହ ଆବଶ୍ୟକ କାଗଜପତ୍ର ପାଇପାରୁଛନ୍ତି।

ଅବସର ସମୟରେ କ’ଣ କରିବାକୁ ପସନ୍ଦ କରିଥାନ୍ତି?
ଅବସର ବୋଲି କିଛି ସମୟ ନ ଥାଏ ହେଲେ ବ୍ୟସ୍ତ ବହୁଳ ସମୟ ମଧ୍ୟରେ କିଛି ସମୟ ବାହାର କରି ପରିବାର ଓ ପରିଜନ ସହ ସାଙ୍ଗସାଥୀଙ୍କୁ ଦେବା ପାଇଁ ପ୍ରୟାସ କରିଥାଏ। ସବୁ ପରେ ମଧ୍ୟ ପ୍ରତି ରବିବାର ସାଙ୍ଗମାନଙ୍କ ସହ ବାଇକ୍‌ ରାଇଡିଂରେ ବିଭିନ୍ନ ସ୍ଥାନକୁ ଯାଏ। ଘରେ ଥିଲେ ଟିଭି ଦେଖେ, କ୍ରୀଡ଼ା ଓ ମନୋରଞ୍ଜନରେ ସମୟ ଅତିବାହିତ କରିଥାଏ। ସୁବିଧା ଦେଖି ବିଦେଶ ପରିଭ୍ରମଣରେ ମଧ୍ୟ ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?