ମେଳାରୁ ପାଇଥିବା ଦେଢ଼ଲକ୍ଷ ଟଙ୍କାର ସୁନାହାର ଫେରାଇଲେ

କେନ୍ଦ୍ରାପଡ଼ା ଅଫିସ, ୩୧ା୩: ମଣିଷ ଭଲ କାମ କଲେ ପ୍ରଶଂସା ମିଳେ। ସବୁଠି ତାଙ୍କ ଉଦାରପଣିଆକୁ ନେଇ ଚର୍ଚ୍ଚା ହୁଏ। ସେମିତି ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡ଼ା ସହର ବଡ଼ହାଟର ଗୌତମ ସାହୁ। ମେଳାରୁ ପାଇଥିବା ପ୍ରାୟ ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ସୁନାହାର ସେ ଜଣେ ମହିଳାଙ୍କୁ ଫେରାଇ ଏବେ ସାମାଜିକ ଗଣମାଧ୍ୟମର ହିରୋ ସାଜିଛନ୍ତି। ତାଙ୍କର ଏହି ସାଧୁତା ଓ ଉଦାରପଣିଆକୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସା କରାଯାଇଛି।

ସମ୍ପୂର୍ଣ୍ଣ ଘଟଣାଟି ଥିଲା ଏପରି, ମଙ୍ଗଳବାର ରାତିରୁ କେନ୍ଦ୍ରାପଡ଼ା ଓ ଯାଜପୁର ସୀମାନ୍ତ ଇନ୍ଦୁପୁର ଘାଟରେ ବାରୁଣୀ ମେଳା ଆରମ୍ଭ ହୋଇଛି। ଏହି ମେଳାରେ ସ୍ନାନ କରିବାକୁ ବିଭିନ୍ନ ଜିଲାରୁ ଶ୍ରଦ୍ଧାଳୁମାନେ ଆସିଥିଲେ। ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳର ସନ୍ଧ୍ୟାରାଣୀ ନାୟକ ବି ମେଳା ଅବସରରେ ବାପଘର ଇନ୍ଦୁପୁର ନିକଟସ୍ଥ ହନୁମନ୍ତପାଳରେ ପହଞ୍ଚତ୍ ଥିଲେ। ବାରୁଣୀ ସ୍ନାନ ପରେ ସେ କିଛି ସମୟ ମେଳାର ମଜା ଉଠାଇଥିଲେ। ପରିବାର ଲୋକଙ୍କ ସହ ସେ ମେଳାରେ ବୁଲି ଥିଲେ। ହେଲେ ସେହି ଭିଡ଼ ଭିତରେ ସନ୍ଧ୍ୟାରାଣୀ ପିନ୍ଧିଥିବା ସୁନାହାରଟି କୌଣସି କାରଣରୁ ଛିଡ଼ି ତଳେ ପଡିଯାଇଥିଲା। ହେଲେ ସେଥିପ୍ରତି ତାଙ୍କର ନଜର ନ ଥିଲା। ମେଳାରୁ ଘରକୁ ଫେରିବା ପରେ ସନ୍ଧ୍ୟାରାଣୀ ତାଙ୍କ ଗଳାରେ ହାର ନ ଥିବା ଦେଖି ଦୁଃଖରେ ଭାଙ୍ଗି ପଡିଥିଲେ। ଏତେ ଭିଡ଼ରୁ ସେ ହଜାଇଥିବା ହାର ଆଉ ଫେରି ପାଇବେ ସେ ଆଶା ଛାଡ଼ି ଦେଇଥିଲେ। ଗୌତମ ଜଣେ ସାମାଜିକ କର୍ମୀ। ସେ ମଧ୍ୟ ମେଳାରେ ନିଜର ସେବା କାର୍ଯ୍ୟରେ ବ୍ୟସ୍ତ ଥିଲେ। ତାଙ୍କ ଆଖିରେ ପଡିଥିଲା ଧୂଳିରେ ପୋତି ହୋଇପଡୁଥିବା ଏକ ସୁନାହାର ଉପରେ। ସେହି ହାରକୁ ସେ ଉଠାଇ ଆଣି ସ୍ଥାନୀୟ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେଉରାଙ୍କୁ ଦେଇଥିଲେ। ପ୍ରାୟ ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ହାର ପ୍ରତି ତାଙ୍କର ତିଳେ ମାତ୍ର ଲୋଭ ନ ଥିଲା। ବରଂ ଯେଉଁ ମହିଳାଙ୍କ ହାର ହଜିଥିବ ତାଙ୍କର ମାନସିକ ଅବସ୍ଥା କ’ଣ ଥିବ ସେ କଥା ଗୌତମ ଚିନ୍ତା କରିଥିଲେ। ଏହାପରେ ଯେତେଶୀଘ୍ର ସେହି ମହିଳାଙ୍କୁ ହାର ଫେରାଇ ହେବ ସେଥିପାଇଁ ବ୍ୟବସ୍ଥା କରିଥିଲେ। ଏଥିରେ ତାଙ୍କୁ ସାହାର୍ଯ୍ୟ କରିଥିଲେ ଏସ୍‌ଡିପିଓ ବେଉରା। ସେ ଉପଯୁକ୍ତ ପ୍ରମାଣ ସଂଗ୍ରହ କରିବା ପରେ ସନ୍ଧ୍ୟାରାଣୀଙ୍କୁ ସେହି ହାର ଫେରାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଗୌତମଙ୍କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?