ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି ରାଶି ଜାରି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ପାର୍ୱଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ସରକାର ଅକ୍ଟୋବର ମାସରେ ହିଁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏଁ ପଠାଇପାରନ୍ତି। ତେବେ ଏଥର ଅଯୋଗ୍ୟ ହେବା କିମ୍ୱା ବୈଷୟିକ ତ୍ରୁଟି କାରଣରୁ ଲକ୍ଷ ଲକ୍ଷ ଚାଷୀଙ୍କ ନାମ ହିତାଧିକାରୀ ତାଲିକାରୁ ବାଦ ପଡ଼ିଛି, ତେଣୁ ଆପଣଙ୍କ ଷ୍ଟାଟସ ଠିକ ରହିବା ନିହାତି ଜରୁରୀ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପାଇବା ପାଇଁ ଚାଷୀମାନେ ନିଜର ଷ୍ଟାଟସ ଯାଞ୍ଚ କରିବା ଉଚିତ। ଯଦି ଆପଣଙ୍କ ଷ୍ଟାଟସ ଦେଖାଯାଉ ନାହିଁ, ତେବେ e-KYC ପ୍ରକ୍ରିୟା ପୂରଣ କରି ଭେରିଫିକେସନ କରାଇବା ଆବଶ୍ୟକ ହେବ। ଏହାକୁ ଘରେ ବସି ମଧ୍ୟ କରାଯାଇପାରିବ।

କେନ୍ଦ୍ର ସରକାର e-KYC ପ୍ରକ୍ରିୟାକୁ ବେଶ ସହଜ କରିଦେଇଛନ୍ତି। ଏବେ ଆପଣ କୌଣସି OTP କିମ୍ୱା ବାୟୋମେଟ୍ରିକ ଫିଙ୍ଗରପ୍ରିଣ୍ଟ ବିନା ହିଁ e-KYC ସମ୍ପୂର୍ଣ୍ଣ କରିପାରିବେ। ଆପଣ ଚାହିଁଲେ ନିଜ ମୋବାଇଲରୁ ଫେସ ଅଥେଣ୍ଟିକେସନ (ମୁହଁ ଚିହ୍ନଟ) ମାଧ୍ୟମରେ ଏହାକୁ କରିପାରିବେ:

* ପ୍ରଥମେ ଆପଣ ‘PM KISAN GOI’ ର ଅଫିସିଆଲ ଆପ ଡାଉନଲୋଡ କରନ୍ତୁ।
* ଆପରେ ନିଜର ପଞ୍ଜୀକୃତ ମୋବାଇଲ ନମ୍ୱର କିମ୍ୱା ଆଧାର ନମ୍ୱର ସାହାଯ୍ୟରେ ଲଗ-ଇନ କରନ୍ତୁ।
* ହୋମ ପେଜ୍ରେ ଆପଣଙ୍କୁ ’e-KYC’ କିମ୍ୱା ’Face Authentication’ ର ବିକଳ୍ପ ଦେଖାଯିବ, ସେଥିରେ କ୍ଲିକ କରନ୍ତୁ।
* ଏହା ପରେ ଆପ୍ର କ୍ୟାମେରା ଆପଣଙ୍କ ମୁହଁକୁ ସ୍କାନ କରିବ। ନିଜ ମୁହଁକୁ କ୍ୟାମେରା ସାମ୍ନାରେ ସିଧା ରଖନ୍ତୁ ଏବଂ ଆଖି ପତା ପକାନ୍ତୁ।
* ପ୍ରକ୍ରିୟା ଶେଷ ହେବା ମାତ୍ରେ ସ୍କ୍ରିନରେ ’e-KYC Successfully Completed’ ବାର୍ତ୍ତା ଆସିଯିବ।

ଲକ୍ଷ ଲକ୍ଷ ଚାଷୀଙ୍କ କିସ୍ତି କେବଳ ଏହି କାରଣରୁ ଅଟକିଯାଏ ଯେ ସେମାନଙ୍କ ଜମି ଯାଞ୍ଚ (ଭେରିଫିକେସନ) ହୋଇନଥାଏ କିମ୍ୱା ବ୍ୟାଙ୍କ ଖାତା ଆଧାର ସହିତ ସଂଯୋଗ ହୋଇନଥାଏ। ଆପଣ ଘରେ ବସି ଏହାର ଅନଲାଇନ ଷ୍ଟାଟସ ଏହିପରି ଯାଞ୍ଚ କରିପାରିବେ:

ପିଏମ କିଷାନର ଅଫିସିଆଲ ୱେବସାଇଟ pmkisan.gov.in କୁ ଯାଆନ୍ତୁ।
ହୋମ ପେଜରେ ଥିବା ’Know Your Status’ (ନିଜର ଷ୍ଟାଟସ ଜାଣନ୍ତୁ) ବିକଳ୍ପ ଉପରେ କ୍ଲିକ କରନ୍ତୁ।
ନିଜର ପଞ୍ଜୀକରଣ (ରେଜିଷ୍ଟ୍ରେସନ) ନମ୍ୱର ଏବଂ ସ୍କ୍ରିନ୍ରେ ଦେଖାଯାଉଥିବା କ୍ୟାପଚା କୋଡ ଦେଇ ’Get Data’ ଉପରେ କ୍ଲିକ କରନ୍ତୁ।
ଏବେ ଆପଣଙ୍କ ସ୍କ୍ରିନ୍ରେ ଆପଣଙ୍କର ପୂରା ପ୍ରୋଫାଇଲ ଖୋଲିଯିବ। ଏଠାରେ ’Eligibility Status’ (ଯୋଗ୍ୟତା ସ୍ଥିତି) ଟ୍ୟାବ ଉପରେ କ୍ଲିକ କରନ୍ତୁ।

ଯଦି ଏହି ତିନୋଟି ମଧ୍ୟରୁ କୌଣସି ବି ବିକଳ୍ପ ଆଗରେ ’NO’ ଲେଖାଅଛି, ତେବେ ଆପଣଙ୍କର ୨୪ତମ କିସ୍ତି ଅଟକିଯାଇପାରେ। ଏପରି ସ୍ଥିତିରେ ତୁରନ୍ତ ନିକଟସ୍ଥ କୃଷି ବିଭାଗ କାର୍ଯ୍ୟାଳୟ କିମ୍ୱା ନିଜ ବ୍ୟାଙ୍କ ସହ ଯୋଗାଯୋଗ କରି ଏହାକୁ ସୁଧାରି ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?