୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା ସହ ମୂଲ୍ୟବୃଦ୍ଧି, ଆମେରିକୀୟ ଡଲାର ତୁଳନାରେ ଅନ୍ୟାନ୍ୟ ମୁଦ୍ରାର ଅବମୂଲ୍ୟାୟନକୁ ନେଇ ଶେୟାର ବଜାର ଅସ୍ଥିର ରହିଆସିଥିଲାବେଳେ ଆଶଙ୍କିତ ହୋଇପଡ଼ିଥିବା ନିବେଶକ ବିପୁଳ ପରିମାଣରେ ପୁଞ୍ଜି ପ୍ରତ୍ୟାହାର କରିବା ଘଟଣା ପ୍ରମୁଖ ଶେୟାର ବଜାରଗୁଡିକୁ ପ୍ରଭାବିତ କରିଛି। ଏହି କ୍ରମରେ ଭାରତୀୟ ଶେୟାର ବଜାର ମଧ୍ୟ ସର୍ବାଧିକ ପ୍ରଭାବିତ ହୋଇଛି। ବିଶେଷକରି ସଂସ୍ଥାଗତ ବିଦେଶୀ ବିନିଯୋଗକାରୀ(ଏଫ୍‌ଆଇଆଇ)ଙ୍କ ଦ୍ୱାରା କ୍ରମାଗତ ଶେୟାର ବିକ୍ରି ପ୍ରକ୍ରିୟା ବଜାର ପାଇଁ ଚିନ୍ତାର ବିଷୟ ପାଲଟିଛି। ବିଭିନ୍ନ କାରଣକୁ ନେଇ ପୂର୍ବରୁ ଏଫ୍‌ଆଇଆଇ ଭାରତୀୟ ଶେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର ଜାରି ରଖିଥିଲେ ହେଁ ଗତ ୩ ଦିନ ମଧ୍ୟରେ ସେମାନଙ୍କ ଦ୍ୱାରା ସର୍ବାଧିକ ଶେୟାର ବିକ୍ରି କରାଯିବା ଘଟଣା ବଜାର ତଥା ଘରୋଇ ନିବେଶକମାନଙ୍କ ପାଇଁ ପ୍ରତିକୂଳ ସ୍ଥିତି ଉତ୍ପନ୍ନ କରିଛି। ମାତ୍ର ୩ ଦିନ ମଧ୍ୟରେ ଏଫ୍‌ଆଇଆଇଙ୍କ ଦ୍ୱାରା ୨୯,୬୧୨.୮୫ କୋଟି ଟଙ୍କାର ଶେୟାର ବିକ୍ରି କରାଯାଇଛି। ଭାରତରେ ସୀମିତ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ସୁଯୋଗ, ଟେକ୍ନୋଲୋଜି କ୍ଷେତ୍ରକୁ ନେଇ ଚିନ୍ତା, ଅଶୋଧିତ ତୈଳ ମୂଲ୍ୟବୃଦ୍ଧିଠାରୁ ଆରମ୍ଭକରି ଡଲାରର ଚାହିଦା ବୃଦ୍ଧି ଭଳି ଅନେକ କାରଣ ପୁଞ୍ଜି ପ୍ରତ୍ୟାହାରକୁ ପ୍ରୋତ୍ସାହିତ କରୁଛି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏହାବ୍ୟତୀତ ଆମେରିକାର ୧୦ ବର୍ଷିଆ ବଣ୍ଡ ୟିଲ୍ଡ ମଧ୍ୟ ପୁଞ୍ଜି ପ୍ରତ୍ୟାହାରର ଅନ୍ୟ ଏକ କାରଣ ହୋଇଛି। ଅନେକ ଦଶନ୍ଧି ପରେ ଏହି ବଣ୍ଡ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ଘଟଣା ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଛି; ଯେଉଁଥିପାଇଁ ସେମାନେ ଶେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେଉଥିବା ବିଶେଷଜ୍ଞମାନେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ଚାରି ସନ୍ତାନଙ୍କ ମା’ଙ୍କଠାରୁ ଅଲଗା ହେଲେ ଏଲନ ମସ୍କ ; ସାଥୀ ଶିଭୋନ ଲେଖିଲେ ଲମ୍ବା ପୋଷ୍ଟ

ଓ୍ବାଶିଂଟନ,୩।୧୦: ଏଲନ ମସ୍କ ଏବଂ ଶିଭୋନ ଜିଲିସଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁରାଲିଙ୍କ (Neuralink)ର ଅଧିକାରୀ ଶିଭୋନ ଜିଲିସ ସୋସିଆଲ ମିଡିଆରେ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?