ଲୋକଙ୍କ ହିତରେ ଓଡ଼ିଶା ଷ୍ଟିଭେଡର୍ସ: ଚର୍ଚ୍ଚିତ ମିଶ୍ର

ରାଜ୍ୟ ତଥା ଦେଶର ଆର୍ଥିକ ଉନ୍ନତିରେ ଆମଦାନୀ ଓ ରପ୍ତାନି ବିଶେଷ ଭୂମିକା ଗ୍ରହଣ କରିଥାଏ। ଆମ ରାଜ୍ୟର ଜଳପଥରେ ପଣ୍ୟ କାରବାର ପ୍ରାୟତଃ ଗୋପାଳପୁର ଓ ପାରାଦୀପରୁ ହୋଇଥାଏ। ଏହାକୁ ସମ୍ଭବ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ ଅନ୍ୟତମ। ଏହାଛଡ଼ା ବନ୍ଦର, ବିଳାସପୂର୍ଣ୍ଣ କାର୍‌ ବିକ୍ରୟ ସହ ଅନ୍ୟାନ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଓଏସ୍‌ଏଲ୍‌ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର।

ଓଏସ୍‌ଏଲ୍‌ ଗ୍ରୁପକୁ ଆପଣ କିପରି ଆସିଲେ?
ଓଏସ୍‌ଏଲ୍‌ ଗ୍ରୁପ୍‌କୁ ଆସିବାର ଚିନ୍ତାଧାରା ମୋର ପୂର୍ବରୁ ଥିଲା। ୨୦୦୧ରେ ମୁଁ ଓଏସ୍‌ଏଲ୍‌ରେ ଯୋଗଦେଇଥିଲି। ବାପା ମହିମାନନ୍ଦ ମିଶ୍ର ଏହି କମ୍ପାନୀର ଚେୟାରମ୍ୟାନ୍‌ ହୋଇ ମଧ୍ୟ ମୁଁ ଭାଇଜାଗ୍‌ ଅଫିସ୍‌ରେ ସୁପରଭାଇଜର ଭାବେ କାର୍ଯ୍ୟ ଆରମ୍ଭ କରିଥିଲି। ଏପରି କି ସେତେବେଳେ ମୋତେ କୌଣସି ସ୍ବତନ୍ତ୍ର ଚାମ୍ବର ମିଳି ନ ଥିଲା।

ବ୍ୟବସାୟ କୌଶଳ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ଏତେ କମ୍‌ ବୟସରୁ କିପରି ଦକ୍ଷତା ହାସଲ କଲେ?
ପିଲାବେଳରୁ ବ୍ରେକ୍‌ଫାଷ୍ଟ ଏବଂ ଡାଇନିଂ ଟେବୁଲ୍‌ରେ ବାପାଙ୍କ ସହିତ ବ୍ୟବସାୟ ବିଷୟରେ ଆଲୋଚନା ହୋଇଆସୁଥିଲା। ତଥାପି ଭାଇଜାଗ୍‌ରେ ଥିବା ସେତେବେଳର ଶାଖା ପରିଚାଳନାରୁ କାର୍ଯ୍ୟ କରିବାର ଶୈଳୀ ସମ୍ପର୍କରେ ଶିକ୍ଷା ଆହରଣ କରିଥିଲି। କମ୍ପାନୀର ଅନ୍ୟ କେତେଜଣ ବରିଷ୍ଠ ଅଧିକାରୀଙ୍କଠାରୁ ମଧ୍ୟ ବ୍ୟବସାୟ କୌଶଳ ବିଷୟରେ ଅନେକ କିଛି ଶିକ୍ଷା ପାଇଥିଲି।

ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ କେବଳ ଏକ ଷ୍ଟିଭେଡିଂ ସଂସ୍ଥା ନୁହେଁ, ବରଂ ଏଠାରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ ହୋଇଥାଏ। ଆପଣ ଏହାକୁ କିପରି ପରିଚାଳନା କରୁଛନ୍ତି?
ପ୍ରଥମରେ ଓଏସ୍‌ଏଲ୍‌ ଏକ ପ୍ରଫେସନାଲ୍‌ ଡ୍ରିଭେନ୍‌ କମ୍ପାନୀ। ଆମେ ନିଯୁକ୍ତି ବେଳେ ସମୟ ନେଇ ଠିକ୍‌ ଏମ୍ପ୍ଲୟିଙ୍କୁ ଚୟନ କରିଥାଉ। ଥରେ ଆମ କମ୍ପାନୀରେ ରହିବା ପାଇଁ ଯୋଗ୍ୟ ବିବେଚିତ ହୋଇଗଲେ, ଆମେ ସେମାନଙ୍କୁ ଏକ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇଥାଉ। ଫଳରେ କମ୍ପାନୀ ପରିଚାଳନା ସହଜ ହୋଇଥାଏ।

ବର୍ତ୍ତମାନ ପରିପେକ୍ଷୀରେ ଷ୍ଟିଭେଡିଂ କମ୍ପାନୀ ପାଇଁ କି ସମସ୍ୟା ରହିଛି?
ଓଏସ୍‌ଏଲ୍‌ର ହିଁ ଷ୍ଟିଭେଡିଂ (ଜାହାଜଗୁଡ଼ିକରେ ମାଲ୍‌ ବୋଝେଇ ଓ ଖଲାସ୍‌ କାର୍ଯ୍ୟ)ରୁ ହୋଇଥିଲା। ବନ୍ଦରଗୁଡ଼ିକରେ ଶ୍ରମିକମାନଙ୍କ କାର୍ଯ୍ୟ ଷ୍ଟିଭେଡିଂ। ଏହାଛଡ଼ା ଆମକୁ କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ କରିବାକୁ ପଡୁଛି। କାରଣ ମାଲ୍‌ ବୋଝେଇ ଖଲାସ୍‌ କାମ ଧୀରେ ଧୀରେ କମିଆସୁଛି। ଏହାଛଡ଼ା ଆମେ ମାଇନିଂ, ମେକାନିକାଲ୍‌ ବର୍ଥ ଓ ଜଳପଥରେ ମାଲ୍‌ ପରିବହନ ଇତ୍ୟାଦି କାର୍ଯ୍ୟରେ ମନୋନିବେଶ କରୁଛୁ। ଗୋପାଳପୁର ପୋର୍ଟ ମଧ୍ୟ ଆମେ ନେଇଛୁ।

ଗୋପାଳପୁର ବନ୍ଦର ପ୍ରତିଷ୍ଠା କରି ଆପଣଙ୍କ ଚିନ୍ତା ସଫଳ ହୋଇଛି କି?
ପାରାଦୀପ ବନ୍ଦର ୬୦ ଦଶକରେ ଆରମ୍ଭ ହୋଇଥିଲା। ୯୦ ଦଶକ ଯାଏ ପ୍ରାୟ ୩୦ରୁ ୩୫ ମିଲିୟନ୍‌ ଟନ୍‌ ମାଲ୍‌ ପରିବହନ ହୋଇପାରୁଥିଲା। ୧୨୦ ମିଲିୟନ୍‌ ଟନ୍‌ ମାଲ୍‌ ପରିବହନ ପାଇଁ ପାରାଦୀପକୁ ୬୦ ବର୍ଷ ଲାଗିଗଲା। ଭଗବାନଙ୍କ ଦୟାରୁ ଗୋପାଳପୁର ବନ୍ଦର ୨୦୦୬ରେ ଆରମ୍ଭ ହେଲା। ୨୦୦୭ରେ ଆଙ୍କରେଜ୍‌ ଅପରେଶନ ଆରମ୍ଭ ହେଲା। ବର୍ଥ ଅପରେଶନ ୨୦୧୫ରେ ଆରମ୍ଭ ହୋଇଥିଲେ ହେଁ ଫାଇଲିନ୍‌ ଯୋଗୁ ବନ୍ଦର କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଆମେ ବହୁ କ୍ଷତି ସହିଥିଲୁ। ପୁନଃ ନିର୍ମାଣ କରି ପୁଣିଥରେ କାର୍ଯ୍ୟ ଆରମ୍ଭ କରିଥିଲୁ। ୨୦୧୬ରୁ ଅଦ୍ୟାବଧି ୬ ବର୍ଷ ମଧ୍ୟରେ ୧୫ ମିଲିୟନ ଟନ୍‌ରେ ପହଞ୍ଚିପାରିଛୁ। ଏହା ଆମ ପାଇଁ ଏକ ଆଖିଦୃଶିଆ ସଫଳତା। ଆଗାମୀ ୫ ବର୍ଷ ମଧ୍ୟରେ ଏହାକୁ ୪୫ ମିଲିୟନ୍‌ ଟନ୍‌ରେ ପହଞ୍ଚାଇବାକୁ ଧାର୍ଯ୍ୟ କରିଛୁ।

ଓଡ଼ିଶାରେ ବିଏମ୍‌ଡବ୍ଲ୍ୟୁ ଭଳି ଉଚ୍ଚ ମୂଲ୍ୟଯୁକ୍ତ ଗାଡ଼ିର ବିକ୍ରେତା ହେବାକୁ କାହିଁକି ଚାହିଁଲେ?
ଆମେ ପ୍ରଥମେ କୋଲକାତାରେ ବିଏମ୍‌ଡବ୍ଲ୍ୟୁର ଡିଲରଶିପ୍‌ ଖୋଲିଥିଲୁ। ସେତେବେଳେ ଇଷ୍ଟର୍ନ ଜୋନ୍‌ରେ ବିଳାସପୂର୍ଣ୍ଣ ଗାଡ଼ି ବିକ୍ରି ପ୍ରାୟ ୫୦ ରହିଥିଲା। ୨୦୦୮ରେ ଆମେ ଏକୁଟିଆ ୭୦ଟି ବିଏମ୍‌ଡବ୍ଲ୍ୟୁ ଗାଡ଼ି ବିକ୍ରି କରିଥିଲୁ। ପରେ ଏହାର ଚାହିଦା ବଢ଼ିଲା ଏବଂ ଆଜିର ଦିନରେ ଓଡ଼ିଶାରେ ଆମେ ବର୍ଷକୁ ୧୫୦ ସଂଖ୍ୟକ ଗାଡ଼ି ବିକ୍ରି କରୁଛୁ। ଏବେ ଲୋକଙ୍କ ପାଖରେ ଖର୍ଚ୍ଚ କରିବାର ଶକ୍ତି ମଧ୍ୟ ବଢ଼ିଗଲାଣି।

ଭବିଷ୍ୟତ ପାଇଁ କ’ଣ ଯୋଜନା ରହିଛି?
ଓଏସ୍‌ଏଲ୍‌ ପରିବାରକୁ ଆହୁରି ଆଗକୁ ବଢ଼ାଇବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହି କମ୍ପାନୀ ଉପରେ ଅନେକ ପରିବାର ନିର୍ଭରଶୀଳ। ଏହା କୌଣସି ଲାଭଖୋର କମ୍ପାନୀ ନୁହେଁ, ବରଂ ସବୁବେଳେ ଲୋକଙ୍କ ହିତରେ କାର୍ଯ୍ୟ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ପକେଟ ଉପରେ ବଢ଼ିବ ବୋଝ! ଅଗଷ୍ଟରୁ ମହଙ୍ଗା ହେବ କାର୍‌, ଟିଭି, ଫ୍ରିଜ୍‌ ସହ…ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟରୁ ପର୍ବପର୍ବାଣୀ ଋତୁ ଆରମ୍ଭ ହେବା ସହିତ ମହଙ୍ଗା ମଧ୍ୟ ଆପଣଙ୍କୁ ଅପେକ୍ଷା କରିଛି। ସକାଳର ଚା’ଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ଅଗଷ୍ଟରେ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri