FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ ସରକାର ସମୟ ସମୟରେ ବିଭିନ୍ନ ନିୟମରେ ପରିବର୍ତ୍ତନ କରୁଛନ୍ତି। ଏହି କ୍ରମରେ ଦିବ୍ୟାଙ୍ଗଜନଙ୍କ ପାଇଁ ଜାରି ହେଉଥିବା ଟୋଲ ଛାଡ଼ ଫାଷ୍ଟଟ୍ୟାଗ ନିୟମରେ ବଡ଼ ପରିବର୍ତ୍ତନ କରିଛି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ। ନୂଆ ସଂଶୋଧିତ ନିୟମ ଆଜିଠାରୁ ଲାଗୁ ହୋଇଛି।

ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ଦିବ୍ୟାଙ୍ଗଜନଙ୍କ ପାଇଁ ଟୋଲ ପ୍ଲାଜା ଦେଇ ଯିବା ପ୍ରକ୍ରିୟାକୁ ଅଧିକ ସହଜ ଓ ଝଞ୍ଜଟମୁକ୍ତ କରିବା। ପୂର୍ବରୁ ଦିବ୍ୟାଙ୍ଗଜନଙ୍କ ପାଇଁ ଜାରି ହେଉଥିବା ଟୋଲ ମୁକ୍ତ ଫାଷ୍ଟଟ୍ୟାଗ ପ୍ରତିବର୍ଷ ନବୀକରଣ କରିବାକୁ ପଡ଼ୁଥିଲା। ଏଣିକି ଏହି ପ୍ରକ୍ରିୟାରୁ ଲାଭାର୍ଥୀଙ୍କୁ ବାରମ୍ବାର ମୁକ୍ତି ମିଳିବ। ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ଏଣିକି ଦିବ୍ୟାଙ୍ଗଜନଙ୍କ ଫାଷ୍ଟ୍ୟାଗ୍ର ବୈଧତା ଦିବ୍ୟାଙ୍ଗତାର ପ୍ରତିଶତ ଆଧାରରେ ନିର୍ଦ୍ଧାରିତ ହେବ।

୭୦%ରୁ ୧୦୦% ଦିବ୍ୟାଙ୍ଗତା: ଏହି ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ମିଳୁଥିବା ଛାଡ଼ ଫାଷ୍ଟଟ୍ୟାଗ ବୈଧତା ୫ ବର୍ଷ ରହିବ।

୪୦%ରୁ ଅଧିକ କିନ୍ତୁ ୭୦%ରୁ କମ ଦିବ୍ୟାଙ୍ଗତା: ଏହି ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କ ଫାଷ୍ଟଟ୍ୟାଗ ବୈଧତା ୩ ବର୍ଷ ରହିବ।

ପୁରୁଣା ନିୟମ ଅନୁସାରେ ଦିବ୍ୟାଙ୍ଗଜନଙ୍କୁ ନିଜର ଛାଡ଼ ଫାଷ୍ଟଟ୍ୟାଗ ଜାରି ରଖିବା ପାଇଁ ପ୍ରତିବର୍ଷ ନୂଆ ଆବେଦନ କରିବାକୁ ପଡ଼ୁଥିଲା। ଏହା ଯୋଗୁ ଅନେକ କାଗଜପତ୍ର କାମ ସହ ସମୟ ମଧ୍ୟ ନଷ୍ଟ ହେଉଥିଲା।

ନୂଆ ନିୟମ ଅନୁସାରେ ୩ କିମ୍ବା ୫ ବର୍ଷର ଦୀର୍ଘ ବୈଧତା ମିଳିବା ଫଳରେ ପ୍ରତିବର୍ଷ ନବୀକରଣ କରିବାର ଆବଶ୍ୟକତା ରହିବ ନାହିଁ। ବୈଧତା ସମୟ ସରିବା ପରେ ଆବଶ୍ୟକ ଦସ୍ତାବିଜ ସହ ଅନଲାଇନ କିମ୍ବା ଅଫଲାଇନରେ ନବୀକରଣ ପାଇଁ ଆବେଦନ କରିବାକୁ ପଡ଼ିବ।

ସଡ଼କ ପରିବହନ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ଦିବ୍ୟାଙ୍ଗତା ପ୍ରମାଣପତ୍ର ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ହିଁ ଏହି ଛାଡ଼ ଫାଷ୍ଟଟ୍ୟାଗ ମିଳିବ। ଏହା ସହିତ ଗାଡ଼ିଟି ଦିବ୍ୟାଙ୍ଗଜନଙ୍କ ନାମରେ ପଞ୍ଜୀକୃତ ହୋଇଥିବା କିମ୍ବା ତାଙ୍କ ବ୍ୟବହାର ପାଇଁ ସ୍ବତନ୍ତ୍ର ଭାବେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।

ଟୋଲ ଛାଡ଼ର ସୁବିଧା କେବଳ ସେହି ଗାଡ଼ିକୁ ମିଳିବ, ଯେଉଁଥିରେ ଏହି ସ୍ବତନ୍ତ୍ର ଫାଷ୍ଟଟ୍ୟାଗ ଲାଗିଥିବ। କୌଣସି ଅଯୋଗ୍ୟ ବ୍ୟକ୍ତି ଏହାର ଦୁରୁପଯୋଗ କରୁଥିବା ଧରାପଡ଼ିଲେ, ଫାଷ୍ଟଟ୍ୟାଗ ତୁରନ୍ତ ବ୍ଲାକ୍ଲିଷ୍ଟ କରାଯାଇପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?