ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଟ୍ରାଇବର ୧୦୦ ପିଏସ୍‌ରେ ମଡ୍ୟୁଲାର ୭-ସିଟ୍‌ ଓ ଏକ ୧୦୦ ପିଏସ୍‌ ଟର୍ବୋଚାର୍ଜଡ ପାୱାରଟ୍ରେନ୍‌ ରହିଛି। ଏହା ୭.୮୪ ଲକ୍ଷ ଟଙ୍କାର ଏକ୍ସ-ରୁମ୍‌ ମୂଲ୍ୟରେ ଉପଲବ୍ଧ। କମ୍ପାନୀର ପ୍ରଥମ ଆର୍‌ଜିଇପି ଉତ୍ପାଦ ଭାବେ ଏହାକୁ ଭବିଷ୍ୟତର ଗମନାଗମନ ଓ ପାୱାରଟ୍ରେନ୍‌ ସମାଧାନକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି। ଏଥିରେ କେବଳ ଉନ୍ନତ ପାୱାରଟ୍ରେନ୍‌ ବ୍ୟବହାର କରାଯାଇନାହିଁ, ବରଂ ଏହାକୁ ପୁନଃ ଇଞ୍ଜିନିୟରିଂ କରାଯାଇଛି । ଏହାର ଇଞ୍ଜିନ ପରିଚାଳନା, ଥର୍ମାଲ ସିଷ୍ଟମ, ଚେସିସ୍‌ ଟ୍ୟୁନିଂ ଓ ଢାଞ୍ଚାରେ ବ୍ୟାପକ ଉନ୍ନତି ଅଣାଯାଇଛି। ଟ୍ରାଇବର ୧୦୦ ପିଏସ୍‌ରେ ବ୍ୟବହାର କରାଯାଇଥିବା ଟିସିଇ ୧୦୦ ଇଞ୍ଜିନ ୧୦୦ ପିଏସ୍‌ ଓ ୧୮୦ ଏନ୍‌ଏମ୍‌ ଟର୍କ ଉତ୍ପନ୍ନ କରୁଛି ଯାହା ବିଭିନ୍ନ ସଡ଼କ ସ୍ଥିତିରେ ଉନ୍ନତ ଗାଡ଼ିଚାଳନା ସୁବିଧା ପ୍ରଦାନ କରୁଛି । ନୂଆ ରେନୋ ଇଞ୍ଜିନ ପରିଚାଳନା ସିଷ୍ଟମ (ଆଇ୍‌ଏମ୍‌ଏସ୍‌) ମଧ୍ୟ ଏଥିରେ ରହିଛି। ଏ ସମ୍ପର୍କରେ ରେନୋ ଇଣ୍ଡିଆର ଉପସଭାପତି-ସେଲ୍ସ ଓ ମାର୍କେଟିଂ ଫ୍ରାସିସ୍‌କୋ ହିଡାଲ୍‌ଗୋ କହିଛନ୍ତି, ଟ୍ରାଇବର ୧୦୦ ପିଏସ୍‌ ରେନୋଇଣ୍ଡିଆର ଉତ୍ପାଦ ରୋଡ୍‌ମ୍ୟାପ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଭାରତୀୟ ଗ୍ରାହକଙ୍କ ପାଇଁ ବ୍ୟବହାରିକ, ସୁଲଭ ଓ ପ୍ରାସଙ୍ଗିକ ନବସୃଜନର ଏକ ଦୃଢ଼ ପ୍ରତିଫଳନ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ଚାରି ସନ୍ତାନଙ୍କ ମା’ଙ୍କଠାରୁ ଅଲଗା ହେଲେ ଏଲନ ମସ୍କ ; ସାଥୀ ଶିଭୋନ ଲେଖିଲେ ଲମ୍ବା ପୋଷ୍ଟ

ଓ୍ବାଶିଂଟନ,୩।୧୦: ଏଲନ ମସ୍କ ଏବଂ ଶିଭୋନ ଜିଲିସଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁରାଲିଙ୍କ (Neuralink)ର ଅଧିକାରୀ ଶିଭୋନ ଜିଲିସ ସୋସିଆଲ ମିଡିଆରେ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?