ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ

ବଇଣ୍ଡା, ୫ା୧୧ (ଡି.ଏନ.ଏ.): ପରମ୍ପରା ଅନୁଯାୟୀ ପଞ୍ଚକରୁ ଆରମ୍ଭ ହୋଇଛି ପୂଜା। ମଣ୍ଡପରେ ବିରାଜମାନ କରିଛନ୍ତି ପ୍ରଭୁ କାର୍ତ୍ତିକେଶ୍ୱର। ଏହାକୁ ନେଇ ଉତ୍ସବମୁଖର ହୋଇପଡ଼ିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଅଞ୍ଚଳ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏଠାରେ ପୂଜା ଅନୁଷ୍ଠିତ ହେବ। ୯ ତାରିଖରେ ଧୁମ୍‌ଧାମରେ ଭସାଣି କରାଯିବ। ତେବେ ପ୍ରଥମ ଦିନରୁ ହିଁ ଆକର୍ଷଣ ସାଜିଛି ସାଂସ୍କୃତିକ କାର୍ଯ୍ୟକ୍ରମ। କୁନି କୁନି କଳାକାରମାନଙ୍କ ନୃତ୍ୟ ଦେଖିବାକୁ ମଣ୍ଡପ ନିକଟରେ ଲାଗୁଛି ଭିଡ଼।
୬୩ ବର୍ଷରେ ପହଞ୍ଚିଛି ବଇଣ୍ଡାର କାର୍ତ୍ତିକେଶ୍ୱର ପୂଜା। କରୋନା ପାଇଁ ଗତ ୨ ବର୍ଷ ହେଲା ଏହା ନିରାଡ଼ମ୍ବର ରହିଥିବାବେଳେ ଚଳିତବର୍ଷ ବେଶ୍‌ ଆଡ଼ମ୍ବରରେ କରାଯାଇଛି ଆୟୋଜନ। ଲକ୍ଷାଧିକ ଟଙ୍କା ବ୍ୟୟରେ ଆକର୍ଷଣୀୟ ମଣ୍ଡପ, ଆଲୋକ ସାଜସଜ୍ଜା କରାଯାଇଛି। ଗୁରୁବାର କଳସ ଶୋଭାଯାତ୍ରା ପରେ ଶୁକ୍ରବାର ପୂଜକ ବସନ୍ତ କୁମାର ମିଶ୍ର ପ୍ରଥମେ ସୂର୍ଯ୍ୟ ପୂଜା କରିଥିଲେ। ଏହାପରେ ବିଧିବଦ୍ଧ ଭାବେ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ ହୋଇଥିଲା। ପୂଜା କମିଟି ପକ୍ଷରୁ କର୍ମକର୍ତ୍ତାମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କମିଟି ସଦସ୍ୟ ଚିନ୍ତାମଣି ସାହୁଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ଅତିଥି ଭାବେ ପୁରୋଧା ତ୍ରିଲୋଚନ ସାହୁ, ଶଙ୍କର୍ଷଣ ମାଝି, ସୁଧାକର ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ, ବିରଞ୍ଚି ନାୟକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ରମେଶ ଚନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ ପୂଜା କମିଟି ସଭାପତି ଜିତେନ୍ଦ୍ର କୁମାର ବେହେରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତେବେ ସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ବହୁ ଲୋକଙ୍କ ସମାଗମ ହୋଇଥିଲା। ଆଖପାଖ ଅଞ୍ଚଳର ଶତାଧିକ ଛାତ୍ରୀଛାତ୍ର ଭାଗନେଇ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ପୂଜାର ଦ୍ୱିତୀୟ ଦିବସରେ ମଧ୍ୟ କୁନି କଳାକାରଙ୍କ ଦ୍ୱାରା ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ସମ୍ବଲପୁର ଅଞ୍ଚଳ ମେଲୋଡି ଗ୍ରୁପ ଆସିବାକୁ ଥିବାରୁ ଏହା ମଧ୍ୟ ପ୍ରମୁଖ ଆର୍ଷଣ ସାଜିବ।

ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି
୨ ବର୍ଷ ପରେ ଧୁମଧାମରେ ପୂଜା ପାଳନ ହେଉଥିବାରୁ ଆନନ୍ଦ ଲାଗୁଛି। ବିଶେଷକରି ପିଲାମାନଙ୍କୁ ନେଇ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ୍‌ ଆକର୍ଷଣୀୟ ହେଉଛି। ସେହିପରି ପଞ୍ଚକ ସହ ଏହି ପୂଜା ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।
-ଜ୍ୟୋତ୍ସ୍ନାମୟୀ ପ୍ରଧାନ, ବଇଣ୍ଡା

ଧର୍ମଚର୍ଚ୍ଚା ଶୁଣିବାକୁ ପରିବାର ସହ ଯାଉଛୁ
ପବିତ୍ର କାର୍ତ୍ତିକ ମାସରେ ପୂଜା ହେଉଥିବା ବେଳେ ଧର୍ମଚର୍ଚ୍ଚା ଶୁଣିବାକୁ ଭଲ ଲାଗୁଛି। ତେଣୁ ପରିବାର ସହ ମଣ୍ଡପ ନିକଟକୁ ଯାଇ ପୂଜା ଦେଖୁଛୁ। ଧୁମ୍‌ଧାମରେ କାର୍ତ୍ତିକେଶ୍ୱର ପୂଜା ଆୟୋଜନ ବଇଣ୍ଡାରେ ନୂଆ ଉତ୍ସାହ ସୃଷ୍ଟି କରିଛି।
-ବିନୋଦିନୀ ପ୍ରଧାନ, ବଇଣ୍ଡା

ପ୍ରଥମ ଦିନରୁ ଗହଳି
ଚଳିତବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରାଯିବାକୁ ଯୋଜନା ଥିଲା। ତେଣୁ ସାଜସଜ୍ଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଜୋର୍‌ ଦିଆଯାଇଛି। ତେଣୁ ପ୍ରଥମ ଦିନରୁ ହିଁ ପୂଜା ମଣ୍ଡପ ନିକଟରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି।
-ଉଗ୍ରସେନ ସେଠୀ, ପୂଜା କମିଟି ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?