ଶୁଆ ଶାବକଙ୍କ ପ୍ରତି ବଢ଼ୁଛି ନିଷ୍ଠୁରତା, ଗଛ କୋରଡ଼ରୁ ଉଠାଇ ଆଣୁଛନ୍ତି ଶିକାରୀ

ଭୁବନେଶ୍ୱର,୩।୩(ବ୍ୟୁରୋ): ଆଖି ଠିକ୍‌ ଭାବେ ଫିଟି ନାହିଁ। ଦେହରେ ପର ବି ସମ୍ପୂର୍ଣ୍ଣ ଲାଗି ନାହିଁ। ଗୁରୁଣ୍ଡି ଗୁରୁଣ୍ଡି ମା’ ମୁହଁରୁ ଖାଦ୍ୟ, ଆଉ ସ୍ନେହକୁ ଅପେକ୍ଷା କରି ରହୁଥିବା ଶୁଆ ଶାବକଙ୍କୁ ଅତି ନିଷ୍ଠୁର ଭାବେ ଗଛ କୋରଡ଼ରୁ ଉଠାଇ ଆଣୁଛନ୍ତି ଶିକାରୀ। ଏଭଳି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। କନ୍ଧମାଳ ଏଲ୍‌.କେ. ଚ୍ୟାନେଲ ନାମକ ୟୁଟ୍ୟୁବ୍‌ ଆକାଉଣ୍ଟରୁ ଅପ୍‌ଲୋଡ଼ ହୋଇଥିବା ଏହି ଭିଡ଼ିଓରେ ଜଣେ ଯୁବକ ଜଙ୍ଗଲରେ ଏକ ଗଛ ଉପରେ ଚଢ଼ି କୋରଡ ଭିତରୁ ଶୁଆ ଶାବକଙ୍କୁ ବାହାର କରି ଗାମୁଛାରେ ବାନ୍ଧି ତଳକୁ ଓହ୍ଲାଉଥିବାର ଦୃଶ୍ୟ ରହିଛି। ପରେ ସେ ୩ ଆଲେକଜାଣ୍ଡ୍ରିନ୍‌ ପାରାକିଟ୍‌ ବା ନାହାକା ଶୁଆ ଛୁଆଙ୍କୁ ତଳେ ଛାଡ଼ୁଛି। ଡେଣାରେ ସମ୍ପୂର୍ଣ୍ଣ ପର ଲାଗି ନ ଥିବାରୁ ସେମାନେ ଉଡି ନ ପାରି ତଳେ ଚାଲୁଛନ୍ତି। ଅନ୍ୟ ଏକ ଭିଡିଓରେ ୮ଟି ଆଲେକଜାଣ୍ଡ୍ରିନ୍‌ ଶୁଆ ଶାବକଙ୍କୁ ଏକ ଗିନାରେ ଭାତ ଖାଉଥିବା ଦେଖିବାକୁ ମିଳୁଛି। ଏସବୁ ଭିଡିଓକୁ ଡାଉନ୍‌ଲୋଡ୍‌ କରି ଇମେଲ୍‌ ଯୋଗେ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକଙ୍କୁ ପଠାଇ ବିଧିବଦ୍ଧ ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ। ସେ ଦୁଇଟି ଯାକ ଭିଡ଼ିଓର ୟୁଆର୍‌ଏଲ୍‌ ଥାଇ ସ୍କ୍ରିନ୍‌ସଟ୍‌କୁ ପ୍ରମାଣ ସ୍ବରୂପ ସଂଲଗ୍ନ କରିଛନ୍ତି। ଏଥିସହ ଅଭିଯୋଗର ଏକ ନକଲ ଓ୍ବାଇଲ୍ଡ ଲାଇଫ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକ ତିଲୋତ୍ତମା ବର୍ମାଙ୍କୁ ମଧ୍ୟ ଦେଇଛନ୍ତି। ହେଲେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡିଛି।

ବନ ବିଭାଗର ଦାୟିତ୍ୱହୀନତା ଯୋଗୁ ରାଜ୍ୟରେ ବେଆଇନ ବନ୍ୟପ୍ରାଣୀ ଶିକାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବେଳେବେଳେ ଶୁଆ ଚାଲାଣ ଧରାଯିବା ସହ ସମ୍ପୃକ୍ତ ବିକ୍ରେତା ବା ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ହେଲେ କୋହଳ ତଦନ୍ତରୁ ଅଭିଯୁକ୍ତମାନେ ଜାମିନରେ ଖସି ଯାଉଛନ୍ତି। ଶୁଆ କିମ୍ବା ଅନ୍ୟ କୌଣସି ଭାରତୀୟ ବନ୍ୟପ୍ରାଣୀ ବା ଟ୍ରଫିକୁ ଧରି ଫଟୋ ବା ଭିଡ଼ିଓ କରି ସୋସିଆଲ ମେଡିଆରେ ଅପ୍‌ଲୋଡ୍‌ କରିବା ଏକ ବେଆଇନ କାର୍ଯ୍ୟ ବୋଲି ୨୦୧୪ରୁ ଓ୍ବାଇଲ୍ଡ ଲାଇଫ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ ତରଫରୁ ନିଷେଧାଜ୍ଞା ଜାରି କରାଯାଇଛି। ହେଲେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନ ନେବା ଫଳରେ ଏଭଳି ବେଆଇନ କାମ ଓଡ଼ିଶାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଙ୍ଗଲରୁ ଶୁଆ ଶାବକଙ୍କୁ ପର ଉଠି ନ ଥିବା ଅବସ୍ଥାରେ ଧରି ଚାଲାଣ କରାଯାଉଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶୁଭେନ୍ଦୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri