ବିଶ୍ୱ ମହାମାରୀକୁ ୬ମାସ: ଟୀକା ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ସଂକ୍ରମଣକୁ ଜୁଲାଇ ୩୦ରେ ୬ ମାସ ପୂରିବାକୁ ଯାଉଛି। ଜାନୁୟାରୀ ୩୦ରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟସସ୍‌ କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଥିଲେ। ଏ ପର୍ଯ୍ୟନ୍ତ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇପାରିନାହିଁ। ଲୋକଙ୍କ ପାଖରେ ଟୀକା ଏବେ ବି ଅପହଞ୍ଚ ହୋଇ ରହିଛି। ତେବେ ଆସନ୍ତା ୨ ସପ୍ତାହ ମଧ୍ୟରେ ଟୀକା ଆସିବାର ସମ୍ଭାବନା ଥିବା କୁହାଯାଉଛି। ବହୁ ଔଷଧ କମ୍ପାନୀ ପକ୍ଷରୁ କ୍ଲିନିକାଲ୍‌ ଟ୍ରାଏଲ୍‌ ଜାରି ରହିଛି। ବୁଧବାର ସୁଦ୍ଧା ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ୬୮ ଲକ୍ଷ ୯୭ ହଜାର ୨୦୮ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୬ ଲକ୍ଷ ୬୩ ହଜାର ୫୨୩ ଛୁଇଁଛି। ଇତିମଧ୍ୟରେ କୋଟିଏ ୪ ଲକ୍ଷ ୬୧ ହଜାର ୩୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୫୭ ଲକ୍ଷ ୭୨ ହଜାର ୩୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସୋମନଙ୍କ ମଧ୍ୟରୁ ୫୭ଲକ୍ଷ ୫ ହଜାର ୯୧୮ଜଣଙ୍କଠାରେ ସାଧାରଣ ଲକ୍ଷଣ ପ୍ରକାଶ ପାଇଥିବାବେଳେ ୬୬ ହଜାର ୪୪୯ଜଣ ଗୁରୁତର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସର୍ବୋଚ୍ଚ ସମ୍ମାନ

ଷ୍ଟକହୋମ,୭।୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ହେନ୍ରି ବି. କାଗାନ୍ ଓ କେନ୍ସୋ ସୋଆଇଙ୍କୁ ପ୍ରଦାନ କରାଯାଇଛି । ରସାୟନ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

‘୧୨ କୋଟି ୫୦ ଲକ୍ଷ ଲୋକ…’ ‘ଭାରତ’ ଲେଖି ବଡ଼ ଭୁଲ କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୧୦: ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଉପହାସର ଶିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?