ବିଶ୍ୱ ମହାମାରୀକୁ ୬ମାସ: ଟୀକା ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ସଂକ୍ରମଣକୁ ଜୁଲାଇ ୩୦ରେ ୬ ମାସ ପୂରିବାକୁ ଯାଉଛି। ଜାନୁୟାରୀ ୩୦ରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟସସ୍‌ କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଥିଲେ। ଏ ପର୍ଯ୍ୟନ୍ତ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ ହୋଇପାରିନାହିଁ। ଲୋକଙ୍କ ପାଖରେ ଟୀକା ଏବେ ବି ଅପହଞ୍ଚ ହୋଇ ରହିଛି। ତେବେ ଆସନ୍ତା ୨ ସପ୍ତାହ ମଧ୍ୟରେ ଟୀକା ଆସିବାର ସମ୍ଭାବନା ଥିବା କୁହାଯାଉଛି। ବହୁ ଔଷଧ କମ୍ପାନୀ ପକ୍ଷରୁ କ୍ଲିନିକାଲ୍‌ ଟ୍ରାଏଲ୍‌ ଜାରି ରହିଛି। ବୁଧବାର ସୁଦ୍ଧା ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ୬୮ ଲକ୍ଷ ୯୭ ହଜାର ୨୦୮ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୬ ଲକ୍ଷ ୬୩ ହଜାର ୫୨୩ ଛୁଇଁଛି। ଇତିମଧ୍ୟରେ କୋଟିଏ ୪ ଲକ୍ଷ ୬୧ ହଜାର ୩୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୫୭ ଲକ୍ଷ ୭୨ ହଜାର ୩୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସୋମନଙ୍କ ମଧ୍ୟରୁ ୫୭ଲକ୍ଷ ୫ ହଜାର ୯୧୮ଜଣଙ୍କଠାରେ ସାଧାରଣ ଲକ୍ଷଣ ପ୍ରକାଶ ପାଇଥିବାବେଳେ ୬୬ ହଜାର ୪୪୯ଜଣ ଗୁରୁତର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସନ୍ଦିଗ୍ଧ ପୁଅର ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ମା

ବୋକାରୋ, ୩୦।୭: ଷ୍ଟିଲ୍‌ ସିଟି ଭାବେ ପରିଚିତ ଝାଡ଼ଖଣ୍ଡର ବୋକାରୋ ସହରରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କରୋନା ସନ୍ଦିଗ୍ଧ ପୁଅର ମୃତ୍ୟୁ ଖବର ଶୁଣିବା...

ବଡ଼ ସହରରେ କାର୍‌ ଚଳାଇବା ମନା: ସରକାର ତିଆରି କରୁଛନ୍ତି ୧୪୦୦ କିମି ସାଇକେଲ ରାସ୍ତା

ପ୍ୟାରିସ୍‌, ୧୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। କେତେକ ବଡ଼ ବଡ଼ ସହରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ଇରାନରେ ରୁଟି ହେଲା ମହଙ୍ଗା, ଅଟା ଦାମରେ ୩୦୦ ପ୍ରତିଶତ ବୃଦ୍ଧି…

ତେହେରାନ୍‌, ୧୫।୫ : ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଇରାନର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶର ଦକ୍ଷିଣ-ପଶ୍ଚିମ ଦେଶରେ ପ୍ରଦର୍ଶନ...

ମାସ୍କ ପିନ୍ଧି ନ ଥିବା ୧୦୦ ଜଣଙ୍କୁ ଧରିଲା ପୋଲିସ

ବଲାଙ୍ଗୀର ଅଫିସ,୧୩ା୪: ଲକ୍‌ଡାଉନ୍‌ ନିୟମ ଅଭିଯୋଗରେ ବଲାଙ୍ଗୀର ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ସୋମବାର ମାସ୍କ ପିନ୍ଧି ନ ଥିବା ୧୦୦ ଜଣଙ୍କଠାରୁ ଜରିମାନା...

ପ୍ଲାଟିନମ୍‌ ଜୁବଲିରେ ବାର୍ବି ଲୁକ୍‌ରେ ବ୍ରିଟେନ ରାଣୀ

ଲଣ୍ଡନ,୨୩।୪: ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ନିଜର ୯୬ତମ ଜନ୍ମଦିନ ଗୁରୁବାର ସାଣ୍ଡ୍ରିଂହମ୍‌ରେ ପାଳନ କରିଛନ୍ତି। ଦେଶର ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଶାସନ କ୍ଷମତାରେ ଥିବା...

ପ୍ରତି ନାଗରିକଙ୍କୁ ୨୦୦ ଡଲାର ଦେବ ତାଇଓ୍ବାନ…

ତାଇପେ,୫।୧ : ତାଇୱାନ ନୂଆ ବର୍ଷରେ ଏହାର ପ୍ରତ୍ୟେକ ନାଗରିକଙ୍କୁ ପ୍ରାୟ ୨୦୦ ଡଲାର (ପ୍ରାୟ ୧୬,୦୦୦ ଟଙ୍କା) ଦେବାକୁ ଯୋଜନା କରିଛି। ଏହା ଘୋଷଣା...

ମାଇକ୍ରୋସଫ୍ଟ ନୁହେଁ, ଏହି ବ୍ରାଣ୍ଡ୍‌ର ଫୋନ୍‌ ବ୍ୟବହାର କରନ୍ତି ବିଲ୍‌ ଗେଟ୍ସ

ଆଜିକାଲି ଯୁଗରେ ସମସ୍ତେ ୍‌ମହଙ୍ଗା ସ୍ମାର୍ଟଫୋନ କିଣିବାକୁ ଚାହାଁନ୍ତି, କିନ୍ତୁ ଆପଣ ଜାଣନ୍ତି କି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ବିଲ...

ନାଇଜେରିଆ ଆତଙ୍କବାଦୀ ଆକ୍ରମଣରେ ୭୧ ସେନା ମୃତ

ମିୟାମି,୧୨।୧୨: ନାଇଜେରିଆର ଏକ ସେନା ଶିବିରରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣରେ ଅତିକମ୍‌ରେ ୭୧ ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ଆଫ୍ରିକୀୟ...

Advertisement
Archives

Model This Week