ଦେଶ ନା ଅର୍ଣ୍ଣବ

ରିପବ୍ଲିକ୍‌ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଟେଲିଭିଜନ୍‌ ରେଟିଂ ପଏଣ୍ଟ (ଟିଆର୍‌ପି) ସ୍କାମ୍‌ର ତଦନ୍ତ ଚାଲିଥିବା ବେଳେ ମୁମ୍ବାଇ ପୋଲିସ ଏକ ନୂଆ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆଣିଛି। ତାହା ହେଲା ବାଲାକୋଟ୍‌ ଆକ୍ରମଣର ୩ ଦିନ ପୂର୍ବରୁ ଅର୍ଣ୍ଣବ ଏ ସମ୍ପର୍କରେ ଜାଣିଥିଲେ। ଏଭଳି ସମ୍ବେଦନଶୀଳ ଘଟଣାରେ ତାଙ୍କ ବିରୋଧରେ ଅଭିଯୋଗ ଆଣିବା ପୂର୍ବରୁ ମୁମ୍ବାଇ ପୋଲିସ ହାତକୁ ନିଶ୍ଚିତ ଭାବେ ସେଭଳି ତଥ୍ୟ ଆସିଥିବ। ଅର୍ଣ୍ଣବଓ ତାଙ୍କ ବନ୍ଧୁ ତଥା ବ୍ରଡ୍‌କାଷ୍ଟ ଅଡିଆନ୍ସ ରିସର୍ଚ୍ଚ କାଉନ୍‌ସିଲ (ବିଏଆର୍‌ସି)ର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ଏହି ବିଷୟ ଉପରେ ହୋଇଥିବା ହ୍ବାଟ୍‌ସଆପ୍‌ ବାର୍ତ୍ତା ଆଦାନପ୍ରଦାନ ଏବେ ଭାଇରାଲ ହୋଇଛି। ଟିଆର୍‌ପି ଉପରେ ଉଠିଥିବା ବିବାଦର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କ ହ୍ବାଟ୍‌ସଆପ୍‌ ଯାଞ୍ଚ କରିବା ପରେ ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା କଥୋପକଥନ ବିଷୟରେ ଜାଣିବାକୁ ପାଇଛି। ହ୍ବାଟ୍‌ସଆପ୍‌ ଚାଟିଂ ବେଳେ ବାଲାକୋଟ୍‌ ଆକ୍ରମଣକୁ ୩ ଦିନ ଥିବା ବେଳେ ଅର୍ଣ୍ଣବ ଲେଖିଥିଲେ ଯେ, ଖୁବ୍‌ ଶୀଘ୍ର ଏକ ବଡ଼ ଘଟଣା ଘଟିବାକୁ ଯାଉଛି। ସେପଟେ ପାର୍ଥ ପଚାରିଥିଲେ-‘ଦାଉଦ୍‌’। ଅର୍ଣ୍ଣବ ଲେଖିଥିଲେ-ନା, ସାର୍‌ ପାକିସ୍ତାନ। ଏତିକି ସଙ୍କେତରୁ ପାର୍ଥ ସବୁ ବୁଝିଯାଇ ପୁଣି ଲେଖିଥିଲେ-ଏହି ଋତୁ ସେହି ବଡ଼ ବ୍ୟକ୍ତିଙ୍କ ପାଇଁ ଏକ ଶୁଭବାର୍ତ୍ତା ଦେଉଛି ଓ ସେ ନିର୍ବାଚନ ନିଶ୍ଚିତ ଜିତିବେ। ଏତିକି କଥାବାର୍ତ୍ତାରୁ ସମସ୍ତେ ବୁଝିପାରିବେ ଯେ କେଉଁ ପ୍ରସଙ୍ଗକୁ ନେଇ ଦୁଇ ବନ୍ଧୁ ଆଲୋଚନା କରିଥିଲେ। ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୦୧୯ ସାଧାରଣ ନିର୍ବାଚନ ବାଲାକୋଟ୍‌ ଆକ୍ରମଣକୁ ମାତ୍ର କିଛି ମାସ ବାକି ଥିଲା ଏବଂ ଏହା ପରେ ନିର୍ବାଚନରେ ଭାଜପା ବିପୁଳ ସଂଖ୍ୟାରେ ଭୋଟ୍‌ ପାଇ ସରକାର ଗଠନ କରିଥିଲା।
ସୂଚନା ଦିଆଯାଇପାରେ ଯେ, ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ବାମା ଜିଲା ଜାତୀୟ ରାଜପଥ ଦେଇ ଭାରତୀୟ ସୈନ୍ୟଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ୧୪ ଫେବୃୟାରୀ ୨୦୧୯ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସେଥିରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ। ଏହା ପରେ ଭାରତ ସରକାର ପ୍ରତିଆକ୍ରମଣ କରିବା ଲାଗି ଯୋଜନା କରିଥିଲା। ଫଳରେ ୨୬ ଫେବୃୟାରୀରେ ଭାରତୀୟ ସେନାର ଯୁଦ୍ଧ ବିମାନ ପାକିସ୍ତାନର ବାଲାକୋଟ୍‌ ଉପରେ ବୋମାମାଡ଼ କରିଥିଲା। ଏଥିରେ ଅସଂଖ୍ୟ ଆତଙ୍କବାଦୀ ପ୍ରାଣ ହରାଇଥିଲେ ଓ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିଦିଆଯାଇଥିଲା ବୋଲି ଭାରତ ସରକାର ଘୋଷଣା କରିଥିଲେ। ଅବଶ୍ୟ ଉକ୍ତ ଦାବିର ସତ୍ୟାସତ୍ୟ ଉପରେ ପ୍ରଶ୍ନ ଉଠାଯାଇଥିଲା।
ମୁମ୍ବାଇ ପୋଲିସ ଦେଶର ସବୁଠାରୁ ସ୍ମାର୍ଟ ଓ ଶ୍ରେଷ୍ଠ ଆରକ୍ଷୀ ବଳ ଭାବେ ପରିଚିତ। ଅର୍ଣ୍ଣବ ଓ ପାର୍ଥଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରୁ ଯେତିକି ତଥ୍ୟ ପଦାକୁ ଆସିଛି ସେଥିରୁ ଜଣାପଡ଼ିଛି ଯେ, ଭାରତର ଅତି ସମ୍ବେଦନଶୀଳ ସାମରିକ ତଥ୍ୟ ଅର୍ଣ୍ଣବଙ୍କ ହାତକୁ ଯାଉଥିଲା। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ। ଗୋଟିଏ ଦେଶ କେବେ ଓ କେଉଁଠି ଅନ୍ୟ ଦେଶ ଉପରେ ଆକ୍ରମଣ କରିବାକୁ ଯାଉଛି, ତା’ଠାରୁ ଗୋପନୀୟ ସୂଚନା ଆଉ କିଛି ନ ହୋଇ ପାରେ। ସେଭଳି ତଥ୍ୟ ପଦାରେ ଆଲୋଚିତ ହେବା ଦେଶର ନିରାପତ୍ତା ପ୍ରତି ଘୋର ବିପଦ। ଧରିନିଆଯାଉ ବାଲାକୋଟ୍‌ ଆକ୍ରମଣ ପୂର୍ବରୁ ଏହି କଥୋପକଥନର କିୟଦଂଶ ଯଦି ପାକିସ୍ତାନ କାନରେ ବାଜିଥାଆନ୍ତା, ତା’ହେଲେ ଭାରତର ଆକ୍ରମଣ ପାଇଁ ସେହି ପଡ଼ୋଶୀ ଦେଶ ଅପେକ୍ଷା କରି ବସି ନ ଥାଆନ୍ତା। ପୂର୍ବରୁ ଜଣେ ମହିଳା ସାମ୍ବାଦିକାଙ୍କ କାର୍ଗିଲ ଯୁଦ୍ଧରୁ ସିଧାସଳଖ ରିପୋର୍ଟିଂ ସେତେବେଳେ ସମାଲୋଚନାର ଶିକାର ହୋଇଥିଲା। କାରଣ ଏଥିଯୋଗୁ ଭାରତୀୟ ସେନାର ଗତିବିଧି ଓ ସମ୍ପୃକ୍ତ ଭୌଗୋଳିକ ଅଞ୍ଚଳ ବିଷୟରେ ପାକିସ୍ତାନ ସେନାକୁ ସହଜରେ ରିପୋର୍ଟ ମାଧ୍ୟମରେ ଜଣାପଡ଼ିଯାଉଥିଲା। ତେବେ ଅର୍ଣ୍ଣବଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ। ଯେଉଁ ସରକାରୀ ସୂତ୍ରରୁ ତାଙ୍କ ପାଖକୁ ଖବର ଆସିଥିବ, ଅର୍ଣ୍ଣବ ଏବଂ ତାଙ୍କୁ ଏହି ତଥ୍ୟ ଜଣାଇଥିବା ସୂତ୍ର ଉଭୟେ ଦେଶଘାତୀ କାର୍ଯ୍ୟ କରୁଛନ୍ତି ବୋଲି ଧରିବାକୁ ହେବ। ସମସ୍ତଙ୍କୁ ଜଣା ଅର୍ଣ୍ଣବଙ୍କ ରିପବ୍ଲିକ୍‌ ଟିଭିର ଆଭିମୁଖ୍ୟ। ବାଲାକୋଟ୍‌ ଆକ୍ରମଣ ବେଳେ ଓ ତା’ପରବର୍ତ୍ତୀ ସମୟରେ ରିପବ୍ଲିକ୍‌ ଯେଉଁଭଳି ଅତିରଞ୍ଜିତ ଓ ଅସମର୍ଥିତ ସୂତ୍ରରୁ ଖବର ପ୍ରକାଶ କରି ଲୋକଙ୍କ ମତକୁ ପ୍ରଭାବିତ କରୁଥିଲା, ତାହା ଲୁଚା କଥା ନୁହେଁ। ଆଜିର ଭାରତରେ ଅନେକ ଗଣମାଧ୍ୟମ ସଂସ୍ଥା କୌଣସି ଦଳ ବା ବ୍ୟକ୍ତି ପାଇଁ ପ୍ରୀତି ରଖି ଖବର ପ୍ରସାରଣ କରୁଛନ୍ତି। ସାମ୍ବାଦିକତା ଦୃଷ୍ଟିକୋଣରୁ ଏହା ଅତି ଲଜ୍ଜାଜନକ ଓ ଅନୈତିକ। ଅନ୍ୟପକ୍ଷରେ ଦେଶର ସୁରକ୍ଷା ସହ ସାଲିସ ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗ। ଏଥିରେ ତିଳେମାତ୍ର କ୍ଷମାର ସ୍ଥାନ ନାହିଁ। ଏଭଳି ଅପରାଧ ବିରୋଧରେ ହାଲୁକା କାର୍ଯ୍ୟାନୁଷ୍ଠାନ ହେଲେ ଭବିଷ୍ୟତରେ ଦେଶର ନିରାପତ୍ତା ଓ ସାର୍ବଭୌମତ୍ୱ ବିପଦରେ ପଡ଼ିବ। ଟିଆର୍‌ପି ଘଟଣାରେ ଅର୍ଣ୍ଣବଙ୍କୁ ଜାମିନ ଦେବା ପାଇଁ ସୁପ୍ରିମ୍‌କୋର୍ଟ ବାରମ୍ବାର ଅର୍ଜେଣ୍ଟ୍‌ ହିୟରିଂ ବା ଜରୁରୀ ଶୁଣାଣି କରିଥିବା ଦେଖାଯାଇଥିଲା। ଏବେ ଦେଶର ସୁରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ଅଦାଲତ କେଉଁଭଳି ତତ୍ପରତା ଦେଖାଉଛନ୍ତି, ତାହା ଜନସାଧାରଣଙ୍କ ଦେଖିବା ବାକି ରହିଲା। ଏଥିରେ ଦେଶର ସୁରକ୍ଷା ନା ଅର୍ଣ୍ଣବ ଗୋସ୍ବାମୀ ଓ ତାଙ୍କ ବନ୍ଧୁମାନଙ୍କର ସ୍ବାର୍ଥ ଅଧିକ ଗୁରୁତ୍ୱ ରଖିବ, ତାହା ବଡ଼ ପ୍ରଶ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri