ଧରାପଡ଼ିଲେ ନକଲି ମଦ ମାଫିଆ

ଅନୁଗୋଳ ଅଫିସ,୨୫।୨ ୨୦ ଦିନର ଛକାପଞ୍ଝା ପରେ ଅନୁଗୋଳ ଜିଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। କୋର୍ଟରେ ଆତ୍ମସମର୍ପଣ ପୂର୍ବରୁ ଅବକାରୀ କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି ନକଲି ମଦ ମାଫିଆ ଜୟପ୍ରକାଶ ଗୁପ୍ତା। ଗିରଫ ପରେ ଅଧିକ ପଚରାଉଚରା ପାଇଁ ତାଙ୍କୁ କଟକ ନିଆଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅନୁଗୋଳ ସହର ରାଣୀଗୋଡ଼ାସ୍ଥିତ ନାୟକ ସାହିରେ ଏକ ଭଡ଼ାଘରେ ରହୁଥିବା ଜୟପ୍ରକାଶ ନକଲି ମଦ ବ୍ୟବସାୟ କରୁଥିଲେ। ମଦ ବୋତଲ ସହ ଠିପି, ଲେବୁଲ ଆଦି କୋଲକାତାରୁ ଆଣି ବିଭିନ୍ନ ଗୁପ୍ତ ଆଡ୍ଡାକୁ ଚାଲାଣ କରୁଥିଲେ। ଖବରପାଇ ଗତ ୫ ତାରିଖରେ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌ ଉକ୍ତ ଭଡ଼ାଘରେ ଚଢ଼ାଉ କରି ବିପୁଳ ପରିମାଣର ବୋତଲ, ଠିପି ଆଦି ଜବତ କରିଥିଲା। ହେଲେ ଚଢ଼ାଉ ପୂର୍ବରୁ ଜୟପ୍ରକାଶ ପରିବାର ଲୋକଙ୍କୁ ନେଇ ଫେରାର ହୋଇଯାଇଥିଲେ। ସେବେଠାରୁ ଅବକାରୀ କର୍ମଚାରୀମାନେ ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଥିଲେ। କିଛିଦିନ ତଳେ ଜୟପ୍ରକାଶ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ସମ୍ପର୍କରେ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ତେଣୁ ଅନୁଗୋଳ ଅବକାରୀ ବିଭାଗ ଏବଂ କଟକ ଫ୍ଲାଇଙ୍ଗ ସ୍କ୍ବାଡ୍‌ର ଅଧିକାରୀମାନେ ତାଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଗତ ୨୩ ତାରିଖରେ ହାଇକୋର୍ଟରେ ଜାମିନ ଆବେଦନର ଶୁଣାଣି ଥିଲେ ହେଁ ନମ୍ବର ପଡ଼ିପାରି ନ ଥିଲା। ଏଣେ ଜୟପ୍ରକାଶଙ୍କ ପୈତୃକ ଘର ବିହାରରେ ଚଢ଼ାଉ କରାଯାଇ ତାଙ୍କ ମା’ ବାପାଙ୍କୁ ଅବକାରୀ ଅଧିକାରୀମାନେ ଥାନାକୁ ଉଠାଇ ଆଣି ଜୟପ୍ରକାଶଙ୍କ ଉପରେ ଚାପ ପକାଇଥିଲେ। ଫଳରେ ଜୟପ୍ରକାଶ ବଅଁରପାଳ ଜେଏମ୍‌ଏଫ୍‌ସି କୋର୍ଟରେ ଗୁରୁବାର ଆତ୍ମସମର୍ପଣ କରିବାକୁ ସ୍ଥିର କରିଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ଜୟପ୍ରକାଶ ଓକିଲଙ୍କ ସହ କୋର୍ଟ ଭିତରକୁ ପ୍ରବେଶ କରିବା ପୂର୍ବରୁ ସାଦା ପୋଷାକରେ ଅପେକ୍ଷା କରିଥିବା ପ୍ରାୟ ୩୦ ଜଣ କର୍ମଚାରୀ ତାଙ୍କୁ କାବୁ କରି ନେଇଥିଲେ। ଅନୁଗୋଳ ବରିଷ୍ଠ ଅଧିକାରୀମାନେ ଜୟପ୍ରକାଶଙ୍କୁ ଜେରା ପାଇଁ କଟକ ନେଇଯାଇଛନ୍ତି। ସେଠାରେ ଜେରା ସମ୍ପୂର୍ଣ୍ଣ ହେବାପରେ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାରଠୁ ଆରମ୍ଭ ହେବ। ପୁଣି ଥରେ ବିଭିନ୍ନ ସମସ୍ୟାକୁ ନେଇ ବିରୋଧୀସରକାରଙ୍କୁ ଘେରିବେ । ଗ୍ୟାସ ଦରବୃଦ୍ଧି,ଚାଷୀ...

ଛାତ୍ରୀଛାତ୍ର ଗବେଷଣାତ୍ମକ ମନୋବୃତ୍ତି ନେଇ ଅଧ୍ୟୟନ କରନ୍ତୁ’

ଭୁବନେଶ୍ୱର,୧୬ା୧୧ (ବ୍ୟୁରୋ): ଦେଶର ପ୍ରତ୍ୟେକ ନାଗରିକ ହେଉଛନ୍ତି ଗବେଷକ। ପ୍ରତି ଗବେଷଣା ଲୋକଙ୍କ ଉପକାର ପାଇଁ ଉଦ୍ଦିଷ୍ଟ। ତେଣୁ ପୁରାତନରୁ ନୂତନ ଯୁଗ ପର୍ଯ୍ୟନ୍ତ, ନିଆଁର...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ ଅଫିସ,୧୦ା୧: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ସୋମବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ...

ଧରାପଡ଼ିଲା ଓଟିଇଟି ପ୍ରମାଣପତ୍ର ଜାଲିଆତି

ଯାଜପୁର ଅଫିସ,୪ା୮:ରାଜ୍ୟର କୋଣ ଅନୁକୋଣରେ ପୂର୍ବରୁ ନକଲି ବିଏଡ୍‌/ସିଟି ଡିଗ୍ରୀଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ରହସ୍ୟ ଉନ୍ମୋଚନ ହୋଇ ଥିବାବେଳେ ଏବେ ପୁଣି ଓଟିଇଟି(ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ)ପ୍ରମାଣପତ୍ର...

‘ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି’

ଭୁବନେଶ୍ୱର, ୨୫।୪ (ବ୍ୟୁରୋ): ସୂଚନା ପ୍ରଯୁକ୍ତିକୁ ଆଧାର କରି ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି। ଭାରତକୁ ବିଶ୍ୱବ୍ୟାପୀ ଅଧିକ ସମ୍ମାନ ମିଳୁଛି...

ଦ୍ରୁତ ଗତିରେ ବଢୁଛି ବୈତରଣୀ,ବନ୍ୟା ଆଶଙ୍କା

ଭଣ୍ଡାରିପୋଖରୀ,୨୬।୮(ଡି.ଏନ୍‌.ଏ): ବୈତରଣୀ ନଦୀରେ ବନ୍ୟା ଜଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଲଘୁଚାପଜନିତ ଲଗାଣ ବର୍ଷାରେ ବୈତରଣୀ ନଦୀ ମଙ୍ଗଳବାର ରାତି ୩ ଟାରୁ...

ଆଜିଠୁ ସ୍ବାଭାବିକ ହେବ ପାର୍କ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବାତ୍ୟା ‘ଫନୀ’ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଭୁବନେଶ୍ୱରର ପାର୍କଗୁଡ଼ିକ ସ୍ବାଭାବିକ ହେବ। ବିଡିଏ ଦ୍ୱାରା ରକ୍ଷଣାବେକ୍ଷଣା କରାଯାଉଥିବା ପାର୍କଗୁଡ଼ିକ ବୁଧବାରଠାରୁ ସକାଳେ ଏବଂ...

ବର୍ଷାଙ୍କୁ ଅନୁଭବଙ୍କ ଭାବପୂର୍ଣ୍ଣ ଚିଠି: ‘ସାଇବାବା ତୁମର ସମସ୍ତ ଇଚ୍ଛା ପୂରଣ କରନ୍ତୁ’

କଟକ ଅଫିସ,୯ା୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଏବେ କୋର୍ଟକୁ ଯାଇସାରିଲାଣି। ଉଭୟଙ୍କ ପ୍ରସଙ୍ଗକୁ...

Advertisement
Archives

Model This Week