କରୋନାର ନୂତନ ପରୀକ୍ଷଣକୁ କୁହାଯାଉଛି ‘ଜୀବନ ରକ୍ଷାକାରୀ’: ଜାଣନ୍ତୁ କାହିଁକି

ଲଣ୍ଡନ, ୩।୮: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସମଗ୍ର ଦେଶ ଏହାର ଟିକା ବା ଔଷଧ ପ୍ରସ୍ତୁତ କରିବାରେ ଲାଗିପଡ଼ିଛି। ତେବେ ବ୍ରିଟେନ କରୋନା ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି। ଆସନ୍ତା ସପ୍ତାହରେ ବ୍ରିଟେନ ସରକାର ୨ଟି ର଼୍ୟାପିଡ୍‌ କରୋନା ଭାଇରସ ଟେଷ୍ଟ ଲଞ୍ଚ୍‌ କରିବାକୁ ଯାଉଛି। ଏହି ଦୁଇ ନୂତନ ପରୀକ୍ଷଣ ଯଥେଷ୍ଟ ଉନ୍ନତ ଏବଂ ରକ୍ଷାକାରୀ ବୋଲି କୁହାଯାଉଛି। ଏହା ଦ୍ୱାରା ଆସନ୍ତା ସପ୍ତାହରୁ ଲକ୍ଷ ଲକ୍ଷ ଲୋକଙ୍କୁ ନୂତନ ପରୀକ୍ଷା ଯୋଗାଇ ଦିଆଯିବ। ଏହି ପରୀକ୍ଷାରୁ ଲୋକେ ମାତ୍ର ୯୦ ମିନିଟରେ ଫଳାଫଳ ଜାଣିପାରିବେ। ଏଥିରୁ ଗୋଟିଏ ପରୀକ୍ଷା ଏତେ ସହଜ ଯେ, ବିମାନବନ୍ଦର, କାର୍ଯ୍ୟାଳୟ, ବିଦ୍ୟାଳୟ, ପବ୍‌ ଏବଂ ରେଷ୍ଟୁରାଣ୍ଟରେ ପରୀକ୍ଷା ପାଇଁ ମଧ୍ୟ ଏହା ଉପଲବ୍ଧ ହେବ। ଏକ ରିପୋର୍ଟ ଅନୁଯାୟୀ, ଏହି ନୂତନ ପରୀକ୍ଷା ବ୍ରିଟେନର ବୃହତ ଜନସଂଖ୍ୟା ପାଇଁ ସହଜ ହୋଇପାରିବ। ଏହି କାରଣରୁ ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହଂକକ୍‌ ରବିବାର ଏହି ନୂତନ ପରୀକ୍ଷାକୁ ‘ଜୀବନ ରକ୍ଷାକାରୀ’ ବୋଲି କହିଛନ୍ତି।
ପ୍ରାରମ୍ଭରେ ଏହି ନୂତନ ପରୀକ୍ଷା ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା ସହ ଜଡିତ ଅନୁଷ୍ଠାନରେ ଉପଲବ୍ଧ ହେବ। କିନ୍ତୁ ଆସନ୍ତା କିଛି ମାସ ମଧ୍ୟରେ ଏହା ବିଭିନ୍ନ ସ୍ଥାନରେ ଲୋକମାନଙ୍କ ପାଇଁ ଉପଲବ୍ଧ ହେବ। ନୂତନ ପରୀକ୍ଷା ପଦ୍ଧତିରେ ଲକ୍ଷଣ ନ ଥିବା ଲୋକଙ୍କୁ ନିୟମିତ ପରୀକ୍ଷା କରାଯିବ। ଯଦି ରୋଗୀର କରୋନା ନ ଥିବ ତେବେ ଅନ୍ୟ ଫ୍ଲୁ ଅଛି କି ନାହିଁ ତାହା ମଧ୍ୟ ଜଣାପଡ଼ିବ।
ଏହି ନୂତନ ଟେଷ୍ଟରୁ ଗୋଟିଏ ହେଉଛି ଲ୍ୟାମ୍ପର ଟେଷ୍ଟ। ଏହା ପରୀକ୍ଷା ପାଇଁ ଲାଳ ଆବଶ୍ୟକ କରେ। ଯେହେଲେ ସାମ୍ପ୍ରତିକ ପରୀକ୍ଷଣରେ ନାକ ଏବଂ ଗଳା ସ୍ବାବ୍‌ ଆବଶ୍ୟକ। ବର୍ମିଂହୋମ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଣ୍ଡ୍ରିୟୁ ବୋଗସ୍‌ଙ୍କ କହିବାନୁଯାୟୀ, ଏହି ଟେଷ୍ଟ ଦ୍ୱାରା ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି।
ଦ୍ୱିତୀୟ ପରୀକ୍ଷଣର ନାମ ହେଉଛି DNANudge । ଏହି ପରୀକ୍ଷଣରେ ନାକରୁ ନିଆଯାଇଥିବା ସ୍ବାବ୍‌ ଏବଂ ଡିଏନ୍‌ଏର ବିଶ୍ଲେଷଣ କରାଯିବ। ଏହି ରିପୋର୍ଟକୁ ଆଉ ଲ୍ୟାବ୍‌କୁ ପଠାିବାର ଆବଶ୍ୟକତା ନାହିଁ। ଉଭୟ ପରୀକ୍ଷା ପାଇଁ ଟ୍ରେଣ୍ଡ ମେଡିକାଲ ପ୍ରଫେସନାଲମାନଙ୍କର ମଧ୍ୟ ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ; X ଠାରୁ ମାଗିଲା ଆକାଉଣ୍ଟ ବିବରଣୀ

ନୂଆଦିଲ୍ଲୀ,୨୯।୭: NEET ପେପର୍‌ ଲିକ ବିରୋଧରେ CJPଙ୍କ ପ୍ରତିବାଦ ସମୟରେ ଏବଂ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ସାମ୍ବିଧାନିକ କାର୍ଯ୍ୟାଳୟକୁ ଟାର୍ଗେଟ କରି ସୋସିଆଲ…

ସ୍ତ୍ରୀଙ୍କୁ ହତ୍ୟାକରି ଶାଶୁଶ୍ୱଶୁରଙ୍କୁ ଭିଡିଓକଲ୍‌ରେ ଦେଖାଇଲେ ଜ୍ୱାଇଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବାଗଲକୋଟ୍‌, ୨୯।୭:କର୍ନାଟକର ବାଗଲକୋଟ୍‌ ଜିଲାରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ୩୨ ବର୍ଷୀୟା ସ୍ତ୍ରୀ ଭାଗ୍ୟଶ୍ରୀ ଜିଗାଲୁରଙ୍କୁ କାଠଫାଳିଆରେ ମାଡ଼ ମାରିବା ପରେ ଶାଢ଼ିରେ…

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

ଅଗଷ୍ଟରେ ୧୦ଦିନ ସ୍କୁଲ-କଲେଜ ବନ୍ଦ, ଦେଖନ୍ତୁ ପୂରା ଛୁଟିଲିଷ୍ଟ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ସ୍କୁଲ କିମ୍ବା କଲେଜରେ ପଢ଼ୁଥିବା ଜଣେ ଛାତ୍ର (କିମ୍ବା ଆପଣଙ୍କ ଘରେ ପିଲା ଅଛନ୍ତି), ତେବେ ଅଗଷ୍ଟ ମାସ ଆପଣଙ୍କ ପାଇଁ…

୨୦୩୬ ସୁଦ୍ଧା ଟଙ୍କାର କୌଣସି ମୂଲ୍ୟ ରହିବ ନାହିଁ? ଏଲୋନ ମସ୍କଙ୍କ ଭବିଷ୍ୟବାଣୀର ଅର୍ଥ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ପୁଣି ଥରେ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ ଆଗାମୀ…

ଡାକ୍ତର ଦମ୍ପତ୍ତିଙ୍କୁ କାଙ୍ଗାଳ କରିଦେଲେ ୨ ଭଉଣୀ: ୪.୫ କୋଟି ଟଙ୍କା ନେଇ…

ଚଣ୍ଡିଗଡ଼,୨୯।୭: ପଞ୍ଜାବର ପଠାଣକୋଟ ଜିଲାରେ ବିଶ୍ୱାସଘାତକତା ଏବଂ ଠକେଇର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡାକ୍ତର ଡକ୍ଟର ଜସପାଲ ସିଂହ ଭିଣ୍ଡର ଏବଂ ତାଙ୍କ…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ…

ହଠାତ୍‌ ସଂସଦରେ ପହଞ୍ଚିଲେ NSA ଅଜିତ ଡୋଭାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୨୯।୭: ସଂସଦର ମୌସୁମୀ ଅଧିବେଶନ ସମୟରେ ବୁଧବାର NSA ଅଜିତ ଡୋଭାଲ ସଂସଦରେ ପହଞ୍ଚିବା ପରେ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଯାଇଛି। ସେହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri