ଭଉଣୀଙ୍କୁ ଏମିତି ଉପହାର ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଆଜି ସାରା ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଉଛି। ଫିଲ୍ମ ଷ୍ଟାର୍‌ମାନେ ମଧ୍ୟ ଏହି ଦିନଟିକୁ ବିଶେଷ ଭାବରେ ପାଳନ କରୁଛନ୍ତି। ଅଭିନେତା ଅକ୍ଷୟ କୁମାର ଆଜିର ଦିନରେ ତାଙ୍କ ଭଉଣୀ ଅଲ୍‌କା ଭାଟିଆଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ସେ ତାଙ୍କର ନୂଆ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି।

ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ଭାଇଭଉଣୀଙ୍କ ସମ୍ପର୍କକୁ ନେଇ ଆଧାରିତ। ଫିଲ୍ମର ନାମ ହେଉଛି ‘ରାଧା ବୃନ୍ଦାବନ’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରାୟ। ଫିଲ୍ମର ପୋଷ୍ଟର ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ‘ରାଧା ବୃନ୍ଦାବନ’ର ପୋଷ୍ଟରରେ ଅକ୍ଷୟ କୁମାର ତାଙ୍କ ଭଉଣୀମାନଙ୍କୁ କୋଳାଗ୍ରତ କରୁଥିବା ନଜର ଆସିଛନ୍ତି।
ଫିଲ୍ମ ‘ରାଧା ବୃନ୍ଦାବନ’ ଆସନ୍ତା ବର୍ଷ ନଭେମ୍ବର ୨ରେ ମୁକ୍ତିଲାଭ କରିବ। ଫିଲ୍ମର ଏହି ପୋଷ୍ଟର ଶେୟାର କରି ଅକ୍ଷୟ କୁମାର କ୍ୟାପ୍‌ଶନ ଲେଖିଛନ୍ତି, ଏହା ଏମିତି ଏକ କାହାଣୀ ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ। ମୋ’ କ୍ୟାରିୟରରେ ଏହା ହେଉଛି ଏମିତି ଏକ ଫିଲ୍ମ ଯାହା ମୁଁ ତୁରନ୍ତ ସାଇନ କରିଛି। ମୁଁ ମୋର ଭଉଣୀ ଅଲ୍‌କା ଏବଂ ଏହି ଦୁନିଆର ପ୍ରିୟ ଭାଇ-ଭଉଣୀଙ୍କ ସମ୍ପର୍କ ଉପରେ ଫିଲ୍ମ ‘ରାଧା ବୃନ୍ଦାବନ’ଙ୍କୁ ଉତ୍ସର୍ଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଥଙ୍କ ପରେ ଏକତା କପୁରଙ୍କ ଶୋ’ ଛାଡ଼ିବେ ଏହି ଲିଡ୍‌ ଅଭିନେତ୍ରୀ: ଜାଣନ୍ତୁ କାହିଁକି..

ବମ୍ବେ: ଏକତା କପୁରଙ୍କ ‘କସୌଟି ଜିନ୍ଦେଗୀ କି’ର ଲିଡ୍‌ ରୋଲ୍‌ରେ ଥିବା ଅଭିନେତ୍ରୀ ଏରିକା ଫର୍ଣ୍ଣାଡିସ୍‌ ଶୋ’କୁ ଅଲବିଦା କହିବାକୁ ଯାଉଛନ୍ତି। ପ୍ରଥମେ ପ୍ରେରଣା ଓରଫ...

ନୂଆ ଘରକୁ ସିପ୍ଟ କରିବେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ଠିକଣା ବଦଳାଇବେ ବୋଲି ଶୁଣିବାକୁ ମିଳିଛି। ପିଲାଦିନୁ ସେ ତାଙ୍କ ପରିବାର ସହ ଗାଲାକ୍ସି ଆପାର୍ଟମେଣ୍ଟରେ...

ସଲମାନଙ୍କୁ ସୁପରଷ୍ଟାର କରିଥିଲା ବାଲାସୁବ୍ରମଣ୍ୟଙ୍କ ଗୀତ

ମୁମ୍ବାଇ: ନିଜର ମଖମଲି ସ୍ୱରରେ ଶ୍ରୋତାଙ୍କ ହୃଦୟରେ ଘର କରିଥିବା ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କର ଶୁକ୍ରବାର ୭୪ ବର୍ଷ ବୟସରେ ପରଲୋକ ହୋଇଛି । ସେ...

ନିକ୍‌ଙ୍କ କଥା ମନେ ପକାଇ ଫଟୋ ଶେୟାର କଲେ ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ହଲିଉଡ ଗାୟକ ନିକ୍‌ ଜୋନାସ ନିଜର ବୈବାହିକ ଜୀବନକୁ ନେଇ ବେଶ୍‌ ହସଖୁସିରେ ସମୟ କାଟୁଛନ୍ତି।...

ଡ୍ରଗ୍ସ ସେବନ କଥାକୁ ଅସ୍ବୀକାର କଲେ ସାରା, ଶ୍ରଦ୍ଧା

ମୁମ୍ବାଇ,୨୬।୯-ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡରେ ଡ୍ରଗ୍ସ କାରବାର ଲିଙ୍କ ଥିବା ଜଣାପଡିବା ପରେ ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ବଲିଉଡର ଅଭିନେତ୍ରୀ, ଅଭିନେତାମାନଙ୍କୁ...

ଦ୍ୱିତୀୟଥର ମା’ ହେବା ପରେ ପ୍ରଥମଥର ଫଟୋ ଶେୟାର କଲେ କରୀନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ନିକଟରେ ଦ୍ୱିତୀୟଥର ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା କରୀନା ମା’...

ବିବାହ ପରେ ଅଭିନୟ ଛାଡ଼ିବାକୁ ଚାହୁଁଥିଲେ ଅନୁଷ୍କା: ଭାଇରାଲ ହେଉଛି ପୁରୁଣା ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କ ସହ ତାଙ୍କର ଦାମ୍ପତ୍ୟ ଜୀବନକୁ ବହୁତ ଉପଭୋଗ କରୁଛନ୍ତି। ଏବେ ସେ ମା’ ହୋଇସାରିଛନ୍ତି। ଏହାରି...

ମୁଣ୍ଡରେ ଗାମୁଛା ବାନ୍ଧି, କୋଦାଳ ଧରି କ୍ଷେତରେ କାମ କରୁଛନ୍ତି ଏହି ଅଭିନେତା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ବର୍ତ୍ତମାନ ନିଜ...

Seven Jackpot
Advertisement


Archives

Model This Week

Why Dharitri