ମଞ୍ଜି ପ୍ୟାକେଟରେ କରୋନା ଭୂତାଣୁ: ଲୋକେ ଆତଙ୍କିତ !

ଓ୍ବାଶିଂଟନ, ୪।୮: ଚାଇନା କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିତ୍ବାବେଳେ ଏବେ ଏହାର ପ୍ରତିଟି କାର୍ଯ୍ୟ ସନ୍ଦେହ ଜନକ ରହୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେଉଛି। ସମ୍ପ୍ରତି ଚାଇନା ଆମେରିକାକୁ କିଛି ମଞ୍ଜିି ପ୍ୟାକେଟ ପଠାଇଛି। ଏସବୁ ସାଧାରଣ ମଞ୍ଜିଠାରୁ ଭିନ୍ନ ଦେଖାଯାଉଛି। ତେଣୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆମେରିକାର ୨୨ଟି ପ୍ରଦେଶରେ ଏଭଳି ପ୍ୟାକେଟ୍‌ ଲୋକଙ୍କ ପାଖରେ ପହଞ୍ଚିଛି। କାଳେ ପ୍ୟାକେଟରେ ମଞ୍ଜି ସହିତ କରୋନା ଭୂତାଣୁ ରହିଥିବ ସେନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ସେହିପରି କେତେକଙ୍କ ପାଖକୁ ପନିପରିବା, ଫଳ, ଜଡ଼ି ବୁଟି ଆଦି ପ୍ୟାକେଟ ପହଞ୍ଚିଛି। ସେମାନେ ଅନ୍‌ଲାଇନରେ କୌଣସି ଅର୍ଡର କରି ନ ଥିଲେ ମଧ୍ୟ ଏସବୁ ଅଚାନକ ସେମାନଙ୍କ ପାଖରେ ପହଞ୍ଚିଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଖବର ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ରେ ପ୍ରକାଶ ପାଇଥିବା କୁହାଯାଉଛି। ଆମେରିକା ଗୋଇନ୍ଦା ବିଭାଗ ଅନୁସାରେ ପ୍ୟାକେଟରେ ୧୪ ପ୍ରକାର ଚାରା ମଞ୍ଜି ରହିଛି। ପେନ୍‌ ବିଶ୍ୱବିଦ୍ୟାଳୟର ବୃକ୍ଷ ଚାରା ଗବେଷକଙ୍କ ଅନୁସାରେ ହୁଏତ ଚାଇନା ଏହା ମାଧ୍ୟମରେ ଜୈବିକ ଯୁଦ୍ଧର ପ୍ରସ୍ତୁତି କରୁଛି। ଏହି ମଞ୍ଜିକୁ ଲଗାଇବା ହୁଏତ କ୍ଷତିକାରକ ହୋଇପାରେ ବୋଲି ମାସାଚ୍ୟୁସେଟ୍ସର ସଲେମ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଏହା ଦେଶୀ ପ୍ରଜାତିକୁ ବିସ୍ଥାପିତ କରିଦେବାର ଆଶଙ୍କା ରହିଛି। ଅର୍ଡର କରି ନ ଥିବା ପ୍ୟାକେଟ ଘରେ ପହଞ୍ଚିବାରୁ ଲୋକେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପାଖୁ ଫୋନ୍‌ ମଧ୍ୟ କରୁଛନ୍ତି। ସୁରକ୍ଷା ଦୃଷ୍ଟିିରୁ ଆମେରିକାର ୫୦ଟି ପ୍ରଦେଶରେ ଏଭଳି ପ୍ୟାକେଟ ଗ୍ରହଣ ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏବେ ଏହାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ପରେ ଏବେ ବେଲାରୁସ୍‌ କଲା ଯୁଦ୍ଧ ଘୋଷଣା

ମିନସ୍କ,୧।୩: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ରୁଷିଆ ପରେ ଏବେ ବେଲାରୁଷ ମଧ୍ୟ ୟୁକ୍ରେନ ବିରୋଧରେ...

କରୋନା ଆରୋଗ୍ୟ ହାର ୭୦% ଟପିଲା

ନୂଆଦିଲ୍ଲୀ, ୧୩।୮(ପି.ଟି.): ଭାରତରେ କରୋନା ଆରୋଗ୍ୟ ହାର ୭୦ ପ୍ରତିଶତ ଅତିକ୍ରମ କରିଛି। ବୁଧବାର ସୁଦ୍ଧା ୧୬,୩୯,୫୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି। ସକ୍ରିୟ...

ଟମ୍‌ ହଙ୍କ୍‌,ରିଟା ଓ୍ବିଲସନଙ୍କୁ କରୋନା ସଂକ୍ରମଣ

ଲସ୍‌ଏଞ୍ଜେଲସ୍‌,୧୨।୩: ହଲିଉଡ୍‌ ଅଭିନେତା ଟମ୍‌ ହଙ୍କ୍‌ ଏବଂ ତାଙ୍କ ସ୍ତ୍ରୀ ରିଟା ଓ୍ବିଲସନ୍‌ଙ୍କୁ କରୋନା ସଂକ୍ରମଣ ହୋଇଛି। ସେମାନଙ୍କ ନମୂନା ପରୀକ୍ଷାରୁ ଏହା ଜଣାପଡ଼ିଛି। ଅଷ୍ଟ୍ରେଲିଆରେ...

ଯୁଦ୍ଧାବସାନ ଚାହାନ୍ତି ପୁଟିନ୍‌

ମସ୍କୋ/ଲଣ୍ଡନ,୨୪।୧୨: ୟୁକ୍ରେନ୍‌ ଯୁଦ୍ଧ ଶୀଘ୍ର ଶେଷ ହେବା ରୁଷିଆର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଯେକୌଣସିମତେ ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ...

ଦମକଳ ବାହିନୀଙ୍କ ସହାୟତା ପାଇଁ ୩୩୮ ଫୁଟ ଲମ୍ବ ୯୦ କିଲୋ ପିଜା ତିଆରି କଲେ ଭଉଣୀ-ଭାଇ

ସିଡ୍‌ନୀ,୨୫।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁରେ ଅନେକ କ୍ଷତି ହୋଇଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ମୃତ୍ୟୁ ଘଟିଥିବା ଦମକଳ ବାହିନୀ କର୍ମଚାରୀଙ୍କ ଲାଗି ଅଷ୍ଟ୍ରେଲିଆରେ...

କରୋନା ଭୟ: ଗାଁ ରାସ୍ତାରେ ପଡ଼ିଲା ବାଡ଼

ଏରସମା, ୨୯।୩ (ସ୍ବ.ପ୍ର.)-ମହାମାରୀ କରୋନା ସଂକ୍ରମଣ ସାରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିବା ବେଳେ ଭାରତରେ ଅଦ୍ୟାବଧି ଏଥିରେ ୨୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାର ସଂକ୍ରମଣ...

‘ଧର୍ମ ଚାଇନା ସମାଜ ପରି ହେବା ଉଚିତ୍‌’

ବେଜିଂ,୧୭ା୭: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଅଧିକାରୀମାନଙ୍କୁ ଏକ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଚାଇନାରେ ଇସଲାମ ଚାଇନା ସମାଜ ସହ ଅନୁରୂପ ହେବା ଉଚିତ।...

ପୁଟିନଙ୍କୁ ହତ୍ୟାକାରୀ କହିଲେ ବାଇଡେନ୍‌

ଓ୍ବାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କୁ ହତ୍ୟାକାରୀ କହିଛନ୍ତି। ସେ କହିଛନ୍ତି, ୨୦୨୦ ଆମେରିକୀୟ ନିର୍ବାଚନରେ ପୁଟିନଙ୍କ ଠକେଇର ପ୍ରମାଣ...

Advertisement
Archives

Model This Week