ଅମାନବୀୟ ଘଟଣା: ଯୁବକଙ୍କୁ ଅଧା ଲଣ୍ଡାକରି ଗାଁରେ ବୁଲାଇଲେ, ପାଣି ମାଗିବାରୁ ପରିସ୍ରା ପିଆଇଲେ

ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ବାଉଁଶବାଗ ଗ୍ରାମରେ ଏକ ଅମାନବୀୟ କାଣ୍ଡ ଘଟିଛି। ବିବାହିତାଙ୍କ ସହ ସମ୍ପର୍କ ରଖିବାକୁ ନେଇ ୧୭ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଜଣେ ଯୁବକଙ୍କୁ ଅଧା ଲଣ୍ଡା କରାଇବା ସହ ଜୋତାମାଳ ପିନ୍ଧାଇ, ମାଡ଼ମାରି ଗାଁ ବୁଲାଇଥିଲେ। ଏପରିକି ପାଣି ପିଇବାକୁ ଯୁବକ ମାଗିବାରୁ ତାଙ୍କୁ ପରିସ୍ରା ଦିଆଯାଇଥିଲା। ଏ ନେଇ ଯୁବକଙ୍କ ସ୍ତ୍ରୀ ମଙ୍ଗଳବାର ସକାଳେ ତିହିଡି ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ଯୁବକଜଣଙ୍କ ହେଲେ ଶୁକଦେବ ମହାଳିକ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶୁକଦେବଙ୍କୁ ଲୋକଙ୍କ କବଳରୁ ଉଦ୍ଧାରକରି ଥାନାକୁ ନେଇଛନ୍ତି। ଅପରପକ୍ଷରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ଶୁକଦେବଙ୍କ ବିରୋଧରେ ଥାନାରେ ମାମଲା ଦାୟର କରିଛନ୍ତି। ପରେ ପୋଲିସ ଶୁକଦେବଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଶୁକଦେବଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ୧୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବାରୁ ଜିଲାପାଳ ଯୁଗ୍ମ ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତିହିଡି ଥାନାଧିକାରୀ ଓ ତହସିଲଦାର ଘଟଣାର ତଦନ୍ତକରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତିହିଡି ପୋଲିସ ଏହି ଘଟଣାର ମୁଖ୍ୟ କୁହାଯାଉଥିବା ଶତ୍ରୁଘନ ମହାଳିକଙ୍କୁ ଗିରଫ କରିସାରିଛି ଓ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ରମେଶ ଚନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଏ ନେଇ ଥାନାରେ ଦୁଇଟି ମାମଲା (କେସ୍‌ ନଂ.୨୮୪/୨୦ ଓ ୨୮୬/୨୦) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀର ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ବୋହି ଅନ୍ତିମ ସତ୍କାର କଲେ ୨ ଭାଇ

ଚନ୍ଦାହାଣ୍ଡି, ୧୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ମଡ଼ିଗାଁରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭଉଣୀ ମୃତଦେହକୁ କାନ୍ଧ ନ...

ତାଳକଣି ଗାଁରେ ବାଘ ଆତଙ୍କ

ରଣପୁର,୧୧।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବନବିଭାଗ ଅନ୍ତର୍ଗତ ତାଳକଣି ଗାଁରେ ଶନିବାର ବାଘ ଆତଙ୍କ ସୃଷ୍ଟି ହୋଇଛି। ଗ୍ରାମ ନିକଟସ୍ଥ ଛାଟକୁମ୍ଭ ପାହାଡ ପାଖ ମଇଁଷି ଖୋଲ...

ରାଜ୍ୟରୁ ଚିହ୍ନଟ ହେଲେ ୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ୩...

ବିଧାନସଭା ଶଟ୍‌ଡାଉନ୍‌

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଦିନକ ପାଇଁ ବିଧାନସଭାକୁ ଶୁକ୍ରବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍‌ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି।...

୫୭ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲା ପ୍ରଶାସନ

ମାଲକାନଗିରି,୧୭ା୫(ଡି.ଏନ୍‌.ଏ.)-ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ଓ ବିହାରକୁ ୫୭ଜଣ ଶ୍ରମିକ ସାଇକେଲ ଯୋଗେ ଯାଉଥିବା ଜିଲା ପ୍ରଶାସନ ନଜରକୁ ଆସିବା ପରେ ସେମାନଙ୍କୁ ରବିବାର ଏକ ସ୍ବତନ୍ତ୍ର ବସ୍‌ ଯୋଗେ...

ବିଜେପୁରରେ ନବୀନ ଆଗୁଆ

ବିଜେପୁର,୨୩।୫: ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି। ୧୨ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନବୀନ ୩୭୩୫୬ ଭୋଟ ପାଇଥିବାବେଳେ ଭାଜପାର...

ପୌରକେଲାରୁ ନୂଆଦିଲ୍ଲୀ: ସେଦିନର ଫାର୍ମ ଲେବର, ଏବେ ଜେଏନ୍‌ୟୁର ଛାତ୍ର ସଂସଦ ସଭାପତି ପ୍ରାର୍ଥୀ

କର୍ଲାମୁଣ୍ଡା,୩୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମର ଜିତେନ୍ଦ୍ର ସୁନା (୨୯) ନାମକ ଯୁବକ ଏବେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟ ଛାତ୍ର...

ଏଠି ବୁଣିପଡ଼େ ପରମ୍ପରା ଓ ସଂସ୍କୃତିର ଭିନ୍ନ ମହକ: ବୁଢ଼ା, ଟୋକା ଓ ପିଲା ରୂପରେ ପୂଜା ପାଆନ୍ତି ବିଦ୍ୟାଦାତା

ଭଦ୍ରକ ଅଫିସ,୨୮।୮-ଐତିହ୍ୟ ଓ ଭାଇଚାରାର ସହର ଭଦ୍ରକରେ ଅଗ୍ରପୂଜ୍ୟ ବିଦ୍ୟାଦାତା ଗଣେଶଙ୍କ ପୂଜାର ସାଂସ୍କୃତିକ ମହତ୍ତ୍ୱ ନିଆରା। ଏଠି ବୁଢ଼ା ଗଣେଶ, ଟୋକା ଗଣେଶ, ପିଲା...

Advertisement
Archives

Model This Week