କରୋନା: ଓଡ଼ିଶାରେ ମୃତ୍ୟୁ ହାର ଜାତୀୟଠୁ କମ୍‌

ଭୁବନେଶ୍ୱର, ୧୬।୯ (ବ୍ୟୁରୋ) :ରାଜ୍ୟରେ କରୋନାସ୍ଥିତି ଅଣାୟତ୍ତ ସ୍ଥିତିରେ ରହିଛି। ସଂକ୍ରମଣ ସହ ମୃତ୍ୟୁ ମଧ୍ୟ ବଢ଼ୁଛି। ଶେଷ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୩,୬୪୫ଜଣ ସଂକ୍ରମିତ ହୋଇଥିବାବେଳେ ୮ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁ ୬୪୫ ଛୁଇଁଛି। ହେଲେ ଜାତୀୟ ସ୍ଥିତି ତୁଳନାରେ ଓଡ଼ିଶା ଭଲରେ ଅଛି। ବିଶେଷକରି ମୃତ୍ୟୁ ହାର ବହୁତ କମ୍‌ ରହିଛି।  ଦେଶରେ କରୋନାଜନିତ ମୃତ୍ୟୁହାର ୧.୬୫% ରହିଥିବାବେଳେ ଓଡ଼ିଶାରେ ମାତ୍ର ୦.୪୨% ରହିଛି। ଏହା ଦେଶର ତୃତୀୟ ସର୍ବନିମ୍ନ ମୃତ୍ୟୁ ହାର। ଆସାମରେ ସବୁଠାରୁ କମ୍‌ ୦.୩୨% ଓ ଦ୍ୱିତୀୟରେ ଥିବା କେରଳରେ ମୃତ୍ୟୁହାର ୦.୪୦% ରହିଛି।  ରାଜ୍ୟରେ ମୃତ୍ୟୁହାର କମ୍‌ ରହିଥିବାରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି। କୋଭିଡ୍‌ ମୁକାବିଲା ପାଇଁ ହୋଇଥିବା ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସହିତ ଉପଯୁକ୍ତ ଚିକିତ୍ସା ଯୋଗୁ ଅନେକ ଜୀବନକୁ ବଞ୍ଚାଇବାରେ ସଫଳ ହୋଇପାରିଛୁ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି।ଅପରପକ୍ଷରେ ସଂକ୍ରମଣରେ ଶୀର୍ଷରେ ରହିଥିବା ଖୋର୍ଦ୍ଧା ଜିଲାରେ ସ୍ଥିତି ସୁଧୁରୁନି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଏହି ଜିଲାରୁ ପୁଣି ରାଜ୍ୟର ସର୍ବାଧିକ ୫୧୭ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି କଟକ ୩୫୭, ପୁରୀ ୨୪୬, ବରଗଡ଼ ୧୫୭, ବାଲେଶ୍ୱର ୧୫୬, ଭଦ୍ରକ ୧୪୩, ମୟୂରଭଞ୍ଜ ୧୩୭, ସମ୍ବଲପୁର ୧୨୭ ଓ ଯାଜପୁରରୁ  ୧୧୬ଜଣ ରହିଥିବାବେଳେ ବାକିସବୁ ଜିଲାରେ ଏହାଠାରୁ କମ୍‌ ଆକ୍ରାନ୍ତ ବାହାରିଛନ୍ତି। ସେହିଭଳି  ଆଉ ୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।  କଟକ ଜିଲାରୁ ସର୍ବାଧିକ ୩ଜଣ ଥିବାବେଳେ ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସୁବର୍ଣ୍ଣପୁର ଓ ସମ୍ବଲପୁରରୁ ଜଣେ ଲେଖାଏ ରହିଛନ୍ତି। ତେବେ ବୌଦ୍ଧ ଜିଲାରେ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ। ଏହାକୁ ମିଶାଇ ରାଜ୍ୟର ୨୮ ଜିଲାରେ କରୋନା ମୃତ୍ୟୁ ହୋଇସାରିଥିବାବେଳେ କେବଳ ନୂଆପଡ଼ା ଓ ଦେବଗଡ଼ ବାକି ରହିଛି। ସେପଟେ ଦିନକରେ ଆଉ ୩,୭୧୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ଫଳରେ ରାଜ୍ୟରେ ଏବେ ଆରୋଗ୍ୟ ସଂଖ୍ୟା ୧,୨୫,୭୩୮କୁ ବୃଦ୍ଧି ପାଇଛି।  ବର୍ତ୍ତମାନ ରାଜ୍ୟରେ ୩୨,୯୧୨ଜଣ ସକ୍ରିୟ ରୋଗୀ ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?