Posted inଜାତୀୟ

ଭାଜପା ଯୁବ ମୋର୍ଚ୍ଚାର ମଙ୍ଗ ଧରିଲେ ବିରାପ୍ପାନଙ୍କ ଝିଅ

ଚେନ୍ନାଇ,୧୯।୭: ଅତୀତରେ ଦୁଇ ଦୁଇଟି ରାଜ୍ୟ ସରକାରଙ୍କ ନିଦ ହଜାଇ ଆତଙ୍କ ସୃଷ୍ଟି କରିଥିଲେ ବିରାପ୍ପାନ। ଏବେ କିନ୍ତୁ ତାଙ୍କ ଝିଅ ବିଦ୍ୟା ବିରାପ୍ପାନ ଦେଶସେବା କରିବାକୁ ଆଗେଇ ଆସିଛନ୍ତି। ବିଦ୍ୟାଙ୍କୁ ତାମିଲନାଡୁ ଭାରତୀୟ ଜନତା ପାର୍ଟିି(ଭାଜପା) ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ପଦ ମିଳିଛି। ବିଦ୍ୟା କହିଛନ୍ତି ତାଙ୍କ ସରନେମ୍‌ ଏକ ନୂଆ ଭବିଷ୍ୟତର ସୂଚନା ଦେଉଛି। ୨୯ ବର୍ଷୀୟା ବିଦ୍ୟା ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ କୃଷ୍ଣାଗିରୀର ‘ସ୍କୁଲ ଫର କିଡ୍ସ’ର ଦାୟିତ୍ୱ ନେଇଛନ୍ତି। ଏବେ ସେ ସମାଜ ସେବା କରିବାକୁ ଆସିଥିବା କହିଛନ୍ତି। ସେ କୌଣସି ବିଶିଷ୍ଟ ସମ୍ପ୍ରଦାୟର ହୋଇ ନ ଥିବା ବେଳେ ମାନବିକତାରେ ସେ ବିଶ୍ୱାସ ରଖନ୍ତି ବୋଲି କହିଛନ୍ତି। ତେଣୁ ଏବେ ସେ ଦେଶସେବା କରିବାକୁ ଆସିଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃୟାରୀରେ ସେ ଭାଜପାରେ ଯୋଗ ଦେଇଥିଲେ। ଏକ ଫେସ୍‌ବୁକ ପୋଷ୍ଟ ଦ୍ୱାରା ବିଦ୍ୟାଙ୍କ ଉପାଧ୍ୟକ୍ଷ ପଦ ସମ୍ପର୍କରେ ସୂଚନା ମିଳିଛି। ଏହାପରେ ତାଙ୍କ ପିତା ବିରାପ୍ପାନଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଛି। ବିଦ୍ୟା କୁହନ୍ତି ଜୀବନରେ ସେ ମାତ୍ର ଥରଟିଏ ତାଙ୍କୁ ପିତାଙ୍କୁ ଦେଖିଛନ୍ତି। ମାତ୍ର ୬-୭ ବର୍ଷ ବୟସରେ ସେ ଖେଳୁଥିବା ସମୟରେ ତାଙ୍କ ପିତା ଆସି ତାଙ୍କୁ ଭଲ ମଣିଷ ହେବା ସହ ପାଠପଢି ଡାକ୍ତର ହେବାକୁ କହିଥିବା ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ବୀରାପ୍ପାନ ୧୫୦ ଲୋକଙ୍କୁ ହତ୍ୟା କରିବା ସହ ୧୦୦ରୁ ଊର୍ଦ୍ଧ୍ୱ ହାତୀଙ୍କୁ ବେଆଇନ ଭାବେ ମାରି ଦେଇଥିଲେ। ଏହାସହ ଚନ୍ଦନ କାଠ ଚୋରା ବ୍ୟବସାୟ ପାଇଁ ଖୁବ୍‌ ଚର୍ଚ୍ଚିତ ବୀରାପ୍ପାନଙ୍କୁ ୨୦୦୪ରେ ପୋଲିସ ଏନ୍‌କାଉଣ୍ଟର କରି ମାରି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri