Posted inଜାତୀୟ

ଭାଜପା ଯୁବ ମୋର୍ଚ୍ଚାର ମଙ୍ଗ ଧରିଲେ ବିରାପ୍ପାନଙ୍କ ଝିଅ

ଚେନ୍ନାଇ,୧୯।୭: ଅତୀତରେ ଦୁଇ ଦୁଇଟି ରାଜ୍ୟ ସରକାରଙ୍କ ନିଦ ହଜାଇ ଆତଙ୍କ ସୃଷ୍ଟି କରିଥିଲେ ବିରାପ୍ପାନ। ଏବେ କିନ୍ତୁ ତାଙ୍କ ଝିଅ ବିଦ୍ୟା ବିରାପ୍ପାନ ଦେଶସେବା କରିବାକୁ ଆଗେଇ ଆସିଛନ୍ତି। ବିଦ୍ୟାଙ୍କୁ ତାମିଲନାଡୁ ଭାରତୀୟ ଜନତା ପାର୍ଟିି(ଭାଜପା) ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ପଦ ମିଳିଛି। ବିଦ୍ୟା କହିଛନ୍ତି ତାଙ୍କ ସରନେମ୍‌ ଏକ ନୂଆ ଭବିଷ୍ୟତର ସୂଚନା ଦେଉଛି। ୨୯ ବର୍ଷୀୟା ବିଦ୍ୟା ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ କୃଷ୍ଣାଗିରୀର ‘ସ୍କୁଲ ଫର କିଡ୍ସ’ର ଦାୟିତ୍ୱ ନେଇଛନ୍ତି। ଏବେ ସେ ସମାଜ ସେବା କରିବାକୁ ଆସିଥିବା କହିଛନ୍ତି। ସେ କୌଣସି ବିଶିଷ୍ଟ ସମ୍ପ୍ରଦାୟର ହୋଇ ନ ଥିବା ବେଳେ ମାନବିକତାରେ ସେ ବିଶ୍ୱାସ ରଖନ୍ତି ବୋଲି କହିଛନ୍ତି। ତେଣୁ ଏବେ ସେ ଦେଶସେବା କରିବାକୁ ଆସିଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃୟାରୀରେ ସେ ଭାଜପାରେ ଯୋଗ ଦେଇଥିଲେ। ଏକ ଫେସ୍‌ବୁକ ପୋଷ୍ଟ ଦ୍ୱାରା ବିଦ୍ୟାଙ୍କ ଉପାଧ୍ୟକ୍ଷ ପଦ ସମ୍ପର୍କରେ ସୂଚନା ମିଳିଛି। ଏହାପରେ ତାଙ୍କ ପିତା ବିରାପ୍ପାନଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଛି। ବିଦ୍ୟା କୁହନ୍ତି ଜୀବନରେ ସେ ମାତ୍ର ଥରଟିଏ ତାଙ୍କୁ ପିତାଙ୍କୁ ଦେଖିଛନ୍ତି। ମାତ୍ର ୬-୭ ବର୍ଷ ବୟସରେ ସେ ଖେଳୁଥିବା ସମୟରେ ତାଙ୍କ ପିତା ଆସି ତାଙ୍କୁ ଭଲ ମଣିଷ ହେବା ସହ ପାଠପଢି ଡାକ୍ତର ହେବାକୁ କହିଥିବା ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ବୀରାପ୍ପାନ ୧୫୦ ଲୋକଙ୍କୁ ହତ୍ୟା କରିବା ସହ ୧୦୦ରୁ ଊର୍ଦ୍ଧ୍ୱ ହାତୀଙ୍କୁ ବେଆଇନ ଭାବେ ମାରି ଦେଇଥିଲେ। ଏହାସହ ଚନ୍ଦନ କାଠ ଚୋରା ବ୍ୟବସାୟ ପାଇଁ ଖୁବ୍‌ ଚର୍ଚ୍ଚିତ ବୀରାପ୍ପାନଙ୍କୁ ୨୦୦୪ରେ ପୋଲିସ ଏନ୍‌କାଉଣ୍ଟର କରି ମାରି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସଡ଼କ ଦୁର୍ଘଟଣା: ଆଖିବୁଜିଲେ ୫ ଯୁବକ

ଥିରୁଭାନନ୍ତପୁରମ,୨୩।୧: କେରଳର ଅମ୍ବାଲାପୁଜା ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅମ୍ବାଲାପୁଜା ନିକଟ ଥିରୁଭାନନ୍ତପୁରମ ଆଡକୁ ଯାଉଥିବା ଏକ ଟ୍ରକ ସହିତ କାର ମୁହାଁମୁହିଁ...

ଚଳନ୍ତା ଲ୍ୟାବରେ ହେବ କରୋନା ପରୀକ୍ଷା!

ମୁମ୍ବାଇ,୨।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇରେ ସର୍ବାଧିକ ସଂକ୍ରମିତଙ୍କୁ ଏଯାବତ୍‌ ଚିହ୍ନଟ କରାଗଲାଣି। ଏବେ କରୋନା ସଂକ୍ରମଣକୁ କମ୍‌...

ମାସୁଦ୍‌ ଆଝାର୍‌ ପୁଣି ସକ୍ରିୟ: ଭାରତରେ ଅନୁପ୍ରବେଶ ପାଇଁ ୫୦ ଜୈଶ୍‌ ଆତଙ୍କବାଦୀ ବାଲାକୋଟରେ ନେଉଛନ୍ତି ପ୍ରଶିକ୍ଷଣ

ଶ୍ରୀନଗର,୧୪।୧୧: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଆଝାର୍‌ ପୁଣି ସକ୍ରିୟ ହୋଇଥିବା କୁହାଯାଉଛି। ମାସୁଦ୍‌ଙ୍କ ନିର୍ଦ୍ଦେଶରେ ଜୈଶ୍‌ ଆତଙ୍କବାଦୀ ଓସାମା ୟୁସୁଫ୍‌ ଭାରତରେ ଅନୁପ୍ରବେଶ...

ବିଜୟ ଶୋଭାଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ଉଠିଲା

ନୂଆଦିଲ୍ଲୀ,୧୦।୩: ଦେଶର ୫ ରାଜ୍ୟରେ ବିଧାନସଭା ଲାଗି ଭୋଟଗଣତି ଜାରି ରହିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ନେଇ ନିର୍ବାଚନୀ...

ନାବାଳିକା ବକ୍ସରଙ୍କୁ ବଳାତ୍କାର

ମୁମ୍ବାଇ,୧୨।୩ : ମୁଲନ୍ଦ ଅଞ୍ଚଳରେ ଜଣେ ନାବାଳିକା ବକ୍ସରଙ୍କୁ ବଳାତ୍କାର ଅଭିଯୋଗରେ ୩୦ ବର୍ଷୀୟ କୋଚ୍‌ଙ୍କୁ ଗିରଫ କରାଯାଇଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି...

ଶିବରାଜଙ୍କ ସରକାରଙ୍କ ପ୍ରତି ବିଭାଗରେ ଭରି ରହିଛି ଦୁର୍ନୀତି: କମଲନାଥ…

ଭୋପାଳ,୨୫।୬ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜ୍ୟର ଭାଜପା ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ...

ରାହୁଲ ଗାନ୍ଧୀ କହିଲେ, ଜୁଲାଇ ମାସ ଆସିଲା..ଟିକା ନାହିଁ: ଜବାବରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କରୋନା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି। ଶୁକ୍ରବାର ଟୁଇଟ୍‌ କରି ସେ...

ଛାତ୍ରୀଙ୍କୁ ଗଣବଳାତ୍କାର, ବୟଫ୍ରେଣ୍ଡଙ୍କୁ ଆକ୍ରମଣ

ମାହୀଶୂର,୨୫।୮ : ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ରେ କର୍ନାଟକର ମାହୀଶୂରସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଚାମୁଣ୍ଡି ପାହାଡ଼ରେ ବୁଲିବାକୁ ପହଞ୍ଚିଥିଲେ ଜଣେ ଛାତ୍ରୀ ଓ ତାଙ୍କ...

Advertisement
Archives

Model This Week