ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି ଚାଲିବା, କହିବା ଓ ଅନ୍ୟାନ୍ୟ କାର୍ଯ୍ୟ ଶିଖିଥାଏ। ଏହି ଅନୁକରଣ ବା ନକଲ କରିବା ପ୍ରକ୍ରିୟା ଜୀବନର ପ୍ରତିଟି କ୍ଷେତ୍ରରେ ଦେଖିବାକୁ ମିଳେ। ମାତ୍ର ସବୁ କ୍ଷେତ୍ରରେ ଅନ୍ଧ ଅନୁକରଣ ଶୁଭଫଳ ଦିଏନାହିଁ। ସେଥିପାଇଁ ଲୋକକଥାରେ କୁହାଯାଇଛି ନକଲ କରିବା ପାଇଁ ବି ଅକଲ (ବୁଦ୍ଧି) ଦରକାର। ତେବେ ନକଲର ଅର୍ଥ ହେଉଛି ଅନ୍ୟ ଜଣକର କାର୍ଯ୍ୟ, ଶୈଳୀ ବା ଚିନ୍ତାଧାରାକୁ ଅନୁସରଣ କରିବା, କିନ୍ତୁ କେଉଁଠାରେ, କେତେବେଳେ ଏବଂ କେତେ ପରିମାଣରେ ନକଲ କରାଯିବ ତାହା ସ୍ଥିର କରିବା ପାଇଁ ବୁଦ୍ଧି ବା ଅକଲର ଆବଶ୍ୟକତା ରହିଛି। ବିନା ବିଚାରରେ କାହାରିକୁ ନକଲ କଲେ ହାସ୍ୟାସ୍ପଦ ହେବାକୁ ପଡ଼େ। ଉଦାହରଣସ୍ବରୂପ, ଜଣେ ବ୍ୟକ୍ତି ଉପରକୁ ଚାହିଁ ଚାଲୁଥିବା ଦେଖି ଯଦି ଅନ୍ୟ ଜଣେ ସେହିପରି କରେ ତେବେ ସେ ଖାଲରେ ପଡ଼ିବାର ସମ୍ଭାବନା ଥାଏ। ଏଠାରେ ପ୍ରଥମ ବ୍ୟକ୍ତିଜଣକ ଆକାଶରେ ଉଡ଼ୁଥିବା ପକ୍ଷୀ ଦେଖୁଥାଇ ପାରନ୍ତି କିନ୍ତୁ ଦ୍ୱିତୀୟ ବ୍ୟକ୍ତି ଜଣକ ନିଜର ବୁଦ୍ଧି ନ ଖଟାଇ ନକଲ କରିବା ଯୋଗୁ ବିପଦରେ ପଡ଼ନ୍ତି। ସେହିପରି ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ସମୟରେ ଅନେକ ଛାତ୍ରୀଛାତ୍ର ନକଲ କରିଥାନ୍ତି କିନ୍ତୁ ଯିଏ ବୁଦ୍ଧିମାନ, ସେ ଜାଣିଥାଏ କି କେଉଁ ପ୍ରଶ୍ନର ଉତ୍ତର କେତେ ଲେଖିବାକୁ ହେବ। ଅନେକ ସମୟରେ ନକଲ କରୁଥିବା ପିଲା ନିଜ ବୁଦ୍ଧି ନ ଖଟାଇ ଅନ୍ୟର ଖାତାରୁ ଭୁଲ୍‌ ଉତ୍ତର ମଧ୍ୟ ଲେଖିଦିଏ ଯାହାର ପରିଣାମ ଭୟଙ୍କର ହୁଏ। କେବଳ ପରୀକ୍ଷା ନୁହେଁ ବ୍ୟବସାୟ, କଳା ଏବଂ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନ୍ୟର ସଫଳତାକୁ ଦେଖି ନକଲ କରିବା ପୂର୍ବରୁ ନିଜର ସାମର୍ଥ୍ୟ ଓ ପରିସ୍ଥିତିକୁ ବିଚାର କରିବା ଉଚିତ।
ତେବେ ଆଜିର ଯୁଗରେ ପାଶ୍ଚାତ୍ୟ ସଂସ୍କୃତିର ନକଲ କରିବା ଏକ ଫ୍ୟାଶନ୍‌ ହୋଇଗଲାଣି। ଆମର ପୋଷାକ ପରିଚ୍ଛଦ, ଖାଦ୍ୟପେୟ ଏବଂ ଚଳଣିରେ ଆମେ ବିଦେଶୀମାନଙ୍କୁ ନକଲ କରୁଛୁ କିନ୍ତୁ ଆମେ ଭୁଲିଯାଉଛୁ ଯେ ଆମର ଜଳବାୟୁ ଓ ପରିବେଶ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା। ଯେଉଁ ପୋଷାକ ଶୀତପ୍ରଧାନ ଦେଶ ପାଇଁ ଉପଯୁକ୍ତ ତାହାକୁ ଯଦି ଆମେ ଓଡ଼ିଶାର ପ୍ରବଳ ଗ୍ରୀଷ୍ମରେ ପିନ୍ଧିବା ତେବେ ତାହା ବୁଦ୍ଧିମାନର କାମ ନୁହେଁ। ସେହିଭଳି ଖାଦ୍ୟପେୟ କ୍ଷେତ୍ରରେ ମଧ୍ୟ ‘ଫାଷ୍ଟ ଫୁଡ୍‌’ର ନକଲ କରି ଆମେ ଆମର ସ୍ବାସ୍ଥ୍ୟ ହରାଉଛ। ଏଠାରେ ଅକଲ ଖଟାଇବାର ଆବଶ୍ୟକତା ଅଛି ଯେ କେଉଁଟି ଆମ ପାଇଁ ଭଲ ଏବଂ କେଉଁଟି ମନ୍ଦ। ବ୍ୟବସାୟ ଜଗତରେ ମଧ୍ୟ ନକଲ କରିବାର ପ୍ରବୃତ୍ତି ଦେଖାଯାଏ। ଯଦି କୌଣସି ସହରରେ ଗୋଟିଏ ‘ଚା’ ଦୋକାନ ବା ‘ଫାଷ୍ଟ ଫୁଡ୍‌’ କେନ୍ଦ୍ର ଲାଭବାନ ହେଉଛି ତେବେ ତା’ ପାଖରେ ଆହୁରି ଦଶଟି ସେହିଭଳି ଦୋକାନ ଖୋଲିଯାଏ କିନ୍ତୁ ସମସ୍ତେ ସଫଳ ହୁଅନ୍ତି ନାହିଁ। ସଫଳ ସେଇ ହୁଏ ଯିଏ ଅନ୍ୟର ବୁଦ୍ଧିକୁ ନକଲ କରିବା ସହିତ ସେଥିରେ କିଛି ନୂଆ ପଣ ବା ‘ଇନୋଭେସନ୍‌’ ଯୋଡ଼େ। କେବଳ ନକଲ କଲେ ବଜାରରେ ତିଷ୍ଠି ରହିବା କଷ୍ଟକର। ଆଉ ଯେତେବେଳେ ମଣିଷ ବିନା ବିଚାରରେ କୌଣସି ରାଜନୈତିକ ନେତା, ଚଳଚ୍ଚିତ୍ର ତାରକା ବା ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ନକଲ କରେ ତାହା ସମାଜ ପାଇଁ ବିପଜ୍ଜନକ ହୋଇଥାଏ। ଆଜିକାଲି ୟୁଟ୍ୟୁବ୍‌ ବା ଇନ୍‌ଷ୍ଟାଗ୍ରାମ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍‌କୁ ନକଲ କରି ଅନେକ ଯୁବପିଢ଼ି ନିଜର ଜୀବନ ହରାଉଛନ୍ତି। ସେମାନେ ଏତିକି ‘ଅକଲ’ ଖଟାନ୍ତି ନାହିଁ ଯେ ସେହି ଭିଡିଓଗୁଡ଼ିକ ଅନେକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯାଇଥାଏ। ଅନ୍ଧ ଅନୁକରଣ ମଣିଷକୁ ବିବେକହୀନ କରିଦିଏ। ସୃଜନଶୀଳ କ୍ଷେତ୍ରରେ ଯଥା ସାହିତ୍ୟ, ସଙ୍ଗୀତ ଓ କଳାରେ ନକଲ କରିବାକୁ ସାହିତ୍ୟ ଚୋରି କୁହାଯାଏ। ଯଦି ଜଣେ ଲେଖକ ଅନ୍ୟର ଲେଖାକୁ ନକଲ କରେ ତେବେ ସେ କଦାପି ମହାନ୍‌ ହୋଇପାରିବ ନାହିଁ। ଜଣେ ପ୍ରକୃତ କଳାକାର ଅନ୍ୟମାନଙ୍କ କାର୍ଯ୍ୟରୁ ଶିକ୍ଷା ଗ୍ରହଣ କରେ କିନ୍ତୁ ନିଜର ସ୍ବତନ୍ତ୍ର ଶୈଳୀ ସୃଷ୍ଟି କରେ। ଶିକ୍ଷା ଗ୍ରହଣ କରିବା ଏବଂ ନକଲ କରିବା ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟକୁ ବୁଝିବା ପାଇଁ ଅକଲର ପ୍ରୟୋଜନ ରହିଛି।
ଆମ ପୁରାଣ ଓ କିମ୍ବଦନ୍ତୀରେ ମଧ୍ୟ ଏହାର ଅନେକ ଉଦାହରଣ ଅଛି। କୋଣାର୍କ ମନ୍ଦିର ଗଢ଼ିବା ସମୟରେ ବାରଶହ ବଢ଼େଇ ଯାହା କରିପାରିଲେ ନାହିଁ ଜଣେ ବାର ବର୍ଷର ବାଳକ ଧର୍ମପଦ ତାହା କରି ଦେଖାଇଲେ। ସେ କେବଳ ପଥର କାଟିବା ନକଲ କରିନ ଥିଲେ ବରଂ ନିଜର ବୁଦ୍ଧି ଖଟାଇ ଚୂଳ ମାରିବାର କୌଶଳ ବାହାର କରିଥିଲେ। ସେହିଭଳି ବିଦ୍ୟୁତ୍‌ ପ୍ରଭାବିତ ତାରକୁ ଛୁଇଁଥିବା ମାଙ୍କଡ଼କୁ ଦେଖି ଅନ୍ୟ ମାଙ୍କଡ଼ମାନେ ମଧ୍ୟ ତାର ଧରି ପ୍ରାଣ ହରାଇବାର କାହାଣୀ ଆମେ ଶୁଣିଛୁ। ଏହା ହିଁ ହେଉଛି ବିନା ଅକଲରେ ନକଲ କରିବାର ପରିଣାମ।

ଦୀପ୍ତିମୟୀ ନାୟକ
ମୋ: ୯୦୯୦୬୬୧୫୮୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri