ନୂଆଗାଁ ବିଜୁ ଯୁବ ଭବନକୁ ନେଇ ବିବାଦ

ନୂଆଗାଁ,୧୭।୧୨(ଧନେଶ୍ୱର ସାହୁ):ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସଦର ମହକୁମାଠାରେ ନିର୍ମାଣ ହୋଇଥିବା ବିଜୁ ଯୁବ ଭବନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ବିବାଦ ଲାଗି ରହିଛି । ବିଜେଡି ଏହି ଭବନକୁ ନିଜ ଅକ୍ତିଆରରେ ରଖିଥିବା ବେଳେ କ୍ଷମତାକୁ ଆସିବା ପରେ ଭାଜପା ତାହାକୁ ଛଡ଼େଇ ନେବାକୁ ବସିଛି ା
ସରକାରୀ ଅର୍ଥରେ ଏହା ନିର୍ମାଣ ହୋଇଥିବାରୁ ତାହାକୁ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଖୋଲା ରଖିବା ପାଇଁ ଭାଜପା  ଦାବି କରିଛି।
     ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମିତ ହୋଇଛି ବିଜୁ ଯୁବ ଭବନ। ଏହାକୁ ୨୦୨୩ ମେ’ ୨୫ରେ ବିଧାନସଭା ପାଠାଗାର କମିଟିର ୧୩ ବିଧାୟକଙ୍କ ସମେତ ନୟାଗଡ଼ ଜିଲାପାଳ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଥିଲା। ଗୋଟିଏ ପ୍ରକଳ୍ପ ପାଇଁ ବିଭିନ୍ନ ନାମରେ ଯଥା ବିଜୁ ପଟ୍ଟନାୟକ ୟୁଥ୍‌ କମ୍ୟୁନିଟି ସେଣ୍ଟର, ନୂଆଗାଁ ୟୁଥ ଇନଫରମେଶନ କମ୍ୟୁନିଟ ସେଣ୍ଟର, ୟୁଥ୍‌ କ୍ଲବ ନୂଆଗାଁ ଆଦି ନାମରେ ବିଧାୟକ ଓ ଏମ୍‌ପିଙ୍କ ପାଣ୍ଠିରୁ ସରକାରୀ ଅର୍ଥ ବ୍ୟୟ କରାଯାଇଛି । ହେଲେ ବିଜୁ ଯୁବ ଭବନ ନାମରେ ନାମିତ ଏହି ଭବନକୁ ବିଜୁ ଜନତା ଦଳର ନିର୍ଦ୍ଦିଷ୍ଟ ଗୋଷ୍ଠୀ କବ୍‌ଜା କରି ରଖିଥିବା ବେଳେ  ଭାରତୀୟ ଜନତା ପାର୍ଟିର କର୍ମୀ ବିରୋଧ କରୁଛନ୍ତି ା ପ୍ରଶାସନିକ ଅଧିକାରୀମାନେ ନୀରବ ରହିଥିବାରୁ ସେଥିରେ ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି ।
ଭାଜପା ନେତା ରାଘବ ମଲିକ  ନୂଆଗାଁ ବ୍ଲକର ତତ୍କାଳୀନ ବିଡିଓ ବାସୁଦେବ ନାୟକଙ୍କୁ ଏ ନେଇ ଅଭିଯୋଗ କରିଥିଲେ ା
ହେଲେ ବାସୁଦେବ ଏହି ବିବାଦ ସମାଧାନ କରିବାରେ ବିଫଳ ହୋଇଥିଲେ। ପରେ ଜିଲାପାଳଙ୍କୁ ଅଭିଯୋଗ କରିବାରେ ମଧ୍ୟ  ସୁଫଳ ନ ମିଳିବାରୁ  ମଲିକ  ରାଜସ୍ବ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ  କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ସରକାରୀ ଅର୍ଥରେ ନିର୍ମାଣ କରାଯାଇଥିବା ପ୍ରକଳ୍ପକୁ ବିଜେଡି କର୍ମୀ ଅକ୍ତିଆର କରି ବିଜୁ ଜନତା ଦଳର କାର୍ଯ୍ୟାଳୟ କରିଛନ୍ତି ।
ତେଣୁ ତାହାକୁ ସରକାର ନିଜ ହାତକୁ ନେଇ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଖୋଲା ରଖିବାକୁ ସେ ନିବେଦନ କରିଛନ୍ତି ା ଅଭିଯୋଗ ପରେ  ୭ ଦିନ  ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଗତ ୪ ତାରିଖରେ ନୟାଗଡ଼ ଜିଲାପାଳଙ୍କୁ ଚିଠି ଲେଖାଯାଇଥିଲା ା ୨ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନୟାଗଡ଼ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ୬।୧୨।୨୪ରେ ନୂଆଗାଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଦ୍ୟାବଧି କୌଣସି ରିପୋର୍ଟ ଦାଖଲ କରାଯାଇ ନ ଥିବା ଜଣାପଡିଛି ।  ଅନ୍ୟପକ୍ଷେ ବିଜେଡି ପକ୍ଷରୁ କେତେଜଣ ପ୍ରଶାସନିକ ଅଧିକାରୀଙ୍କୁ ଭୟଭୀତ କରାଇ ଏହା ସର୍ବସାଧାରଣ ବ୍ୟବହାର କରୁଥିବା ରିପୋର୍ଟ ଦାଖଲ କରିବା ପାଇଁ ଧମକ ଦେଉଥିବା ଭାଜପା ନେତା ମଲିକ ଅଭିଯୋଗ କରିଛନ୍ତି। ମଲିକଙ୍କ କହିବା ଅନୁଯାୟୀ, ବିଜେଡିର କେତେଜଣ କର୍ମୀ ବିଜୁ ଯୁବ ଭବନରେ ଆଡ୍ଡା ଜମାଇ ସ୍ଥାନୀୟ ବିଧାୟକ ଓ କର୍ମୀଙ୍କ  ନିଜସ୍ବ କାର୍ଯ୍ୟକ୍ରମ କରୁଛନ୍ତି ା  ଉକ୍ତ ଭବନକୁ  ସର୍ବସାଧାରଣ ବ୍ୟବହାର କରୁଥିବା ଦର୍ଶାଇବା ପାଇଁ ଅଧିକାରୀମାନଙ୍କୁ ବାଧ୍ୟ କରାଯାଉଛି ।
ତେବେ ବିଜେଡି କର୍ମୀଙ୍କ ଚାପରେ ଭୁଲ୍‌ ରିପୋର୍ଟ ଦାଖଲ  ନ କରି ନିରପେକ୍ଷ ତଦନ୍ତ ରିପୋର୍ଟ ଦାଖଲ କରିବା ସହ ଉକ୍ତ ଭବନକୁ ସାଧାରଣ ଲୋକଙ୍କ ବ୍ୟବହାର ନିମନ୍ତେ ପ୍ରଶାସନ ଦୃଷ୍ଟି ଦେଉ ବୋଲି ଭାଜପା ନେତା ମଲିକ ଦାବି କରିଛନ୍ତି ।
    ଏ ନେଇ ବିଜୁ ଜନତା ଦଳ ନୟାଗଡ଼ ଜିଲା ଉପ-ସଭାପତି ଦିଲୀପ ଦଳବେହେରାଙ୍କୁ ପଚାରିବାରେ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଏହି ଭବନ ସର୍ବସାଧାରଣଙ୍କ ବ୍ୟବହାରରେ ଲାଗୁଛି। ଏଠାରେ ନାଟକ ଶିଖିବା, ବରିଷ୍ଠ ନାଗରିକଙ୍କ ବୈଠକ ଆଦି ହେଉଛି ବୋଲି ସେ କହିଛନ୍ତି ା ଏ ବାବଦରେ ନୂଆଗାଁ ବିଡିଓ ଅମୃତ କୁମାର ରାଉଳଙ୍କୁ ପଚାରିବାରେ ସେ ଏ ଦାୟିତ୍ୱ  ଯନ୍ତ୍ରୀଙ୍କୁ ଦେଇଥିବା କହିଛନ୍ତି। ତେବେ କ’ଣ ହୋଇଛି ସେ ବିଷୟରେ ପଚାରି ବୁଝିବେ ବୋଲି ସେ କହିଛନ୍ତି ା

Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?