ନିରନ୍ତର ନା ପରିପୋଷଣୀୟ

ପାଠକେ, ଜିଡିପି ବା ମୋଟ ଘରୋଇ ଉତ୍ପାଦକୁ ଭିତ୍ତିକରି ଆମ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସୁଖ ସମୃଦ୍ଧିକୁ ନେଇ ବାଦବିବାଦ, ମତ ମତାନ୍ତର ଢେର ଆଗରୁ ତ ତିଷ୍ଠି ରହିଛି। ତେବେ ଖୁବ୍‌ ନିକଟରେ କେତେଜଣ ଗବେଷକ ଜିଡିପିକୁ ଏକ ନୂଆ ଢଙ୍ଗରେ ବିଚାର କରିବାକୁ ଆରମ୍ଭ କରିଛନ୍ତି। ସେମାନେ ପ୍ରଶ୍ନ ପଚାରିଛନ୍ତି, ନିରନ୍ତର ଅର୍ଥନେତିକ ଅଭିବୃଦ୍ଧି କ’ଣ ପରିପୋଷଣୀୟ ବିକାଶର ସମତୁଲ? ସେମାନେ କୁହନ୍ତି, ମିଳିତ ଜାତିସଂଘର ପଣ୍ଡିତମାନେ ଅନ୍ତତଃ ସେଇଆ ଭାବିଥାନ୍ତି, କାରଣ ପରିପୋଷଣୀୟ ବିକାଶ ଲକ୍ଷ୍ୟ ବା ଏସ୍‌ଡିଜି ତାଲିକାରେ ଦର୍ଶାଯାଇଛି ଯେ ଉଭୟ ସମାନ। ଅନ୍ୟପକ୍ଷରେ ଯେଉଁମାନେ ଏହି ବିଚାରକୁ ବିରୋଧ କରୁଛନ୍ତି ସେମାନଙ୍କର ଯୁକ୍ତି ହେଉଛି ଅର୍ଥନେତିକ ଅଭିବୃଦ୍ଧି ନିରନ୍ତର ଜାରି ରହିବା ସମ୍ଭବ ନୁହେଁ। ଆଉ ଯଦି ଅଭିବୃଦ୍ଧି ଦୀର୍ଘ ସୂତ୍ରରେ ପରିପୋଷଣୀୟ ନ ହୁଏ ତେବେ ତା’ର ଅର୍ଥ ହିଁ ନାହିଁ।
ଯଦି ପରିପୋଷଣୀୟ ବିକାଶ ଲକ୍ଷ୍ୟ ମିଳିତ ଜାତିସଂଘ ମାନଦଣ୍ଡରେ ଆମର ମୂଳ ପ୍ରସଙ୍ଗ ନ ହୁଏ ତେବେ ଯେକୌଣସି ଅଭିବୃଦ୍ଧି ହେବ ଅନ୍ତଃ ସାରଶୂନ୍ୟ। ଗଣିତ ଆତ୍ମାକୁ ଯେ ନିରନ୍ତର ଖାଦ୍ୟ ଯୋଗେଇପାରିବ ନାହିଁ । ପାଠକେ ଜାଣନ୍ତି ଯେ ଅନ୍ତତଃ କେତେ ଦଶନ୍ଧି ଧରି ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ, ବଜାର ବିଶାରଦ, କେନ୍ଦ୍ରୀୟ ବ୍ୟାଙ୍କ ଏବଂ ଅର୍ଥଲଗାଣକାରୀ ସଂସ୍ଥା ମନେକରି ଆସିଛନ୍ତି ଯେ ଗୋଟିଏ ଅର୍ଥନୀତିର ଶ୍ରୀବୃଦ୍ଧି ତଉଲିବା ପାଇଁ ଯେକୌଣସି ପ୍ରକାର ମୋଟ ଘରୋଇ ଉତ୍ପାଦ ବୃଦ୍ଧି ହେବା ଦରକାର। କିନ୍ତୁ ସବୁ ସମୟରେ ଆଉ କେତେଜଣ ଅର୍ଥନୀତିଜ୍ଞ ଏବଂ ଚିନ୍ତକ ଏମାନଙ୍କୁ ରୀତିମତ ବିରୋଧ କରିଆସିଛନ୍ତି। ସେମାନେ ମନେକରନ୍ତି,ନିରନ୍ତର ଅଭିବୃଦ୍ଧି ଆମ ଗ୍ରହର ସ୍ବାସ୍ଥ୍ୟ ପାଇଁ ଆଦୌ ଶୁଭଙ୍କର ନୁହେଁ।
ପ୍ରାୟ ୫୦ ବର୍ଷ ତଳେ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧିର ସମାଲୋଚକ ହର୍ମାନ୍‌ ଡାଲି ଲେଖିଥିଲେ, ‘ଗ୍ରୋଥ୍‌’ ଶବ୍ଦର ଉପଯୁକ୍ତ ବ୍ୟବହାର ହେଉନାହିଁ ବରଂ ଏହାର ସରଳ, ଅଭିଧାନସମ୍ମତ ଅର୍ଥ ଆମେ ହରେଇ ବସିଛୁ। କୁହାଯାଏ,ଡାଲି ଅନୁପ୍ରେରିତ କରିଥିଲେ ଗୋଟାଏ ପିର ଗବେଷକଙ୍କୁ ଯେଉଁମାନଙ୍କର କ୍ଷେତ୍ର ଥିଲା ପର୍ଯ୍ୟାବରଣ ଅର୍ଥନୀତି ଇକୋନୋମିକ୍ସ ଅଫ୍‌ ଇକୋଲୋଜି। ଏବେ ସେଇମାନେ ଏକ ନୂଆ ଆନ୍ଦୋଳନର ପ୍ରବକ୍ତା ଯେଉଁ ଆନ୍ଦୋଳନକୁ କୁହାଯାଉଛି ‘ବିଅଣ୍ଡ ଜିଡିପି’l ସେମାନେ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ଯେ ସମୃଦ୍ଧିର ଆକଳନ ପାଇଁ ଗୋଟିଏ ସୂଚକାଙ୍କ ବା ଗୋଟିଏ ଫର୍ମୁଲା ବ୍ୟବହାର ନ ହେଉ। ଭଲ ଖବର ହେଉଛି କିଛି ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନ ଯଥା ମିଳିତ ଜାତିସଂଘ ଏବଂ ୟୁରୋପୀୟ ୟୁନିୟନ ଏମାନଙ୍କ କଥା ଶୁଣିଲେଣି। ଯୁକ୍ତି ଦର୍ଶାଯାଇଛି, ଅର୍ଥନୈତିକ ଅଭିବୃଦ୍ଧି କଥା ବିଚାରକୁ ନେଲାବେଳେ ସାମାଜିକ ଓ ଜଳବାୟୁ ନ୍ୟାୟ, କର୍ମ ଓ ଅର୍ଥନେତିକ କ୍ଷେତ୍ରରେ ସମାନତା ସହିତ ପରିପୋଷଣୀୟ ନୀତି ନିର୍ଦ୍ଧାରଣକୁ ଗୁରୁତ୍ୱ ଦିଆଯାଉ। ଏବେ ବି ଦୁର୍ବଳ ଅର୍ଥନୀତି ଗୁଡ଼ିକ ପାଇଁ ବାର୍ଷିକ ହାରାହାରି ୭ ପ୍ରତିଶତ ଜିଡିପି ଅଭିବୃଦ୍ଧି ଦୂରନ୍ତ ହୋଇ ରହିଛି। ଏ ବର୍ଷ ଅତିବେଶିରେ ତାହା ୪ ପ୍ରତିଶତ ହେବ। ଅନ୍ୟ ଅର୍ଥରେ ଉପଭୋକ୍ତାମାନଙ୍କ ବ୍ୟବହାର ପାଇଁ ଅଧିକ କଞ୍ଚାମାଲର ଉପଲବ୍ଧି, ବିଳାସ ସାମଗ୍ରୀ ପ୍ରସ୍ତୁତି ଓ ଉପଭୋଗ ପରିପୋଷଣୀୟ ବିକାଶର ନମୁନା ବିଲକୁଲ ନୁହେଁ। ଆମେ ଆଦୌ ଭୁଲିଯିବା ଉଚିତ ହେବ ନାହିଁ ଯେ ମାତ୍ରାଧିକ ଉପଭୋକ୍ତା ଆବଶ୍ୟକତା ବା ସାମଗ୍ରୀଗୁଡ଼ିକର ଉପଭୋଗ ହେଉଛି ଅଧିକ କାର୍ବନ ଫୁଟ୍‌ପ୍ରିଣ୍ଟ। ଅଧିକ ସବୁଜ ବାଷ୍ପ ଉତ୍ସର୍ଜନ ଏବଂ ଅଧିକ ପ୍ରଦୂଷଣ। ଅନେକ ରାଷ୍ଟ୍ରଙ୍କ କ୍ଷେତ୍ରରେ ଉଭୟ ଜନସଂଖ୍ୟା ଓ ଜିଡିପି ଅନୁପାତରେ କାର୍ବନ ଫୁଟ୍‌ପ୍ରିଣ୍ଟ ବଢ଼ିବଢ଼ି ଚାଲିଛି।
ଏବେ ଗୁରୁତ୍ୱର ସହ ଚିନ୍ତା କରାଯାଉଛି ଯେ ଜିଡିପି କହିଲେ ସାଧାରଣ ଅର୍ଥରେ ଯାହା ବୁଝାଯାଉଛି ତାହା ହେଉଛି ମୋଟ ଉପଭୋକ୍ତା ଖର୍ଚ୍ଚ, ସରକାର ଏବଂ ବ୍ୟବସାୟ ସଂସ୍ଥାଗୁଡ଼ିକ ପୁଞ୍ଜିନିବେଶ ଓ ବ୍ୟୟ ଏବଂ ମୋଟ ରପ୍ତାନି ବିଯୁକ୍ତ ମୋଟ ଆମଦାନୀ। ଆଉ ଯଦି ପରିପୋଷଣୀୟ ବିକାଶ ଲକ୍ଷ୍ୟ (ନମ୍ବର-୮) ଅର୍ଥନୀତିର ନିରନ୍ତର ବୃଦ୍ଧିକୁ ଲକ୍ଷ୍ୟ ବୋଲି ବିଚାରକରେ ତେବେ ସବୁଜ ବାଷ୍ପ ଉତ୍ସର୍ଜନ ଓ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ ପାଇବ କେମିତି ? ପର୍ଯ୍ୟାବରଣ ବିରୋଧୀ ପ୍ରକ୍ରିୟାଗୁଡ଼ିକର ଜିଡିପି ଅଭିବୃଦ୍ଧି ସହ ସିଧାସଳଖ ସମ୍ପର୍କ ଅଛି। ଚିନ୍ତକମାନଙ୍କ ମତ ଯେ ଆମେ ଏବେ ଏମିତି ଏକ ମୋଡ଼ରେ ପହଞ୍ଚିଛେ ଯେଉଁଠି ଯେନତେନ ଘୁ ଘୁ ବଢୁଥିବା ଅର୍ଥନୀତି ଆମ ଗ୍ରହ ସ୍ବାସ୍ଥ୍ୟର ପରିପନ୍ଥୀ। ବରଂ ଆମର ଲୋଡ଼ା ଏମିତି ଅର୍ଥନୈତିକ ବ୍ୟବସ୍ଥା ଯେଉଁଠି ଅର୍ଥନେତିକ ଅଭିବୃଦ୍ଧି ହାର କମ୍‌ ହେଲେ ହେଁ ଅଗ୍ରାଧିକାର ପାଇଥିବ ପରିପୋଷଣୀୟ ବିକାଶ। ପାଠକେ,ଏସ୍‌ଡିଜି-୮ ହାସଲରେ ଆମ ଦେଶ ଭାରତର ସ୍ଥାନ ତ ନିଶ୍ଚିତ ଭାବରେ ଭଲ। କାରଣ ୨୦୧୪-୨୦୧୯ ଭିତରେ ଆମ ଜିଡିପି ଅଭିବୃଦ୍ଧି ହାର ହାରାହାରି ୭.୫ ପ୍ରତିଶତ। ତେବେ ଗୁଣାତ୍ମକ ଅର୍ଥରେ ଆମ ସାମାଜିକ-ଅର୍ଥନେତିକ କାନ୍‌ଭାସରେ ବାରିହୋଇ ପଡୁଛି ସମାନ କାମ ପାଇଁ ସମାନ ମଜୁରି ନେଇ ଲିଙ୍ଗଗତ ବିଭେଦ, ଅଣସଙ୍ଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ ପାଇଁ ଅନେକ ଅନିଶ୍ଚିତତା ଓ ଶିଶୁ ଶ୍ରମିକ ପ୍ରଥା।
ଆଉ ବାକି ରହିଲା ଆମ କାର୍ବନ ଫୁଟ୍‌ପ୍ରିଣ୍ଟ ? ୧୯୭୦ରେ ଏହା ମୁଣ୍ଡ ପିଛା ଥିଲା ୦.୩୯ ମେଟ୍ରିକ ଟନ ଯାହା ୨୦୨୧ ରେ ପହଞ୍ଚିଛି ୧.୯ ମେଟ୍ରିକ ଟନ୍‌ରେ। ଚାଇନା, ଯୁକ୍ତରାଷ୍ଟ୍ର ଏବଂ ୟୁରୋପୀୟ ୟୁନିୟନ ପଛରେ ପୃଥିବୀରେ ଚତୁର୍ଥ ବୃହତ୍ତମ କାର୍ବନ ଫୁଟ୍‌ପ୍ରିଣ୍ଟ ଭାରତର। ଆପଣ ଚିନ୍ତା କରିପାରନ୍ତି ।

  • ଶୈଳେନ୍ଦ୍ର ଦ୍ୱିବେଦୀ
    ମୋ:୯୪୩୭୧୩୭୦୬୦

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?