ବାପୁନର ବିଚାର

ପୁଅର ରେଜଲ୍ଟ ଭଲ ହୋଇଥିବା ଖୁସିରେ ଡାକ୍ତର ବନ୍ଧୁ ସୁରେଶବାବୁ ଆୟୋଜନ କରିଥିବା ଗୋଟେ ପାରିବାରିକ ଉତ୍ସବରେ ସାମିଲ ହେବାକୁ ପହଞ୍ଚିଲା ବେଳକୁ ଦେଖିଲି ଯେ ଖୁସି ପରିବର୍ତ୍ତେ ଘରେ ଟେନ୍‌ସନର ବାତାବରଣ। ସ୍ବାମୀ-ସ୍ତ୍ରୀ ଦୁହେଁ ମତେ ଆତିଥ୍ୟ ପ୍ରଦାନ କରୁଥିବାବେଳେ ପୁଅ ବାପୁନ ମତେ ମୁଣ୍ଡିଆ ମାରିଦେଇ ଅଲଗା ହେଇ ରହୁଥିବା ଦେଖି ଟିକିଏ ଅସହଜ ଲାଗିଲା। ବାପୁନ ଅତ୍ୟନ୍ତ ମେଧାବୀ ବୋଲି ମୁଁ ଜାଣେ। ପିଲାଟାର ମୁହଁରେ ହସ ଆଣିବା ଉଦ୍ଦେଶ୍ୟରେ ତାକୁ ଯାଇ ରେଜଲ୍ଟ ପାଇଁ ବଧେଇ ଜଣେଇ ତା’ର ପରବର୍ତ୍ତୀ ଯୋଜନା ବିଷୟରେ ପଚାରିଲି। ସେ କିଛି ଉତ୍ତର ଦେବା ପୂର୍ବରୁ ବନ୍ଧୁ ପାଟିକରି ଉଠିଲେ। ”ତାକୁ ଟିକେ ବୁଝାଅ। ତା’ ମୁଣ୍ଡରେ ତ ଭୂତ ପଶିଛି। ଆମ କଥାଗୁଡ଼ାକ ଭଲ ଲାଗୁନି। ଜୀବନରେ କ’ଣଟା କରିବ ତାକୁ ଟିକେ ଗାଇଡ୍‌ କର।“
ପ୍ରଥମେ ବାପୁନକୁ ଡାକିନେଇ ପଚାରିଲି। ସେ କହିଲା, ”ଅଙ୍କଲ୍‌, ମୁଁ କ’ଣ ପଢ଼ିବି, କି ଚାକିରି କରିବି ସେ ବିଷୟରେ ନିଷ୍ପତ୍ତି ନେବାର ସାମର୍ଥ୍ୟ କ’ଣ ମୋର ନାହିଁ? ବାପା ବୋଉ ଯାହା ଇଚ୍ଛା କରୁଛନ୍ତି ମୁଁ ସେୟା ପଢ଼ିଲେ ହିଁ ହବ ନ ହେଲେ ନାହିଁ?“ମୁଁ କହିଲି,‘ହଁ ଯେ, ସେମାନେ ଏମିତି କ’ଣ ଇଚ୍ଛା କରୁଛନ୍ତି ଯେ ତୁ ସେଇଟା ପାରିବୁନି?’‘ପାରିବିନି ନୁହଁ, ମୋର ସେସବୁ ପସନ୍ଦ ନୁହଁ।’‘କ’ଣ ଏମିତି ଅପସନ୍ଦିଆ କଥା କହୁଛନ୍ତି ସେମାନେ?’‘ବାପାଙ୍କର ଏକା ଜିଦ୍‌ ମୁଁ ଡାକ୍ତର ହେଇ ରୋଗୀସେବା କରିବି। ବୋଉ ଚାହୁଁଛି ମୁଁ ଡାକ୍ତର ନ ହେଇ ରମେଶ ଅଙ୍କଲଙ୍କ ଭଳିଆ ଓକିଲ ହେବି।’
ମୁଁ କହିଲି,”ଏଥିରେ ଅସୁବିଧା କ’ଣ? ପିଲାମାନେ ଚେଷ୍ଟା କରୁଛନ୍ତି। ଏଣ୍ଟ୍ରାନ୍ସରେ ନ ହୋଇପାରିଲେ ଲକ୍ଷ ଲକ୍ଷ, ଏମିତିକି କୋଟିଏ ଟଙ୍କା ଦେଇ ଆଡ୍‌ମିଶନ କରି ଡାକ୍ତର ହେବାର ସ୍ବପ୍ନ ସାକାର କରୁଛନ୍ତି। ତୁ ଚେଷ୍ଟା କଲେ ମେଡିକାଲ ଏଣ୍ଟ୍ରାନ୍ସରେ ଭଲ କରିପାରିବୁ। ତୋ ବାପାଙ୍କ ଭଳି ନାମୀ ଡାକ୍ତର ହୋଇପାରିବୁ।“
ବାପୁନ କହିଲା, ”ଅଙ୍କଲ୍‌, ସତରେ କ’ଣ ଆପଣ ବିଶ୍ୱାସ କରନ୍ତି ଯେ ଏତେ ପରିଶ୍ରମ କରି ଏତେ ଟଙ୍କା ଖର୍ଚ୍ଚ କରି ସମସ୍ତେ ଖାଲି ସେବା କରିବାକୁ ବ୍ୟାକୁଳ ହେଉଛନ୍ତି? ସେବା କରିବାକୁ ଯଦି ସମସ୍ତେ ଏତେ ବ୍ୟସ୍ତ ହେଉଥାନ୍ତେ ତା’ହେଲେ ଏ ସଂସାରରେ ଯେତେ ରୋଗ ଥିଲେ ବି ବେଶି ବାଧନ୍ତାନି। କେହି ଡାକ୍ତର ଯେ ସେବା ମନୋଭାବର ନୁହନ୍ତି ମୁଁ ସେକଥା କହୁନି, କିନ୍ତୁ ମୋ ବାପା କେବେ କାହାର ସେବା କରିଥିବା କଥା ତ ମୁଁ ଜାଣିନି। ତାଙ୍କ ମା’ବାପାଙ୍କର ଦିନେ ବି ତ ସେବା କରିନାହାନ୍ତି। ସେବା ଦୂର କଥା, ସେମାନଙ୍କୁ ଏଠି ଆଣି ରଖିଥିବାର ଆପଣ କେବେ ଦେଖିଛନ୍ତି? ନା ବାପା ନା ବୋଉ, କେହି ଆମକୁ ଜେଜେବାପା, ଜେଜେମାଆଙ୍କ ପାଖରେ କେତେଦିନ ରହିବାକୁ ଦେଇଛନ୍ତି? ବରଂ ଜେଜେବାପା ମଲେ ପଛେ ବାପା ତାଙ୍କ ମୁହଁ ଚାହିଁଲେନି। ଏଇ କ’ଣ ସେବା? ଘରେ ସେବା ନ କରି ବାହାରେ ରୋଗୀସେବା ପାଇଁ ବିକଳ? ତା ପୁଣି ବିନା ସ୍ବାର୍ଥରେ? ସେମିତି ବି ତ ଆହୁରି ଅନେକ କ୍ଷେତ୍ରରେ ଲୋକେ ଅନ୍ୟମାନଙ୍କ ସେବା କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ପ୍ରତିଯୋଗିତା କରୁଛନ୍ତି।“
ମୁଁ କହିଲି,‘ବାବୁରେ, ମା’ବାପାଙ୍କ ପ୍ରତି ମନରେ ଏମିତି ଭାବ ରଖିବା ଠିକ୍‌ ନୁହଁ।’ସେ କହିଲା, ”ସରି ଅଙ୍କଲ୍‌, ବୋଉବାପାଙ୍କ ପ୍ରତି ମୋର ସମ୍ମାନ ଅଛି। କିନ୍ତୁ ମୋର ଏ କ୍ଷୋଭ ଆପଣଙ୍କ ଛଡା ଆଉ କାହା ଆଗରେ ମୁଁ କହିପାରିବିନି। ମୁଁ କ’ଣ ଭୁଲ କହୁଛି? ବାପା କେବେ ବିନା ଟଙ୍କାରେ ପ୍ରେସ୍‌କ୍ରିପଶନଟେ ଲେଖିଛନ୍ତି? ଗରିବ ରୋଗୀ ଆସିଲେ ବାପା ତାଙ୍କଠାରୁ ଟଙ୍କା ରଖନ୍ତି। ଏଇଥିରେ ଆପଣ ଚାହୁଁଛନ୍ତି ମୁଁ ବାପାଙ୍କ ଭଳିଆ ଡାକ୍ତର ହୋଇ ରୋଗୀସେବା କରିବି? ମୋ ଜାଣିବାରେ ଆପଣ ସେବା କରନ୍ତି। ଆପଣ ପିଲାଙ୍କୁ ମାଗଣାରେ ପଢାନ୍ତି। ଆଉ ସେଇଥିପାଇଁ ଆପଣଙ୍କୁ ତାଚ୍ଛଲ୍ୟ କଲାଭଳି ଏଇକଥା କେତେଥର ବାପା କୁହନ୍ତି, ଯେମିତି ଆପଣ ଗୋଟେ ବୋକା। ସେବାଫେବା କିଛି ନୁହଁ, ବାପା କହନ୍ତି ଯେ ଜଣେ ଡାକ୍ତର ହୋଇଗଲେ ଆଜୀବନ ରୋଜଗାର ପକ୍କା।“
‘ଓକିଲ କରେଇବାକୁ ବୋଉ କ’ଣ ପାଇଁ ଚାହୁଁଛି?’ ‘ଯେ କୌଣସି ଓକିଲ ନୁହଁ, କେବଳ ରମେଶ ଅଙ୍କଲଙ୍କ ଭଳିଆ ଓକିଲ। ବୋଉ କହେ ସବୁ ଡାକ୍ତରଙ୍କର ବାପାଙ୍କ ଭଳିଆ କି ସବୁ ଓକିଲଙ୍କର ରମେଶ ଅଙ୍କଲଙ୍କ ଭଳିଆ ରୋଜଗାର ନାହିଁ। ରମେଶ ଅଙ୍କଲଙ୍କର ଯେହେତୁ ବାପାଙ୍କଠାରୁ ଅଧିକ ରୋଜଗାର, ବୋଉ ଚାହେଁ ମୁଁ ତାଙ୍କ ଭଳିଆ ହୁଏ। ମୁଁ କହିଲି-‘ଏ ତ ଭଲ କଥା। ତୁ ଓକିଲାତି ପଢ଼ିଲେ ରମେଶ ଅଙ୍କଲଙ୍କ ପାଖରେ ପ୍ରାକ୍ଟିସ କରିବୁ ।’ ବାପୁନ କହିଲା, ”ଅଙ୍କଲ୍‌, ସେ ତ କେବଳ ଟଙ୍କା କମଉଛନ୍ତି। ଆପଣ କ’ଣ ଚାହୁଁଛନ୍ତି ଯେ ମୁଁ ତାଙ୍କଭଳି ହେଇଯାଏ?“
ବାପୁନର ପ୍ରଶ୍ନ ପାଇଁ ମୋ ପାଖରେ ଉତ୍ତର ନ ଥିଲା। ପଚାରିଲି ସେ କ’ଣ ହେବାକୁ ଚାହେଁ ତ ଉତ୍ତର ଦେଲା,‘ଏ ଦୁଇଟି ଛାଡି ମତେ ଭଲ ଲାଗୁଥିବା ଆଉ କିଛି ବି ହେଇପାରେ। ହୁଏତ ଆପଣଙ୍କ ଭଳି ବି ହେଇପାରେ। ଲୁଚିଲୁଚି ବାପୁନର କଥା ଶୁଣୁଥିବା ତା’ ମା’ବାପା ଝାଉଁଳିପଡିବା ଭଳିଆ ଦିଶୁଥିଲେ।
ଅଧ୍ୟାପକ, ଇଂରାଜୀ ବିଭାଗ
ନିଆଳି ମହାବିଦ୍ୟାଳୟ, କଟକ
ମୋ: ୯୮୬୧୩୪୫୬୫୮

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?