ପାଣି ପାଇଁ ପଡ଼ିଲାଣି ଭାଳେଣି

ପାରାଦୀପ,୫।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଅଞ୍ଚଳବାସୀଙ୍କ ଏବେଠାରୁ ପାଣି ପାଇଁ ଭାଳେଣି ପଡିଲାଣି। କାରଣ ବନ୍ଦର ପ୍ରଶାସନ ସମସ୍ତ ଅଧିବାସୀଙ୍କୁ ପାଣି କମ୍‌ ବ୍ୟବହାର କରିବାକୁ ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦେଇଛନ୍ତି। ତାଳଦଣ୍ଡା କେନାଲର ନବୀକରଣ ପାଇଁ ପାରାଦୀପ ଅଞ୍ଚଳକୁ ପାଣି ଯୋଗାଣ ବନ୍ଦ ରହିବ। ଏଥିଯୋଗୁ ବନ୍ଦର ପ୍ରଶାସନ ଏଭଳି କଟକଣା ଲଗାଇବାକୁ ଯାଉଛନ୍ତି। ବନ୍ଦର ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ବିନାୟକ ପ୍ରଧାନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା ବିଜ୍ଞପ୍ତି(ପିଏଚଡି, ଏମ, ଇଏସ୍‌ଟିଟି/୨୭।୨୨) ଗତ ୨ ତାରିଖରେ ଦର୍ଶାଇଛନ୍ତି। ଅର୍ଥାତ ଏବେଠାରୁ ୨୦୨୧ ଜୁନ୍‌ ୧୫ ପର୍ଯ୍ୟନ୍ତ ପାଣି ଉପରେ କଟକଣା ବଳବତ୍ତର ରହିବ। ମୁଖ୍ୟତଃ ନେହେରୁ ବଙ୍ଗଳା, ଅଠରବାଙ୍କୀ, ରେଳବାଇ କଲୋନୀ, ଡକ୍‌ ଅଞ୍ଚଳ, ବୃନ୍ଦାବନ କଲୋନୀ, ଜଗନ୍ନାଥ କଲୋନୀ, ମଧୁବନ କଲୋନୀ, ନୂଆବଜାର କଲୋନୀ, ସିଆଇଏସ୍‌ଏଫ୍‌ କଲୋନୀ, ଷଣ୍ଢକୁଦ ଅଞ୍ଚଳକୁ ପାଣି ଯୋଗାଣରେ କଟକଣା ରହିବ। ଚଳଣି ପାଇଁ ଯେତିକି ପାଣି ଯୋଗାଣ କରାଯିବ ତାକୁ ସୁବିନିଯୋଗ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ବନ୍ଦରାଞ୍ଚଳର ଅଧିବାସୀଙ୍କୁ ପ୍ରତିଦିନ ଦୁଇଥର ଜଳଯୋଗାଣ କରାଯାଏ। ଏହି ପାଣି ରାଜ୍ୟ ସରକାରଙ୍କଠାରୁ ବନ୍ଦର ଆଣିଥାନ୍ତି। କଟକ ଜୋବ୍ରାରୁ ପାଣି ତାଳଦଣ୍ଡା କେନାଲ ଦେଇ ବନ୍ଦର ଜଳାଶୟକୁ ଆସେ। ସେଠାରେ ଜଳକୁ ବିଶୋଧନ କରାଯାଇ ଯୋଗାଇ ଦିଆଯାଏ। ୨୦୧୩ରୁ ପ୍ରତିବର୍ଷ ଏଭଳି ଜଳସଙ୍କଟ ପାରାଦୀପରେ ଲାଗି ରହିଛି। ଖରାଦିନେ ଲୋକମାନେ ଅସୁବିଧା ଭୋଗୁଥିବା ବିଗତବର୍ଷରେ ଦେଖିବାକୁ ମିଳିଛି। ଚଳିତବର୍ଷ ସମାନ ସମସ୍ୟାକୁ ନେଇ କଲୋନୀବାସୀଙ୍କ ଚିନ୍ତା ବଢିବାରେ ଲାଗିଲାଣି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତିଙ୍କୁ ପଚାରିବାରେ କଟକର ଜୋବ୍ରାଠାରୁ ବିରିବାଟୀ ଯାଏ ତାଳଦଣ୍ଡା କେନାଲ ସଫା କରାଯିବାର ପ୍ରସ୍ତାବ ଥିବାରୁ ପାଣି ସପ୍ଲାଇ ବନ୍ଦ କରାଯାଇଛି। ପାରାଦୀପ ଶିଳ୍ପାଞ୍ଚଳକୁ ପାଣି ଯୋଗାଇବାକୁ କଟକ-ପାରାଦୀପ ତାଳଦଣ୍ଡା କେନାଲର ଚୌଧୁରୀଗଡାଠାରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ମହାନଦୀରୁ ମୋଟର ଯୋଗେ ପାଣି ଉଠାଇ କେନାଲରେ ଛଡାଯିବ। ପ୍ରାୟତଃ ପାଣି ପାଇଁ ସେପରି କିଛି ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

ବିହାର ଅସଦାଚରଣ ମାମଲା: ୩ ଗିରଫ

ପାଟନା, ୨୨।୯: ବିହାରର ଜାମୁଇ ଜିଲାରେ ୧୦ମ ଶ୍ରେଣୀର ୨ଜଣ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି।…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?