ପାଣି ପାଇଁ ପଡ଼ିଲାଣି ଭାଳେଣି

ପାରାଦୀପ,୫।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଅଞ୍ଚଳବାସୀଙ୍କ ଏବେଠାରୁ ପାଣି ପାଇଁ ଭାଳେଣି ପଡିଲାଣି। କାରଣ ବନ୍ଦର ପ୍ରଶାସନ ସମସ୍ତ ଅଧିବାସୀଙ୍କୁ ପାଣି କମ୍‌ ବ୍ୟବହାର କରିବାକୁ ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦେଇଛନ୍ତି। ତାଳଦଣ୍ଡା କେନାଲର ନବୀକରଣ ପାଇଁ ପାରାଦୀପ ଅଞ୍ଚଳକୁ ପାଣି ଯୋଗାଣ ବନ୍ଦ ରହିବ। ଏଥିଯୋଗୁ ବନ୍ଦର ପ୍ରଶାସନ ଏଭଳି କଟକଣା ଲଗାଇବାକୁ ଯାଉଛନ୍ତି। ବନ୍ଦର ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ବିନାୟକ ପ୍ରଧାନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା ବିଜ୍ଞପ୍ତି(ପିଏଚଡି, ଏମ, ଇଏସ୍‌ଟିଟି/୨୭।୨୨) ଗତ ୨ ତାରିଖରେ ଦର୍ଶାଇଛନ୍ତି। ଅର୍ଥାତ ଏବେଠାରୁ ୨୦୨୧ ଜୁନ୍‌ ୧୫ ପର୍ଯ୍ୟନ୍ତ ପାଣି ଉପରେ କଟକଣା ବଳବତ୍ତର ରହିବ। ମୁଖ୍ୟତଃ ନେହେରୁ ବଙ୍ଗଳା, ଅଠରବାଙ୍କୀ, ରେଳବାଇ କଲୋନୀ, ଡକ୍‌ ଅଞ୍ଚଳ, ବୃନ୍ଦାବନ କଲୋନୀ, ଜଗନ୍ନାଥ କଲୋନୀ, ମଧୁବନ କଲୋନୀ, ନୂଆବଜାର କଲୋନୀ, ସିଆଇଏସ୍‌ଏଫ୍‌ କଲୋନୀ, ଷଣ୍ଢକୁଦ ଅଞ୍ଚଳକୁ ପାଣି ଯୋଗାଣରେ କଟକଣା ରହିବ। ଚଳଣି ପାଇଁ ଯେତିକି ପାଣି ଯୋଗାଣ କରାଯିବ ତାକୁ ସୁବିନିଯୋଗ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ବନ୍ଦରାଞ୍ଚଳର ଅଧିବାସୀଙ୍କୁ ପ୍ରତିଦିନ ଦୁଇଥର ଜଳଯୋଗାଣ କରାଯାଏ। ଏହି ପାଣି ରାଜ୍ୟ ସରକାରଙ୍କଠାରୁ ବନ୍ଦର ଆଣିଥାନ୍ତି। କଟକ ଜୋବ୍ରାରୁ ପାଣି ତାଳଦଣ୍ଡା କେନାଲ ଦେଇ ବନ୍ଦର ଜଳାଶୟକୁ ଆସେ। ସେଠାରେ ଜଳକୁ ବିଶୋଧନ କରାଯାଇ ଯୋଗାଇ ଦିଆଯାଏ। ୨୦୧୩ରୁ ପ୍ରତିବର୍ଷ ଏଭଳି ଜଳସଙ୍କଟ ପାରାଦୀପରେ ଲାଗି ରହିଛି। ଖରାଦିନେ ଲୋକମାନେ ଅସୁବିଧା ଭୋଗୁଥିବା ବିଗତବର୍ଷରେ ଦେଖିବାକୁ ମିଳିଛି। ଚଳିତବର୍ଷ ସମାନ ସମସ୍ୟାକୁ ନେଇ କଲୋନୀବାସୀଙ୍କ ଚିନ୍ତା ବଢିବାରେ ଲାଗିଲାଣି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତିଙ୍କୁ ପଚାରିବାରେ କଟକର ଜୋବ୍ରାଠାରୁ ବିରିବାଟୀ ଯାଏ ତାଳଦଣ୍ଡା କେନାଲ ସଫା କରାଯିବାର ପ୍ରସ୍ତାବ ଥିବାରୁ ପାଣି ସପ୍ଲାଇ ବନ୍ଦ କରାଯାଇଛି। ପାରାଦୀପ ଶିଳ୍ପାଞ୍ଚଳକୁ ପାଣି ଯୋଗାଇବାକୁ କଟକ-ପାରାଦୀପ ତାଳଦଣ୍ଡା କେନାଲର ଚୌଧୁରୀଗଡାଠାରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ମହାନଦୀରୁ ମୋଟର ଯୋଗେ ପାଣି ଉଠାଇ କେନାଲରେ ଛଡାଯିବ। ପ୍ରାୟତଃ ପାଣି ପାଇଁ ସେପରି କିଛି ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri