୨୧ରେ ବିଧାନସଭା ସମ୍ମୁଖରେ ଧାରଣା

ତାଳଚେର, ୧୪ା୨ (ନି.ପ୍ର.): ତାଳଚେର-ପାଲଲହଡା ଓ ପରଜଙ୍ଗ ଅଞ୍ଚଳକୁ ନେଇ ତାଳଚେରକୁ ଜିଲା ଘୋଷଣା କରିବା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ସୋମବାର ୭୦ ଦିନରେ ପହଞ୍ଚିଛି। କମିଟି ପକ୍ଷରୁ କୁହାଯାଇଛି, ତାଳଚେରରୁ ରାଜ୍ୟ ଓ କେନ୍ଦ୍ର ସରକାର ଅଧିକ ରାଜସ୍ବ ପାଉଥିବାବେଳେ ଏ ଅଞ୍ଚଳର ଉନ୍ନତି ଆଶାନୁରୂପ ହୋଇପାରି ନାହିଁ। ଖଣି ଓ କଳକାରଖାନା ଯୋଗୁ ଏଠାରେ ସବୁବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ପାଲଲହଡା ଓ ପରଜଙ୍ଗ ଅଞ୍ଚଳରୁ ଜିଲା କାର୍ଯ୍ୟାଳୟ ଅଧିକ ଦୂରତ୍ୱ ହୋଇଥିବାରୁ ଅଞ୍ଚଳବାସୀ ଠିକ୍‌ ଭାବରେ ପ୍ରଶାସନିକ ସେବା ପାଇପାରୁ ନାହାନ୍ତି। ତାଳଚେରକୁ ଜିଲା କରିବା ପାଇଁ ବିଧାୟକ ଓ ଏମ୍‌ପି ସରକାରଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ତୁରନ୍ତ ତାଳଚେରକୁ ଜିଲା ଘୋଷଣା କରିବା ଦାବିରେ କମିଟି ପକ୍ଷରୁ ଆସନ୍ତା ୨୧ ତାରିଖରେ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ଗଣଧାରଣାରେ ଚୈତନ୍ୟ ପ୍ରଧାନ, ପଦ୍ମଚରଣ ସାମଲ, ବିଭୂତି ଭୂଷଣ ପଟ୍ଟନାୟକ, ହରିହର ବେହେରା, ସୁବ୍ରତ ଗଡନାୟକ, ଅଭୟ ପାଣି, ବିନୋଦ ଲାଲ, ସଞ୍ଜୀବ ନାଏକ, ଶ୍ରୀକାନ୍ତ ପାଣି, ଦାସରଥି ସାହୁ, ବିରଞ୍ଚି ସାହୁ, ପ୍ରଫୁଲ୍ଲ ନାଏକ, ବାଉରୀବନ୍ଧୁ ବେଜ, ସୁକାନ୍ତ ଦାସ, ବଳରାମ କୁଣ୍ଡ, କେଶବ ଭୂତିଆଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଧାରଣାରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

୩୨୬ ଏମ୍‌ପି, ୧୪ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୮ା୮(ପି.ଟି.): ଲୋକ ସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ଏବଂ ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri