Posted inଜାତୀୟ

‘୩୭୦ ଟଙ୍କାର ବିରିୟାନୀ’ ବିବାଦରେ ଫସିଥିବା କମେଡିଆନ ପ୍ରଣିତ ମୋରେ ଗୋଟିଏ ଶୋ’ରୁ କେତେ କମାନ୍ତି? ସମ୍ପତ୍ତି କଥା ଜାଣିଲେ…

ସୋସିଆଲ ମିଡିଆ ଦୁନିଆରେ ରାତାରାତି ପ୍ରସିଦ୍ଧି ପାଇବା ଯେତିକି ସହଜ, ବିବାଦ ଗଳିରେ ଫସିଯିବାର ବିପଦ ମଧ୍ୟ ସେତିକି ଅଧିକ ରହିଥାଏ। ଆଜିକାଲି ଷ୍ଟାଣ୍ଡଅପ କମେଡିଆନ ପ୍ରଣିତ ମୋରେ ନିଜର ଏକ ଶୋ’ର ଭାଇରାଲ ଭିଡିଓକୁ ନେଇ ଜୋରଦାର ବିବାଦ ଘେରରେ ରହିଛନ୍ତି। ଗୁରୁଗ୍ରାମର ଜଣେ ଯୁବକଙ୍କ ସହ ଶୋ’ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭିଡିଓ କ୍ଲିପ ଇଣ୍ଟରନେଟରେ ଆସିବା ମାତ୍ରେ ଲୋକଙ୍କ ଆକ୍ରୋଶ ଚରମ ସୀମାରେ ପହଞ୍ଚିଛି। ଏହି ’୩୭୦ ଟଙ୍କାର ବିରିୟାନୀ’ ବିବାଦ ପରେ ଗୋଟିଏ ପଟେ ସେହି ଦର୍ଶକଙ୍କ ଚାକିରି ଚାଲିଯାଇଥିବା ବେଳେ ଅନ୍ୟପଟେ କମେଡିଆନ ପ୍ରଣିତ ମୋରେଙ୍କ ବିରୋଧରେ ଏଫଆଇଆର୍‌ (FIR) ମଧ୍ୟ ରୁଜୁ ହୋଇଛି। ଏହି ସବୁ ହଙ୍ଗାମା ଭିତରେ ପ୍ରଣିତ ମୋରେ ଗୋଟିଏ ଶୋ’ରୁ କେତେ ରୋଜଗାର କରନ୍ତି ଏବଂ ତାଙ୍କର କ୍ୟାରିୟର କିପରି ରହିଛି, ସେ ବିଷୟରେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

ଏହି ସମ୍ପୂର୍ଣ୍ଣ ବିବାଦର ଆରମ୍ଭ ପ୍ରଣିତ ମୋରେଙ୍କ ଏକ ଲାଇଭ ଷ୍ଟାଣ୍ଡଅପ କମେଡି ଶୋ’ ସମୟରେ ହୋଇଥିଲା। ଶୋ’ରେ ଉପସ୍ଥିତ ଥିବା ଗୁରୁଗ୍ରାମର ହିମାଂଶୁ ଜାଙ୍ଗଡ଼ା ନାମକ ଜଣେ ଯୁବକ କଥାବାର୍ତ୍ତା ବେଳେ କହିଥିଲେ ଯେ, ସେ ଜଣେ ଝିଅ ସହ ଡେଟରେ ଯାଇଥିଲେ। ସେଠାରେ ସେ ଝିଅର ବିରିୟାନୀ ବାବଦରେ ୩୭୦ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ଏହାର ବଦଳରେ ସେ ଝିଅ ସହ ଶାରୀରିକ ସମ୍ପର୍କ ରଖିବାକୁ ଆଶା କରୁଥିଲେ। ଯୁବକଜଣକ ସମସ୍ତଙ୍କ ସାମ୍ନାରେ ସୱୀକାର କରିଥିଲେ ଯେ, ଝିଅଟିର ସମ୍ମତି ନଥିବା ସତ୍ତ୍ୱେ ସେ ତାଙ୍କ ଉପରେ ଜୋର ଜବରଦସ୍ତ କରିବାକୁ ଚେଷ୍ଟା କରିଥିଲେ। ଏଭଳି ଏକ ଅଶ୍ଳୀଳ ଏବଂ ସମ୍ୱେଦନଶୀଳ କଥା ଉପରେ ତୁରନ୍ତ ଆପତ୍ତି ପ୍ରକାଶ କରିବା ବା ତାଙ୍କୁ ଅଟକାଇବା ବଦଳରେ ଶୋ’ର ହୋଷ୍ଟ ପ୍ରଣିତ ମୋରେ ହସୁଥିଲେ ଏବଂ ଏହି କଥାକୁ ମଜାକରେ ଉଡ଼ାଇ ପ୍ରୋତ୍ସାହନ ଦେଇଥିଲେ।

ଏହି ବଡ଼ ବିବାଦ ପରେ ପ୍ରଣିତ ମୋରେଙ୍କ ଲାଇଫଷ୍ଟାଇଲ ଏବଂ ତାଙ୍କ ରୋଜଗାରକୁ ନେଇ ବେଶ ଚର୍ଚ୍ଚା ହେଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଣିତ ମୋରେଙ୍କ ଲାଇଭ ଶୋ’ର କୌଣସି ଗୋଟିଏ ର୍ନିଦ୍ଦିଷ୍ଟ ଫିସ ବା ଟିକେଟ ଆୟ ସ୍ଥିର ନଥାଏ। ତେବେ ଏକ ଆନୁମାନିକ ହିସାବ ଅନୁସାରେ, ସେ ଗୋଟିଏ ଷ୍ଟାଣ୍ଡଅପ ଶୋ’ କିମ୍ୱା ଲାଇଭ ଇଭେଣ୍ଟ ପାଇଁ ପ୍ରାୟ ୫୦,୦୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଜରେ ରୋଜଗାର କରିନିଅନ୍ତି। ତାଙ୍କ ଶୋ’ର ଟିକେଟ ଚାହିଦା ଏବଂ ସ୍ଥାନ (Venue) ଅନୁସାରେ ଏହି ରୋଜଗାର ବଦଳିଥାଏ।

ପ୍ରଣିତ ମୋରେଙ୍କ ଆୟ କେବଳ ଲାଇଭ ଷ୍ଟେଜ ଶୋ’ ମଧ୍ୟରେ ସୀମିତ ନୁହେଁ, ବରଂ ତାଙ୍କ ପାଖରେ ରୋଜଗାରର ଆହୁରି ଅନେକ ମାଧ୍ୟମ ରହିଛି। ତାଙ୍କର ମୁଖ୍ୟ ଆୟର ଏକ ବଡ଼ ଅଂଶ ଟିକେଟର ଡିଜିଟାଲ ବିକ୍ରି, ବଡ଼ ବ୍ରାଣ୍ଡ୍ଗୁଡ଼ିକର ଏଣ୍ଡୋର୍ସମେଣ୍ଟ (ପ୍ରଚାର) ଏବଂ ୟୁଟ୍ୟୁବ ଭିଡିଓରୁ ଆସିଥାଏ। ୟୁଟ୍ୟୁବ୍ରେ ତାଙ୍କ ଭିଡିଓକୁ ଲକ୍ଷ ଲକ୍ଷ ଭ୍ୟୁ ମିଳିଥାଏ, ଯେଉଁଥିରୁ ସେ ମୋଟା ଅଙ୍କର ବିଜ୍ଞାପନ ଆୟ କରନ୍ତି। ଏହା ସହିତ ଜଣେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଭାବରେ ସେ ବିଭିନ୍ନ କମ୍ପାନୀ ସହ ପେଡ ପ୍ରମୋସନ (ଟଙ୍କା ନେଇ ପ୍ରଚାର) କରି ମଧ୍ୟ ଭଲ ଟଙ୍କା ପାଆନ୍ତି।

ଇଣ୍ଟରନେଟ ଏବଂ ଲାଇଭ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ କ୍ରମାଗତ ଭାବରେ ସକ୍ରିୟ ରହି ପ୍ରଣିତ ମୋରେ ପ୍ରଚୁର ସମ୍ପତ୍ତି ଅର୍ଜନ କରିଛନ୍ତି। ବିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଣିତଙ୍କ ମୋଟ ସମ୍ପତ୍ତି (Net Worth) ପ୍ରାୟ ୪ କୋଟିରୁ ୮ କୋଟି ଟଙ୍କା ମଧ୍ୟରେ ବୋଲି ଆକଳନ କରାଯାଇଛି। ମୁମ୍ୱାଇ ଭଳି ସହରରେ ରହି କେବଳ ଷ୍ଟାଣ୍ଡଅପ କମେଡି ଜରିଆରେ ଏତେ ବଡ଼ ସମ୍ପତ୍ତି ତିଆରି କରିବା ଏହା ଦର୍ଶାଉଛି ଯେ, ଏହି ବିବାଦ ପୂର୍ୱରୁ ତାଙ୍କ କ୍ୟାରିୟର ଗ୍ରାଫ କେତେ ଦ୍ରୁତ ଗତିରେ ଉପରକୁ ଯାଉଥିଲା।

ଆଜି କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ସାଜିଥିବା ପ୍ରଣିତ ମୋରେଙ୍କ କ୍ୟାରିୟରର ଆରମ୍ଭ ଖୁବ ସାଧାରଣ ଭାବେ ହୋଇଥିଲା। ସେ ଏକ ଅଟୋମୋବାଇଲ ଶୋ’ରୁମ୍ରେ ଜଣେ ସେଲ୍ସ ଏକ୍ଜିକ୍ୟୁଟିଭ ଭାବରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ରେଡିଓ ର୍ମିଚ୍ଚିରେ ଜଣେ ଆର୍ଜେ (RJ – ରେଡିଓ ଜକି) ଭାବେ ନିଜ ସୱରର ଯାଦୁ ବିଛେଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନରେ ତାଙ୍କର ମାସିକ ଦରମା ମାତ୍ର ୧୧,୦୦୦ ଟଙ୍କା ଥିଲା। ଆର୍ଜେ ଚାକିରି ସମୟରେ ହିଁ ସେ କମେଡି ଏବଂ ଆଙ୍କରିଂର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଶିଖିବାର ସୁଯୋଗ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri