Posted inଜାତୀୟ

ବଦଳୁଛି କଶ୍ମୀରର ରଙ୍ଗ, ଭିଟାମାଟିକୁ ଫେରୁଛନ୍ତି କଶ୍ମୀର ପଣ୍ଡିତ…

ଶ୍ରୀନଗର,୨୮।୮: କଶ୍ମୀରର ରଙ୍ଗ ବଦଳିବାକୁ ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୩,୮୦୦ରୁ ଅଧିକ ପଣ୍ଡିତ ନିଜ ଭିଟାମାଟିକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୁନର୍ବାସ ପ୍ୟାକେଜ ଅନ୍ତର୍ଗତ ୩,୮୪୧ କଶ୍ମୀରୀ ପଣ୍ଡିତ ଜମ୍ମୁ-କଶ୍ମୀରୀକୁ ବାହୁଡ଼ିଛନ୍ତି।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ୨୦୨୧ ଅଗଷ୍ଟ ୫ରେ ଦୁଇ ବର୍ଷ ପୂରିଛି। ଏହି ଦୁଇ ବର୍ଷରେ କଶ୍ମୀରର ଅବସ୍ଥା ସୁଧୁରୁଥିବା କେନ୍ଦ୍ର ସରକାର କହିଛନ୍ତି। ସରକାରଙ୍କ କହିବାନୁସାରେ, କଶ୍ମୀର ପଣ୍ଡିତମାନେ ଏବେ ନିଜକୁ ସୁରକ୍ଷିତ ମଣୁଛନ୍ତି। ସେମାନଙ୍କୁ ବିଭିନ୍ନ ଜିଲାରେ ନିଯୁକ୍ତି ଯୋଗାଇ ଦିଆଯାଇଛି। କିଛି ଦିନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ଏହି ସୂଚନା ଦେଇଥିଲେ। କଶ୍ମୀର ପଣ୍ଡିତଙ୍କୁ ସେମାନଙ୍କର ସମ୍ପତ୍ତି ଦିଆଯାଇଛି। ହିଂସା ପରେ ସେମାନେ ନିଜ ନିଜ ସମ୍ପତ୍ତି ଛାଡି ପଳାଇଥିଲେ। ବର୍ତ୍ତମାନ ସେମାନଙ୍କର ସମ୍ପତ୍ତି ଫେରସ୍ତ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସଂରକ୍ଷଣ, ସୁରକ୍ଷା ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଅଧିନିୟମ, ୧୯୯୭ ଅନୁଯାୟୀ, ସମସ୍ତ ଜିଲ୍ଲାର ପ୍ରବାସୀ କଶ୍ମୀରବାସୀଙ୍କ ସମ୍ପତ୍ତିର ଆଇନଗତ ରକ୍ଷକ ସମ୍ପୃକ୍ତ ଜିଲାର ଜିଲାପାଳ। ଯଦି କେହି ଏହି ସମ୍ପତ୍ତି ବେଆଇନ ଭାବରେ ଦଖଲ କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଶ୍ମୀରୀ ପଣ୍ଡିତମାନେ ସେମାନଙ୍କର ଜମି ଫେରସ୍ତ ପାଇଁ ଜିଲାପାଳଙ୍କ ସହିତ ଯୋଗାଯୋଗ କରିପାରିବେ। ୧୯୯୦ ଜମ୍ମୁ-କଶ୍ମୀର ସରକାରଙ୍କ ଦ୍ୱରା ସ୍ଥାପିତ ରିଲିଫ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ, ୪୪,୧୬୭ କାଶ୍ମୀରର ପ୍ରବାସୀ ପରିବାର ଏଥିରେ ପଞ୍ଜିକୃତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୧୯୯୦ଠାରୁ ସେମାନେ ପଳାୟନ କରିଥିଲେ। ପଞ୍ଜିକୃତ ହିନ୍ଦୁ ପ୍ରବାସୀ ପରିବାରଙ୍କ ସଂଖ୍ୟା ୩୯,୭୮୨। ଏପ୍ରିଲ ମାସରେ ୧,୯୯୭ କଶ୍ମୀର ପଣ୍ଡିତଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଇଛି। ୨୬,୬୮୪ କଶ୍ମୀରୀର ପ୍ରବାସୀ ଯୁବକ ୧୯୯୭ଟି ପଦବୀ ପାଇଁ ଆବେଦନ କରିଥିଲେ। କଶ୍ମୀରୀ ପଣ୍ଡିତ ଏବଂ ଡୋଗ୍ରା ହିନ୍ଦୁ ପରିବାର ସମେତ ପ୍ରାୟ 900 ପରିବାର ଜମ୍ମୁ-କଶ୍ମୀରରେ ବାସ କରୁଛନ୍ତି। କାଶ୍ମୀରରୁ ଆସିଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ନିଯୁକ୍ତି ପ୍ୟାକେଜ ଘୋଷଣା କରାଯାଇଛି। ଏହା ସହିତ ସେମାନଙ୍କ ସୁରକ୍ଷା ଲାଗି ବିସ୍ତୃତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri