Posted inଫୁରସତ

ମହିଳାଙ୍କ ଅଜବ ସଉକ: ଚୁଟିରେ ସାପ ଗୁଡ଼ାଇ ଶପିଂ କରିବାକୁ ବାହାରିଲେ; ଭିଡିଓ ଦେଖିଲେ…

କଥାରେ ଅଛି ସଉକ ବଡ଼ ଜିନିଷ। କେହି କେହି ବୁଲିବାକୁ ଭଲପାଆନ୍ତି ତ କେହି କେହି ପୋଷାକକୁ ଭଲ ପାଆନ୍ତି। କାହାକୁ ଖାଇବାକୁ ଭଲ ଲାଗିଥାଏ ତ ଆଉ କାହାକୁ ଟଙ୍କା ରୋଜଗାର କରିବା ପସନ୍ଦ। ହେଲେ ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ସଉକ ବହୁତ ଅଜବ। ତାଙ୍କ ବିଷୟରେ ଜାଣିଲେ ଲୋକେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଠିକ୍‌ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡଆରେ ଭାଇରାଲ ହେଉଛି। ଭିଡିଓଟିକୁ ଦେଖିଲେ ଆପଣ ବି କହିବେ ‘ସଉକ ଭାରି ବଡ଼ କଥା’।

ସାଧାରଣତଃ ସାପର ନାଁ ଶୁଣିଲେ ଡର ଲାଗିଥାଏ। ଆଖପାଖରେ କେବେ ସାପ ନଜର ଆସିଲେ ସେଠାରୁ ଦୌଡ଼ି ପଳାଇବା ଛଡ଼ା ଅନ୍ୟୋପାୟ ନ ଥାଏ। ହେଲେ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ସାପକୁ ଗୁଡ଼ାଇ ମୁଣ୍ଡରେ ଖୋସା କରିଥିବା ଦେଖାଯାଇଛି। ସେହିଭଳି ଅବସ୍ଥାରେ ସେ ଶପିଂ ମଲରେ ପହଞ୍ଚୁଛନ୍ତି। ଭୟ ତ ଦୂରର କଥା, ସେ ବେଶ ଆରାମରେ ସେଠାରେ କିଣାକିଣି କରୁଛନ୍ତି। କେହି ଜଣେ ମହିଳାଙ୍କୁ ଦେଖିବା ପରେ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏବେ ତାହା ଭାଇରାଲ ହେବାରେ ଲାଗିଛି।

ଇନ୍‌ଷ୍ଟାଗ୍ରାମରେ ‘snakes.mania’ ନାମକ ଆକାଉଣ୍ଟରୁ ଏହାକୁ ଶେୟାର କରାଯାଇଛି। ଭିଡିଓକୁ ଇତି ମଧ୍ୟରେ ହଜାର ହଜାର ସଂଖ୍ୟାର ଲୋକ ଦେଖିସାରିଲେଣି। କେହି କେହି ଏହାକୁ ଦେଖି ବିଶ୍ୱାସ ହେଉନାହିଁ ବୋଲି ମଧ୍ୟ ମନ୍ତବ୍ୟ ଦେଉଛନ୍ତି।

 

 

View this post on Instagram

 

A post shared by Snakes Mania (@snakes.mania)


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri