ୟୁକ୍ରେନ୍‌ର ଉପନିବେଶୀକରଣ

ସାଲ୍‌ଭୋଜ ଜିଜେକ୍‌

ୟୁକ୍ରେନ୍‌ର ପ୍ରକୃତ ରାଷ୍ଟ୍ରପତି ହେବା ପୂର୍ବରୁ ଭୋଲୋଡ୍‌ମିର ଜେଲେନ୍‌ସ୍କି ଟେଲିଭିଜନ ଧାରାବାହିକ ‘ସର୍ଭାଣ୍ଟ ଅଫ୍‌ ଦି ପିପୁଲ’ରେ ରାଷ୍ଟ୍ରପତି ଭୂମିକାରେ ଅଭିନୟ କରିଥିବା ବିଷୟ ସମସ୍ତେ ଜାଣନ୍ତି। ସେଥିରେ ଭାସିଲି ପେଟ୍ରୋଭିକ ଗୋଲୋବୋରୋଡୋକୋ ନାମକ ସ୍କୁଲ ଶିକ୍ଷକ ଭୂମିକାରେ ଜେଲେନ୍‌ସ୍କି ଅଭିନୟ କରିଥିଲେ। ସେ ଦୁର୍ନୀତି ବିରୋଧରେ ଚିଲେଇ କହୁଥିବା ବିଷୟକୁ ରେକର୍ଡ କରି ଅନ୍‌ଲାଇନରେ ଶେୟାର କରାଯାଇଥିଲା; ଯାହା ଭାଇରାଲ ହୋଇଥିଲା; ଯାହା ତାଙ୍କୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ବାଟ କଢାଇନେଲା। ଶୋ’ରେ ଦୁର୍ନୀତିକୁ ନେଇ ୟୁକ୍ରେନ୍‌ର ବ୍ୟାପକ ହତାଶାଭାବକୁ ଦର୍ଶାଇ ଗୋଲୋବୋରୋଡୋକୋ ଜିତିିଛନ୍ତି ଓ ଅଫିସରେ ଏକ ଆହ୍ବାନପୂର୍ଣ୍ଣ ତଥା କଠିନ ସ୍ଥିତିର ସମ୍ମୁଖୀନ ହୋଇ ଦେଶ ତଥା ବିଭିନ୍ନ ସଂସ୍ଥାକୁ ହାତମୁଠାରେ ରଖିଥିବା ପ୍ରଭାବଶାଳୀ ଗୋଷ୍ଠୀକୁ ବିରୋଧ କରିବା ଆରମ୍ଭ କରିଛନ୍ତି।
ବାସ୍ତବରେ ଶୋ’ରେ ୟୁକ୍ରେନ୍‌ର ଚିତ୍ରଣ ଉପଯୁକ୍ତ ମନେହୁଏ। ମୁକ୍ତ ବଜାର କୈନ୍ଦ୍ରିକ ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା ଚାହଁୁଥିବା ପୂର୍ବ ୟୁରୋପର କମ୍ୟୁନିଷ୍ଟ ଦେଶଗୁଡ଼ିକ ୧୯୯୦ ଦଶକରେ ବଜାର ସୁଧାର ଏବଂ ଘରୋଇକରଣକୁ ବ୍ୟାପକ କରିବାକୁ ଯାଇ ଆର୍ଥିକ କ୍ଷେତ୍ରରେ ସାଂଘାତିକ ଝଟକା ଖାଇଥିଲେ। ୧୯୯୦ରେ ୟୁକ୍ରେନ୍‌ର ଆୟ ଯାହା ଥିଲା ସ୍ବାଧୀନତା ପରେ ତାହା ତିନି ଦଶନ୍ଧି ଧରି କମ୍‌ ରହିଛି। ଦୁର୍ନୀତି ବ୍ୟାପକ ହୋଇଛି । ଇଟାଲୀରୁ ପ୍ରକାଶିତ ଖବରକାଗଜ ‘ଇଲ ମାନିଫେଷ୍ଟୋ’ର ସାମ୍ବାଦିକ ଲୁକା ସେଲାଡା ଉଲ୍ଲେଖ କରିଛନ୍ତି, ପୁଞ୍ଜିବାଦକୁ ପରିବର୍ତ୍ତନ ସାଧାରଣ ଧାରାରେ ହୋଇଛି। ଏକ ପ୍ରଭାବଶାଳୀ ଏବଂ ଆଭିଜାତ୍ୟ ଗୋଷ୍ଠୀ ରାଜନୈତିକ ବର୍ଗଙ୍କ ସହ ସଲାସୁତୁରା ହୋଇ ସାର୍ବଜନୀନ ସେକ୍ଟରକୁ ଲୁଟି ଅତ୍ୟଧିତ୍କ ଧନୀ ହୋଇଛନ୍ତି। ପାଶ୍ଚାତ୍ୟରୁ ୟୁକ୍ରେନକୁ ଆର୍ଥିକ ସହାୟତା ସବୁବେଳେ ମିଳିଆସିଛି। ତାହାକୁ ୟୁକ୍ରେନ୍‌ କଠୋର ବିତ୍ତୀୟ ନୀତିଗୁଡ଼ିକ ମାଧ୍ୟମରେ ଉପଯୋଗ କରି ଗରିବୀ କମାଇବାର ଆବଶ୍ୟକତା ଥିଲା। କିନ୍ତୁ ତାହା ହୋଇନାହିଁ। ୟୁକ୍ରେନର ସ୍ବାଧୀନତା ପରେ ପାଶ୍ଚାତ୍ୟ ପୁଞ୍ଜିବାଦୀ ତା’ସହ ଏହିଭଳି ସମ୍ପର୍କ ରଖିଆସିଛି।
ଏହି ସମୟରେ ରୁଷିଆ ସ୍ଥିତ ମୋ ଉତ୍ସରୁ ଜଣାପଡ଼ିଛି ଯେ,ରାଷ୍ଟ୍ରପତି ଭ୍ଲାଡିମିିର ପୁଟିନ ବିକାଶଶୀଳ ବିଶ୍ୱରେ ରୁଷିଆର ସ୍ଥିତିକୁ କିଭଳି ଉପସ୍ଥାପିତ କରାଯିବ ସେଥିପାଇଁ ତାଙ୍କୁ କାଉନ୍‌ସିଲ କରିବା ନିମନ୍ତେ ଏକ ଗୋଷ୍ଠୀର ମାର୍କସବାଦୀଙ୍କୁ ଏକାଠି କରିଛନ୍ତି। ଅଗଷ୍ଟ ୧୬ରେ ପ୍ରଦତ୍ତ ତାଙ୍କ ବକ୍ତବ୍ୟରୁ ଯେ କେହି ଏହା ଜାଣିପାରିବେ। ବିଶ୍ୱର ସ୍ଥିତି ଏବେ ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହେଉଛି। ବିଭିନ୍ନ ଉପାୟରେ ଧ୍ରୁବୀକରଣ ହେଉଥିବା ଏକ ବେଶ୍ୱିକ ବ୍ୟବସ୍ଥା ସୃଷ୍ଟି ହେଉଥିବା ଦେଖାଯାଉଛି। ଅଧିକ ସଂଖ୍ୟକ ଦେଶ ଓ ଲୋକ ମୁକ୍ତ , ନିଜସ୍ବ ନିର୍ଦ୍ଦିଷ୍ଟ ପରିଚୟ, ପରମ୍ପରା ଏବଂ ମୂଲ୍ୟବୋଧ ଆଧାରରେ ସାର୍ବଭୌମ ବିକାଶର ପଥକୁ ପସନ୍ଦ କରୁଛନ୍ତି। କିନ୍ତୁ ଏହି ଲକ୍ଷ୍ୟ ସମ୍ବଳିତ ପ୍ରକ୍ରିୟାଗୁଡ଼ିକୁ ପାଶ୍ଚାତ୍ୟ ବୈଶ୍ୱିକ ଆଭିଜାତ୍ୟ ବର୍ଗ ବିରୋଧ କରୁଛନ୍ତି। ଅରାଜକତାକୁ ଉସ୍‌କାଇବା ସହ ଦୀର୍ଘମିଆଦୀ ଓ ନୂଆ ବିବାଦ ତେଜୁଛନ୍ତି ଏବଂ ତଥାକଥିତ ବିରୋଧାମତ୍କ ନୀତି ଲାଗୁ କରୁଛନ୍ତି। ଏହା ବାସ୍ତବରେ କୌଣସି ବିକଳ୍ପ, ସାର୍ବଭୌମ ବିକାଶଭିତ୍ତିକ ଅଭିରୁଚିକୁ ଧୂଳିସାତ କରିଦେଉଛି। କିନ୍ତୁ ଦୁଇଟି ବିଷୟ ଏହି ମାକ୍ସର୍ର୍ବାଦୀ ବିଚାରକୁ ନଷ୍ଟ କରିଦିଏ। ପ୍ରଥମେ ସେମାନଙ୍କ ନିର୍ଦ୍ଦିଷ୍ଟ ପରିଚୟ, ପରମ୍ପରା ଏବଂ ମୂଲ୍ୟବୋଧ ଆଧାରିତ ସାର୍ବଭୌମତ୍ୱ ସୂଚିତ କରେ ଯେ, ଉତ୍ତରକୋରିଆ କିମ୍ବା ଆଫଗାନିସ୍ତାନ ଭଳି ଦେଶ ଯାହା କରୁଛି ତାହାକୁ ଜଣେ ସହିବ। ତଥାପି ତାହା ବାମପନ୍ଥୀ ଏକତାର ସମ୍ପୂର୍ଣ୍ଣ ବାହାରେ; ଯାହା ଦେଶ ମଧ୍ୟରେ ସବୁଆଡେ ସଂଗ୍ରାମରତ ଏବଂ ଦମିତ ଗୋଷ୍ଠୀ ମଧ୍ୟରେ ଏକ ସମ୍ପର୍କ ସ୍ଥାପନ କରିବା ଲାଗି ନିର୍ଦ୍ଦିିଷ୍ଟ ପରିଚିତିକୁ ବିରୋଧ କରେ। ଦ୍ୱିତୀୟରେ ପ୍ରତିଟି ବିକଳ୍ପ, ସାର୍ବଭୌମ ବିକାଶର ଅଭିରୁଚିର ବିନାଶକୁ ପୁଟିନ ବିରୋଧ କରନ୍ତି; ଯାହା ସେ ଏବେ ୟୁକ୍ରେନ୍‌ରେ କରୁଛନ୍ତି। ସେଠାକାର ଲୋକମାନଙ୍କ ଆମତ୍ ନିର୍ଣ୍ଣୟରୁ ବଞ୍ଚିତ କରିବାକୁ ଚାହଁୁଛନ୍ତି। ପୁଟିନ କେବଳ ଏହି ଛଳନାମତ୍କ ମାର୍କବାଦୀ ଧାରାକୁ ପ୍ରୋତ୍ସାହିତ କରୁନାହାନ୍ତି ବରଂ ଫାନ୍ସର କଠୋର ଦକ୍ଷିଣ ପନ୍ଥୀ ନେତା ମରିନ ଲି ପେନ୍‌ ଏବେ ବହୁ ସଂସ୍କୃତିବାଦ ଏବଂ ଲିଙ୍ଗଗତ ଭ୍ରଷ୍ଟତା ମାଧ୍ୟମରେ ଜାତୀୟ ପରିଚିତିଗୁଡ଼ିକ ଉପେକ୍ଷା କରୁଥିବା ଅନ୍ତର୍ଜାତୀୟ କର୍ପୋରେଶନ ବିରୋଧରେ ସାଧାରଣ କର୍ମଚାରୀଙ୍କ ରକ୍ଷକ ଭାବେ ଉପସ୍ଥାପିତ କରୁଛନ୍ତି।
ୟୁକ୍ରେନ୍‌ରେ ଅନେକ ବିଷୟ ଉପରେ ନଜର ରହିଛି ଓ ଏହାକୁ ବହୁ ସମାଲୋଚକ ମଧ୍ୟ ସ୍ବୀକାର କରୁଛନ୍ତି। ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନରେ ପ୍ରଭାବିତ ହୋଇଛି। ଫସଲ ଉପତ୍ାଦନ କମିଛି। ଏହି ସମୟରେ ଉର୍ବର ମୃର୍ତ୍ତିକା ସବୁଠୁ ମୂଲ୍ୟବାନ ହେବ;ଯାହା ୟୁକ୍ରେନ୍‌ରେ ବ୍ୟାପକ ଭାବେ ରହିଛି। ସେଥିପାଇଁ ଆମେରିକା ଓ ପାଶ୍ଚାତ୍ୟ ୟୁରୋପୀୟ କୃଷି ବ୍ୟବସାୟଭିତ୍ତିକ ଫାର୍ମଗୁଡ଼ିକ ୟୁକ୍ରେନ୍‌ରେ ଅନେକ ଲକ୍ଷ ହେକ୍ଟର ଜମି କରିସାରିଲେଣି। ଏହାର ଅଧିତ୍କାଂଶ ଭାଗ ମାତ୍ର ୧୦ଟି ଘରୋଇ କମ୍ପାନୀ ନିୟନ୍ତ୍ରଣରେ ଅଛି। ନିଜ ଜମି ବେଦଖଲଜନିତ ବିପଦ ପ୍ରତି ସଚେତନ ହୋଇ ୟୁକ୍ରେନ୍‌ ସରକାର ୨୦ ବର୍ଷ ପୂର୍ବେ ଜମି ବିକ୍ରି ଉପରେ ଏକ ମୋରାଟୋରିୟମ ଲାଗୁ କରିଥିଲେ। ତା’ପରେ ବହୁ ବର୍ଷ ଧରି ୟୁସ୍‌ ଡିପାର୍ଟମଣ୍ଟେ ଅଫ୍‌ ଷ୍ଟେଟ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଏବଂ ବିଶ୍ୱବ୍ୟାଙ୍କ ଏହି କଟକଣା ହଟାଇବା ଲାଗି ଦାବିକରି ଆସୁଥିଲେ। ୨୦୨୧ରେ ଜେଲେନ୍‌ସ୍କି ସରକାର ଅତ୍ୟଧିକ ଚାପରେ ପଡ଼ି କୃଷକମାନଙ୍କୁ ସେମାନଙ୍କ ଜମି ବିକ୍ରି କରିବା ଲାଗି ଅନୁମତି ଦେଇଥିଲେ। ତେବେ ମୋରାଟୋରିୟମ ତା’ଜାଗାରେ ରହିଗଲା। ଜେଲେନ୍‌ସ୍କି କହିଛନ୍ତି, ଏହାକୁ ଉଠାଇବା ଲାଗି ଜାତୀୟ ଜନମତ ସଂଗ୍ରହରେ ରଖାଯିବା ଉଚିତ ; ଯାହା ନିଶ୍ଚିତ ଭାବେ ବିଫଳ ହୋଇଯିବ। ବିଡ଼ମ୍ବନା ଯେ, ୟୁକ୍ରେନ୍‌କୁ ଉପନିବେଶ କରିବାକୁ ପୁଟିନ ଯୁଦ୍ଧ କରିବା ପୂର୍ବରୁ ୟୁକ୍ରେନ୍‌ ଏକ ପାଶ୍ଚାତ୍ୟ ଆର୍ଥିକ ଉପନିବେଶ ହେଉଛି ବୋଲି ରୁଷିଆ ଯେଉଁ ଯୁକ୍ତି ବାଢିଥିଲା ତାହା ସତ୍ୟ। ଯୁଦ୍ଧରେ ଯଦି କିଛି ଆଶାର କିରଣ ଆସେ ତାହା ନବ ଉଦାରବାଦ ଆଣିବ। ଯୁଦ୍ଧ ଏକ ସାମାଜିକ ଗତିଶୀଳତା ଏବଂ ଉପତ୍ାଦନର ସମନ୍ବୟ ଦାବି କରୁଥିବାରୁ ଏହା ୟୁକ୍ରେନ୍‌କୁ ବିଦେଶୀ କର୍ପୋରେଶନ ଓ ଆର୍ଥିକ ସଂସ୍ଥାଗୁଡ଼ିକ ଦ୍ୱାରା ଏହାର ଜମି ଅଧିଗ୍ରହଣକୁ ରୋକିବ। କ୍ଷମତାଶାଳୀ ଆଭିଜାତ୍ୟବର୍ଗଙ୍କ ଦୁର୍ନୀତିରୁ ନିଜକୁ ମୁକ୍ତ କରିପାରିବ। ଏହି ସୁଯୋଗକୁ ଗ୍ରହଣ କରି ୟୁକ୍ରେନ୍‌ ମନେ ରଖିବା ଉଚିତ ଯେ, ୟୁରୋପୀୟ ସଂଘ(ଇୟୁ)ରେ ଯୋଗଦେବା ଏବଂ ପାଶ୍ଚାତ୍ୟ ଜୀବନଶୈଳୀର ମାନକୁ ଧାରଣ କରିବା ଯଥେଷ୍ଟ ହେବ ନାହିଁ। ପାଶ୍ଚାତ୍ୟ ଗଣତନ୍ତ୍ରଗୁଡ଼ିକ ଏବେ ଗଭୀର ସଙ୍କଟରେ ରହିଛନ୍ତି। ଆମେରିକା ବିଚାରଗତ ଗୃହଯୁଦ୍ଧ ମୁହଁା ହେଉଛି। ୟୁରୋପ ମଧ୍ୟ ଏକଚ୍ଛତ୍ରବାଦୀ ବିନାଶକାରୀଙ୍କ ଆହ୍ବାନର ସମ୍ମୁଖୀନ ହେଉଛି। ନିକଟରେ ୟୁକ୍ରେନ୍‌ ଯଦି ସାମରିକ ବିଜୟ ହାସଲ କରେ, ତେବେ ଆମେରିିକା ଓ ଇୟୁର ଋଣ ଯନ୍ତାରେ ପଡ଼ିଯିବ। ତେବେ ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଆର୍ଥିକ ଉପନିବେଶୀକରଣକୁ ଗ୍ରହଣ କରିବା ଲାଗି ଚାପକୁ ଏହା ପ୍ରତିରୋଧ କରିପାରିବ କି?
ଏହି ସଂଗ୍ରାମ ଆରମ୍ଭରୁ ୟୁକ୍ରେନ୍‌ର ସାହସିକ ପ୍ରତିରୋଧରୁ ଚାଲୁରହିଛି। ୦ରୁଷିଆର ନବ ସାମ୍ରାଜ୍ୟବାଦକୁ ପରାସ୍ତ କରି ଯଦି ୟୁକ୍ରେନ ପାଶ୍ଚାତ୍ୟ ନବଉଦାରବାଦର ଗୋଲାମ ହୋଇଯାଏ, ତେବେ ଏହା ଅତ୍ୟନ୍ତ ଦୁଃଖଦାୟକ। ବାସ୍ତବ ଅଧିକାର ଏବଂ ସ୍ବାଧୀନତା ହାସଲ କରିବା ପାଇଁ ୟୁକ୍ରେନ୍‌ ନିଜକୁ ପୁଣି ଗଢିବାକୁ ହେବ। ଏକ ପାଶ୍ଚାତ୍ୟ ଉପନିବେଶ ହେବା ରୁଷିଆର ନୂଆ ସାମ୍ରାଜ୍ୟରେ ରହିବା ଠାରୁ ନିଶ୍ଚିତ ଭାବେ ଭଲ। ତେବେ ଏହି ଦୁଇ ପରିଣାମ ଏବେ ୟୁକେନ ସହୁଥିବା ଯନ୍ତ୍ରଣା ତୁଳନାରେ ମୂଲ୍ୟହୀନ।
ପ୍ରଫେସର ଅଫ୍‌ ଫିଲୋଶଫି,
ୟୁରୋପିଆନ ଗ୍ରାଜୁଏଟ ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?