ସହର ୩ ଘଣ୍ଟା ଜାମ୍‌

ବାଲେଶ୍ୱର ଅଫିସ,୨।୯: ବାଲେଶ୍ୱର ସହରରେ ଶ୍ରୀଗଣେଶଙ୍କ ପୂଜା ଅବସରରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଟ୍ରାଫିକ୍‌ ନିୟନ୍ତ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା। ସହର ପ୍ରତ୍ୟେକ ଛକରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ଦେଖାଦେଇଥିଲା। ପ୍ରାୟ ସନ୍ଧ୍ୟା ୭ଟାରୁ ରାତି୧୦ଟା ପର୍ଯ୍ୟନ୍ତ ବାଇକ୍‌ ଓ ଚାରିଚକିଆ ଯାନ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିଥିଲେ। ସହର ଭିତରେ ଘର କରି ରହିଥିବା ଲୋକମାନେ ଯା’ଆସ କରିବା ଏକପ୍ରକାର ବନ୍ଦ ହୋଇଯାଇଥିଲା।
ସହରର ୧୨୭ ମଣ୍ଡପରେ ଗଣେଶ ପୂଜା ଆୟୋଜନ କରାଯାଇଛି। ବାଲେଶ୍ୱର ସିନେମା ଛକ ସିଦ୍ଧି ବିନାୟକ ମନ୍ଦିର, ଡାକ୍ତରଖାନା ରୋଡ୍‌ରେ ଭିନ୍ନ ଭିନ୍ନ ପ୍ରକାର ମୂର୍ତ୍ତି ଏବଂ ଆଧୁନିକ ସାଜସଜ୍ଜା ହୋଇଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା। ସିନେମା ଛକ ଓ ଫକୀରମୋହନ ଗୋଲେଇ ଲରି କ୍ଲବ ପକ୍ଷରୁ ଗଜାନନଙ୍କ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଥିଲା। ଲରି କ୍ଲବର ସାଜସଜ୍ଜା ପଶ୍ଚିମବଙ୍ଗ କାରିଗରଙ୍କ ଦ୍ୱାରା ନନ୍ଦିଘୋଷ ରଥ ଶୈଳୀରେ ୭୦ଫୁଟ୍‌ର ତୋରଣ ନିର୍ମାଣ କରାଯାଇଥିଲା। ସେହିପରି ୭୩କେଜି ଧଳା ରାଶି ବ୍ୟବହାର କରାଯାଇ ୨୨ଫୁଟ୍‌ର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥିବାରୁ ଶ୍ରଦ୍ଧାଳୁ ଏହି ମୂର୍ତ୍ତିକୁ ଦେଖିବା ପାଇଁ ଭିଡ଼ ଲଗାଇଥିଲେ। ଟାଉନହଲସ୍ଥିତ କ୍ଲବ ପାରାଡ଼ାଇଜ୍‌ ଓ ମୋତିଗଞ୍ଜ ଚୌକ୍‌ବଜାରସ୍ଥିତ ବଏଜ୍‌ କ୍ଲବର ୨୫ବର୍ଷ ପୂର୍ତ୍ତି ଅବସରରେ ଧୁମ୍‌ଧାମ୍‌ରେ ପାଳନ ହେଉଛି ରୌପ୍ୟଜୟନ୍ତୀ ଉତ୍ସବ। କରୋନା କଟକଣା ପାଇଁ ଦୀର୍ଘ ୨ବର୍ଷ ଧରି ପୂଜା ବନ୍ଦ ଥିବା ବେଳେ ଚଳିତବର୍ଷ ଅନୁମତି ମିଳିଥିବାରୁ ବିଭିନ୍ନ କମିଟି ପକ୍ଷରୁ ଦେଖାଦେଇଥିବା ଉତ୍ସାହ ଓ ଉଦ୍ଦୀପନାକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ଏବଂ ଟ୍ରାଫିକ୍‌ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ଗତ ଅଗଷ୍ଟ ୨୨ ତାରିଖରେ ଜିଲାପାଳ ବିଭିନ୍ନ ପୂଜା କମିଟି ସଦସ୍ୟ ଓ ଜିଲା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଥିନିମନ୍ତେ ଆଇନଶୃଙ୍ଖଳା ବଜାୟ ରଖିବା ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜଣେ ଅତିରିକ୍ତ ଏସ୍‌ପି, ୭ଜଣ ଡିଏସ୍‌ପି, ୮ଜଣ ଇନ୍ସପେକ୍ଟର, ୬୨ଜଣ ସବ୍‌ ଇନ୍ସପେକ୍ଟର/ଏଏସ୍‌ଆଇ, ୧୨ ପ୍ଲାଟୁନ ଫୋର୍ସ, ୮୬ଜଣ କନଷ୍ଟେବଳ/ହାବିଲଦାର, ୮ଜଣ ଟ୍ରାଫିକ୍‌ କନଷ୍ଟେବଳ, ୧୯୦ହୋମ୍‌ଗାର୍ଡ଼ଙ୍କ ଅଗଷ୍ଟ ୩୧ରୁ ଆସନ୍ତା ସେପ୍ଟେମ୍ବର ୬ତାରିଖ ପର୍ଯ୍ୟନ୍ତ ନିୟୋଜିତ କରାଯାଇଛି। ଏହାସତ୍ତ୍ୱେ ମଧ୍ୟ ପ୍ରଥମ ଦିନରେ ସହରରେ ୩ ଘଣ୍ଟା ଟ୍ରାଫିକ୍‌ ଜାମ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri