ଗଞ୍ଜେଇ ଚାଲାଣ କରୁଥିଲେ କଲେଜ ଛାତ୍ର

କୋରାପୁଟ,୭।୨(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆ ଅଞ୍ଚଳରୁ କୋରାପୁଟକୁ ଗଞ୍ଜେଇ ଚାଲାଣ ବେଳେ ଲମତାପୁଟ ପୋଲିସ ଗଞ୍ଜେଇ ସହ ୩ଟି ବାଇକ୍‌ ଜବତ କରିଛି। ପୋଲିସ ଘଟଣାର ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପାଡୁଆ ଗ୍ରାମର ବାବୁଲା ବାଟଗରିଆ, ସେମିଳିଗୁଡ଼ା ଅଞ୍ଚଳର ପ୍ରମୋଦ ମଙ୍ଗରାଜ, ରାଜୀବ ଖିଲ, ରବିକିଶୋର ପଟ୍ଟନାୟକ ଓ କୋରାପୁଟର ମୋତିରାମ ଗଣ୍ଡା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ କଲେଜ ଛାତ୍ର ରହିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ଲମତାପୁଟ ପୋଲିସ ପକ୍ଷରୁ ଲମତାପୁଟ- ପାଡୁଆ ରାସ୍ତାରେ ଗାଡ଼ି ଯାଞ୍ଚ କରାଯାଉଥିଲା। ସେତିକିବେଳେ ୩ଟି ବାଇକ୍‌ ଦ୍ରୁତ ଗତିରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା। ଏନେଇ ପୋଲିସର ଏକ ଟିମ୍‌ ସେମାଙ୍କୁ ପିଛା କରି ସ୍ଥାନୀୟ କାଡାମ ଗାଁ ଛକ ନିକଟରେ ବାଇକକୁ ଧରିବାରେ ସଫଳ ହୋଇଥିଲା। ପୋଲିସ ଟିମ୍‌ ଯାଞ୍ଚ ବେଳେ ସେମାନଙ୍କଠାରୁ ୩ଟି ବସ୍ତାରେ ଥିବା ୭୫ କେଜି ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଲେଟକାନୀରେ ନାବାଳକଙ୍କୁ ବଳି ଅଭିଯୋଗ

ଦେଓଗାଁ,୫।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସିଲେଟକାନୀ ଗ୍ରାମରେ ଜଣେ ନାବାଳକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଜାନୁଆରୀ ୨୨ରୁ ଇଟାଭାଟି ପାଖରୁ ନିଖୋଜ ହୋଇଯାଇଥିଲେ...

ଶହୀଦ ମେମୋରିଆଲ କ୍ରିକେଟ: ଫିରିଙ୍ଗିଆ, ରାଇକିଆ ବିଜୟୀ

ଫୁଲବାଣୀ ଅଫିସ,୩ା୧- ଫୁଲବାଣୀ ମାଦିକୁନ୍ଦାସ୍ଥିତ ରିଜର୍ଭ ପୋଲିସ ପଡିଆରେ ଶହୀଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏସ୍‌ପି ପ୍ରତୀକ ଗୀତା ସିଂ ମୁଖ୍ୟଅତିଥି ଭାବେ...

୧୩ ପଞ୍ଚାୟତରେ ୧୩ ଆଇସୋଲେଶନ କେନ୍ଦ୍ର, ୪୩୫ ଶଯ୍ୟା ପ୍ରସ୍ତୁତ

ଗୁଡଭେଲା,୨୨ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ୧୩ଟି ପଞ୍ଚାୟତରେ ୧୩ ଆଇସୋଲେଶନ କେନ୍ଦ୍ର ଖୋଲାଯାଇଥିବା...

ବିପୁଳ ନକଲି ମଦ ଜବତ, ୨ ଗିରଫ

ପରଜଙ୍ଗ, ୩୦ା୪(ଡି.ଏନ.ଏ.) – ଢେଙ୍କାନାଳ ଜିଲା ମହାବିରୋଡ଼ ଅଞ୍ଚଳରୁ ପରଜଙ୍ଗ ପୋଲିସ ବୁଧବାର ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସାମଗ୍ରୀ ଜବତ କରିଛି।...

ତ୍ରିରଙ୍ଗା ଶୋଭାଯାତ୍ରାରେ ୯ ଡାକଘରର କର୍ମଚାରୀ ସାମିଲ

ନିମାପଡ଼ା,୧୨ା୮(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଉପ ଡାକମଣ୍ଡଳ ଅଧିନସ୍ଥ କୋଣାର୍କ ଉପ ଡାକଘର ପରିସରରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି କୋଣାର୍କ ବଜାର ପରିକ୍ରମା କରି...

ସମସ୍ୟା ଘେରରେ ମିଳିମିଳା ପୀଠ

ମାର୍ଶାଘାଇ, ୧୨।୧୦ (ଡି.ଏନ୍‌.ଏ.): ମେଡିକାଲ ସାଇନ୍ସ ଉନ୍ନତ ହେବା ପୂର୍ବରୁ ହଇଜା, ମିଳିମିଳା, ହାଡ଼ଫୁଟି ଆଦି ଦୁରାରୋଗର ଚିକିତ୍ସା ପାଇଁ ଲୋକମାନେ ଝଡ଼ା, ପୁଙ୍କା ଆଦି...

ପିପୁଲ୍ସ କଲେଜ ହେବ କୋଭିଡ୍‌ କେୟାର ସେଣ୍ଟର

ବୁଗୁଡା,୧୩ା୫(ଡି.ଏନ୍‌.ଏ.)- ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ମଙ୍ଗଳବାର ଅପରାହ୍ନରେ ବୁଗୁଡା ଗସ୍ତରେ ଆସିଥିଲେ। ବିଡିଓ ତନ୍ମୟ ପାତ୍ରଙ୍କ ସହ ବିଭିନ୍ନ ସଙ୍ଗରୋଧ ଗୃହ ପରିଦର୍ଶନ ପରେ...

ଲେସର ହୁଇଷ୍ଟଲିଙ୍ଗଙ୍କ ଜଳକ୍ରୀଡ଼ା

କେନ୍ଦୁଝର,୩।୧(ସ୍ବ.ପ୍ର.) କେନ୍ଦୁଝରଗଡ଼ ପୌରପାଳିକାର ମାଧପୁରଠାରେ ଥିବା କୃଷି ବିଭାଗର ଫାର୍ମ ପୋଖରୀରେ ପ୍ରଥମ ଥର ପାଇଁ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛି। ଲେସର ହୁଇଷ୍ଟଲିଙ୍ଗ ଡକ୍‌...

Advertisement
Archives

Model This Week