ସ୍ୱଚ୍ଛ ଏବେ ଅସ୍ୱଚ୍ଛ

ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଯୋଜନା ସତ୍ତ୍ୱେ ଡାଇରିଆ ବ୍ୟାପୁଛି। ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରୁନାହିଁ। ଉଲ୍ଲେଖନୀୟ ଯେ, ଡାଇରିଆ ଭୂତାଣୁ ଦୂଷିତଜଳ ଓ ଖାଦ୍ୟ ଦ୍ୱାରା ବ୍ୟାପିଥାଏ। ମୁଖ୍ୟତଃ ଦୁର୍ବଳ ପରିମଳ ଓ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଏହାକୁ ଆମନ୍ତ୍ରଣକରେ। ଓଡ଼ିଶାରେ ଏହାର ପରିଣାମ ସାମ୍ନାକୁ ଆସିଛି। ୧୧ ତାରିଖରୁ ରାଉରକେଲାରେ ଡାଇରିଆ ବ୍ୟାପିଛି। ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହ ୫୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୂଷିତଜଳ ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି। ତେବେ ଧରିତ୍ରୀରେ ପ୍ରକାଶ ପାଇଥିବା ରାଉରକେଲାର ଏକ ପାଣିପାଇପ ଫାଟିଥିବା ଦୃଶ୍ୟ ଏହାର ବାସ୍ତବତାକୁ ସୂଚିତକରେ। କେବଳ ରାଉରକେଲା ନୁହେଁ, ବିଗତ ଦଶନ୍ଧିିର ବିଭିନ୍ନ ସମୟରେ ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, କନ୍ଧମାଳ, ଫୁଲବାଣୀରେ ଡାଇରିଆ ଦେଖାଯାଇଥିଲା। ଏପରିକି କଟକ ସହରରେ ମଧ୍ୟ। ୨୦୨୨ରେ ରାୟଗଡ଼ାର ବିଭିନ୍ନ ଗାଁରେ ଡାଇରିଆ ବ୍ୟାପିଥିଲା ଓ ତାହାର କାରଣ ଥିଲା ଦୂଷିତପାଣି। ବାହାରେ ମଳତ୍ୟାଗ କରିବା, ପାଣିପାଇପ ଲିକ୍‌ହେବା ଓ ଅଳିଆ ପାହାଡ଼ ଡାଇରିଆର ପୂର୍ବ ସଙ୍କେତ ଦିଏ। ଏଭଳି ସ୍ଥିତି କଟକ ଓ ଭୁବନେଶ୍ୱରରେ ଦେଖିବାକୁ ମିଳୁଛି। ଏହି ଯମଜ ନଗରୀର ପରିମଳ ସ୍ଥିତି ଯାହା ଏଠାରେ କୌଣସି ସମୟରେ ଡାଇରିଆ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସହର ନିକଟସ୍ଥ ନଦୀନାଳକୁ ସ୍ବେରେଜ ଓ କଳକାରଖାନାରୁ ନିର୍ଗତ ପାଣି ଛଡ଼ାଯାଉଥିବା ଦେଖାଯାଉଛି। ଏହାଦ୍ୱାରା ଉଭୟ ଭୂପୃଷ୍ଟ ଓ ଭୂର୍ଗଭ ଜଳ ଦୂଷିତ ହେଉଛି। ଏହାବାଦ୍‌ ଦୂଷିତ ଖାଦ୍ୟ କଥା ବିଚାରକୁ ନେଲେ ଯୁଆଡ଼େ ଆଖି ବୁଲାଇଲେ ରାସ୍ତକଡ଼ରେ ଖାଦ୍ୟ ପସରା ଦେଖିବାକୁ ମିଳେ। କେବଳ ଲୋକଦେଖାଣିଆ ଭାବେ ପର୍ବପର୍ବାଣି ସମୟରେ କାଁ ଭାଁ ଫୁଡ୍‌ ଭିଜିଲନ୍ସ ଚଢ଼ାଇ କରେ ଓ ତା’ ପରେ ଏହା କାଗଜପତ୍ରରେ ସୀମିତ ରହେ। ଖାଦ୍ୟ ସୁରକ୍ଷା ମାନ ପରୀକ୍ଷା ତ ଦୂରର କଥା, ଏହା କେଉଁ ପରିବେଶରେ ପ୍ରସ୍ତୁତ ହେଉଛି ତାହା ଉପରେ ମଧ୍ୟ ଅନୁଧ୍ୟାନ କରାଯାଉନାହିଁ। ଏଭଳି ଦୂଷିତ ପରିବେଶରେ ଡାଇରିଆ ରହିବା ଥୟ।
ଓଡ଼ିଶା ବ୍ୟତୀତ ଚଳିତ ବର୍ଷ କୋଲକାତା, କୋଚି, ପଞ୍ଜାବର ଲାର୍ଲୁ ଏବଂ ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଡାଇରିଆ ବ୍ୟାପିବା ଭାରତରେ ସ୍ବାସ୍ଥ୍ୟ ଏବଂ ପରିମଳ ବ୍ୟବସ୍ଥାର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ସ୍ବଚ୍ଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣ କରାଯାଉଛି, କିନ୍ତୁ ପରବର୍ତ୍ତୀ ସ୍ଥତି କ’ଣ ରହିଛି ତାହା ଅନୁଧ୍ୟାନ କରାଯାଉନାହିଁ। ନାମକୁ ମାତ୍ର ପାଇଖାନା ସଂଖ୍ୟା ଗଣି ବାହାରେ ମଳତ୍ୟାଗ ମୁକ୍ତ ଗାଁର ସାଇନ୍‌ ବୋର୍ଡ ଲଗାଇଲେ ପରିମଳ ସୁଧୁରିବା କଷ୍ଟକର। ଏହା ସହ ୨୦୨୪ ସୁଦ୍ଧା ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଏହି ପାଣିର ଗୁଣବତ୍ତା ପରୀକ୍ଷା କରାଯାଇ ଲୋକଙ୍କୁ ଅବଗତ କରାଯାଉନାହିଁ। ଏବେସୁଦ୍ଧା ଗ୍ରାମାଞ୍ଚଳରେ ବହୁ ଲୋକ ନଳକୂପ,ଗଡ଼ିଆ ଓ ଝରଣା ପାଣି ବ୍ୟବହାର କରୁଛନ୍ତି। ବ୍ଲକ୍‌ ସ୍ତରରେ ଏହାର ମାନ ପରୀକ୍ଷା କରାଯାଇ ଏ ବାବଦରେ ଲୋକଙ୍କୁ ସଚେତନ କରାଯାଉନାହିଁ। ଏହା ନିଶ୍ଚିତ ଯେ,ଦୁର୍ବଳ ପରିମଳ ବ୍ୟବସ୍ଥା ଓ ନିମ୍ନମାନର ପାନୀୟ ଜଳ ଯୋଗୁ ଜାତୀୟ ସ୍ତରରେ ଡାଇରିଆ କାରଣରୁ ୫ ବର୍ଷ ବୟସରୁ କମ୍‌ ଶିଶୁଙ୍କର ଅଧିକ ମୃତ୍ୟୁ ହେଉଛି। ବିଶ୍ୱରେ ବର୍ଷକୁ ଏହି ବୟସ ବର୍ଗର ୫ ଲକ୍ଷ ଶିଶୁଙ୍କର ମୃତ୍ୟୁ ହେଉଥିବାବେଳେ ଭାରତରେ ଏହାର ୨୦% ମୃତ୍ୟୁ ଘଟୁଛି। ଉନ୍ନତ ପରିମଳ ପାଇଁ ଯୋଜନା ତୃଣମୂଳ ସ୍ତରରେ କିଭଳି ସଫଳତା ପାଇବ ତାହା ଉଭୟ ରାଜ୍ୟ ଓ କେନ୍ଦ୍ରର ଦାୟିତ୍ୱ। କିନ୍ତୁ ଏଥିରେ ବହୁସମୟରେ ତାଳମେଳ ନ ରହିବା ଓ କ୍ଷେତ୍ର ଅଧିକରୀମାନଙ୍କ ବେଖାତିର ମନୋଭାବ ଯୋଗୁ ସ୍ବେରେଜ ପରିଚାଳନାଠାରୁ ଆରମ୍ଭକରି ପାଇଖାନା ନିର୍ମାଣ ଓ ପାନୀୟ ଜଳ ଯୋଗାଣରେ ସ୍ବଚ୍ଛତା ଆସିପାରୁନାହିଁ, ଯାହାର ଶେଷ ପରିଣାମ ହେଉଛି ଡାଇରିଆ । ଶେଷରେ ଏତିକି କୁହାଯାଇପାରିବ ଯେ,‘ସ୍ବଚ୍ଛ ଭାରତ’ କାର୍ଯ୍ୟକ୍ରମ ପାଇଁ କରଦାତା ନିୟମିତ ଭାବେ ଟିକସ ଦେଇଆସୁଛନ୍ତି। ସେହି ସ୍ବଚ୍ଛ ଭାରତଠାରୁ ଆରମ୍ଭକରି ‘ ବିକଶିତ ଭାରତ’ ଧ୍ୱନିରେ ଦେଶ କମ୍ପି ଉଠୁଥିବାବେଳେ ଏକବିଂଶ ଶତାବ୍ଦୀରେ ଡାଇରିଆରେ ଶିଶୁ ମୃତ୍ୟୁ ସମଗ୍ର ଦେଶ ପାଇଁ ଏକ ବିରାଟ ଲଜ୍ଜାର ବିଷୟ ହେବା କଥା। କିନ୍ତୁ କାହାରି ସମୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?