Posted inଫୁରସତ

ସମୃଦ୍ଧ ପୃଥିବୀ ଲକ୍ଷ୍ୟ ଅପରିହାର୍ଯ୍ୟ

ବିଶ୍ୱର ସମସ୍ତ ରାଷ୍ଟ୍ରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିଲେ ସମୃଦ୍ଧ ପୃଥିବୀ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ହୋଇପାରିବ। ଗରିବମାନଙ୍କର ବିଶ୍ୱସ୍ତରୀୟ ମୂଲ୍ୟବୋଧକୁ ଚିହ୍ନିବା ଏବଂ ବିଭିନ୍ନ ଦେଶରେ ଦାରିଦ୍ର୍ୟ ହ୍ରାସ କରିବା ବିଷୟରେ ବିକଶିତ ଦେଶଙ୍କୁ ଅବଗତ କରାଇବା ତଥା ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଡିସେମ୍ବର ୨୦ରେ ଅନ୍ତର୍ଜାତୀୟ ମାନବ ଅଖଣ୍ଡତା ଦିବସ ପାଳନ କରାଯାଇଥାଏ।
ଅଖଣ୍ଡତାର ସାର୍ବଭୌମତ୍ୱ ମୂଲ୍ୟର ପରିଚୟ ପାଇଁ ଦାରିଦ୍ର୍ୟ ହ୍ରାସ ନିମନ୍ତେ ବିଶ୍ୱସ୍ତରୀୟ ଉଦ୍ଦେଶ୍ୟ ଓ ପ୍ରୟାସଗୁଡ଼ିକ ଉପରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ସଚେତନ କରିବା ହେଉଛି ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ବିଶ୍ୱର ସ୍ବାଧୀନ ରାଷ୍ଟ୍ରମାନଙ୍କର ଦାରିଦ୍ର୍ୟ ହ୍ରାସ ନୀତିଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରିବା ମଧ୍ୟ ଏହି ଦିବସର ଉଦ୍ଦେଶ୍ୟ। ବିକାଶ ପାଇଁ ସମୃଦ୍ଧ ପୃଥିବୀ ଲକ୍ଷ୍ୟ ଅପରିହାର୍ଯ୍ୟ, ଏହା ଏହି ଦିବସ ସୂଚିତ କରିଥାଏ।
ବିଶ୍ୱସ୍ତରରେ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ସ୍ଥିର ହୋଇଥିବା ଲକ୍ଷ୍ୟ ହାସଲ ଲାଗି ବିଶ୍ୱ ଅଖଣ୍ଡତା ପାଣ୍ଠି ଓ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଏହି ସ୍ବତନ୍ତ୍ର ଦିବସକୁ ପ୍ରୋତ୍ସାହିତ କରେ। ମୌଳିକ ଓ ସାର୍ବଭୌମତ୍ୱ ମୂଲ୍ୟବୋଧ ରୂପେ ଅଖଣ୍ଡତାର ପରିଚୟ ପ୍ରଦାନ ସ୍ବରୂପ ୨୦୦୫ମସିହା, ଡିସେମ୍ବର ୨୨ରେ ଜାତିସଂଘ ସାଧାରଣ ସଭାରେ ଏହି ଦିବସକୁ ପରିଚୟ ମିଳିଥିଲା। ପ୍ରତି ବର୍ଷ ଡିସେମ୍ବର ୨୦ରେ ଏହାକୁ ଅନ୍ତର୍ଜାତୀୟ ମାନବ ଅଖଣ୍ଡତା ଦିବସ ରୂପେ ପାଳନ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା।
ଏକତା ପାଣ୍ଠି ଗଠନ ଏବଂ ଏହାଦ୍ୱାରା ପୃଥିବୀର ବିଭିନ୍ନ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ସମସ୍ତଙ୍କ ପାଇଁ ଉତ୍ତମ ଭବିଷ୍ୟତକୁ ସୁଗମ କରିବା ଲାଗି ପରିକଳ୍ପିତ ସ୍ଥାୟୀ ବିକାଶ ଲକ୍ଷ୍ୟ ମାଧ୍ୟମରେ ଦାରିଦ୍ର୍ୟ ତଥା ଅନ୍ୟାନ୍ୟ ପ୍ରତିବନ୍ଧକ ହଟାଇବାର ଉଦ୍ୟମ ସମ୍ପର୍କରେ ଏହି ଦିବସରେ ସଚେତନତା ସୃଷ୍ଟି କରାଯାଇଥାଏ।
ବିବିଧତାମୟ ପୃଥିବୀରେ ଏକତାକୁ ପାଳନ କରିବା ଲାଗି ଜାତିସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଏହି ଅବସରରେ ଆୟୋଜନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ଆମେରିକାକୁ କଡ଼ା ଜବାବ ଦେଲା ଇରାନ!

ତେହରାନ,୧୧।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ…

ରାହୁଲଙ୍କୁ ମହଙ୍ଗା ପଡ଼ିଲା ଥାଲାପତିଙ୍କ ସହ ଇନଷ୍ଟା ରିଲ ଶେୟାର କରିବା

ନୂଆଦିଲ୍ଲୀ,୧୧।୫: ତାମିଲନାଡୁରେ ବିଜୟ ଥାଲାପତିଙ୍କ ଶପଥ ଗ୍ରହଣ ସମାରୋହ ସମୟରେ, ଟିଭିକେ ମୁଖ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମଞ୍ଚ ଉପରେ ଏକ ରିଲ…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ପ୍ରବଳ ଝଡ଼ତୋଫାନ ସହ ବର୍ଷା: ଭାଙ୍ଗିଲା ଯାତ୍ରା ତୋରଣ,ବ୍ୟାପକ କ୍ଷୟକ୍ଷତି

ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରବିବାର ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏହାର କିଛି ସମୟ ପରେ…

୭ ଦିନ ପାଇଁ ଇଡି ହାଜତକୁ ଗଲେ ପଞ୍ଜାବ ମନ୍ତ୍ରୀ ଆରୋରା

ଗୁରୁଗ୍ରାମ,୧୧ା୫(ପି.ଟି.): ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗୁରୁଗ୍ରାମର ଏକ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ୭ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri