Posted inଜାତୀୟ

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ସିଜେପିର ବିକ୍ଷୋଭ

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌କୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଶନିବାର କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ଦ୍ୱାରା ଆୟୋଜିତ ବିଶାଳ ବିକ୍ଷୋଭ ସମାବେଶରେ ବହୁସଂଖ୍ୟାରେ ସ୍କୁଲ୍‌ କଲେଜ ଛାତ୍ରୀଛାତ୍ର, ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ଆଶାୟୀ ଏବଂ ଅଭିଭାବକମାନେ ଯୋଗ ଦେଇଛନ୍ତି। ଜେନ୍‌ ଜି ନେତୃତ୍ୱାଧୀନ ସିଜେପିର ପ୍ରତିଷ୍ଠାତା ଅଭିଜିତ ଦିପ୍‌କେଙ୍କ ସମେତ ଜଳବାୟୁ ଆକ୍ଟିଭିଷ୍ଟ ସୋନମ ଓ୍ୱାଙ୍ଗ୍‌ଚୁକ୍‌ ଓ ଅନ୍ୟମାନେ ବିକ୍ଷୋଭରେ ସାମିଲ ହୋଇଥିଲେ। ଅପରାହ୍ନ ୫ଟା ସୁଦ୍ଧା ଧର୍ମେନ୍ଦ୍ର ଯଦି ଇସ୍ତଫା ନ ଦିଅନ୍ତି, ତେବେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଦିପ୍‌କେ ଚେତାବନୀ ଦେଇଛନ୍ତି। ସିଜେପିର ଆନ୍ଦୋଳନକୁ ଆମ୍‌ ଆଦ୍‌ମୀ ପାର୍ଟି, ଶିବସେନା(ୟୁବିଟି) ସମେତ କେତେକ ବିରୋଧୀ ଦଳ ସମର୍ଥନ ଜଣାଇଛନ୍ତି।

ଡାକ୍ତରୀ ଶିକ୍ଷା ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜିରେ ପ୍ରଶ୍ନପତ୍ର ଲିକ୍‌ ଏବଂ ସିବିଏସ୍‌ଇର ଅନ୍‌ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍‌) ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶିକ୍ଷା ବିଭାଗ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ଉଦ୍‌ବେଗ ସେମାନଙ୍କୁ ବିକ୍ଷୋଭ ସ୍ଥଳକୁ ଟାଣି ଆଣିଥିବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକମାନେ କହିଛନ୍ତି। ସକାଳଠାରୁ ବିକ୍ଷୋଭ ସ୍ଥଳରେ ଲୋକଙ୍କ ସମାବେଶ ହୋଇଥିଲା ଏବଂ ଦିନ ବଢ଼ିବା ସହ ବିକ୍ଷୋଭକାରୀଙ୍କ ସଂଖ୍ୟା ବଢ଼ିଚାଲିଥିଲା।

ବିକ୍ଷୋଭକାରୀଙ୍କ କହିବା ଅନୁଯାୟୀ, ପରୀକ୍ଷାରେ ବାରମ୍ୱାର ବିବାଦ ଦେଖାଦେବା, ଫଳାଫଳକୁ ନେଇ ଅନିଶ୍ଚିତତା, ଏବଂ କର୍ତ୍ତୃପକ୍ଷଙ୍କଠାରୁ ଉତ୍ତରଦାୟିତ୍ୱର ଅଭାବ ଶିକ୍ଷା ବ୍ୟବସ୍ଥା ପ୍ରତି ସେମାନଙ୍କ ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଛି। କେତେଜଣ ଉଭୟ ଶାସକ ଭାଜପା ଏବଂ ବିରୋଧୀ ଦଳଗୁଡ଼ିକ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦେଶର ଯୁବବର୍ଗ ପ୍ରଭାବିତ ହେଉଥିବାବେଳେ ଏଥିପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଉ ନ ଥିବା ସେମାନେ କହିଛନ୍ତି। ବିକ୍ଷୋଭର ଡାକରା ଦେଇଥିବା ସିଜେପି ପ୍ରତିଷ୍ଠାତା ଦୀପ୍‌କେ ଶନିବାର ସକାଳେ ଆମେରିକାରୁ ଆସି ଦିଲ୍ଲୀରେ ପହଞ୍ଚତ୍ଥିଲେ। ଦିଲ୍ଲୀ ପୋଲିସଠାରୁ ଅନୁମତି ପାଇବା ପରେ ସେ ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳରେ ପହଞ୍ଚତ୍ଥିଲେ, ଯେଉଁଠି ସକାଳଠାରୁ ଅନେକ ହଜାର ଲୋକ ରୁଣ୍ଡ ହୋଇଥିଲେ। ପୋଷ୍ଟର ଧରି ଓ ଅସରପା ଆକୃତିର ମୁଖା ପିନ୍ଧି ବିକ୍ଷୋଭକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦବି କରିଥିଲେ। ଶାସକ ଭାଜପା ହିନ୍ଦୁ-ମୁସଲମାନ ରାଜନୀତି ବନ୍ଦ କରୁ ବୋଲି ବିକ୍ଷୋଭକାରୀମାନେ ସ୍ଲୋଗାନ ଦେବା ସହ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଦେଇଥିଲେ। ସାମ୍ପ୍ରଦାୟିକତାବାଦୀ ରାଜନୀତିକୁ ବିରୋଧ କରିବା ସହ କେବଳ ଦେଶ, ମହାତ୍ମା ଗାନ୍ଧୀ ଏବଂ ବି.ଆର୍‌. ଆମ୍ୱେଡ୍‌କରଙ୍କୁ ପ୍ରଶଂସା କରି ସ୍ଲୋଗାନ ଦେବାକୁ ଦିପ୍‌କେ ବିକ୍ଷୋଭକାରୀଙ୍କୁ ପରାମର୍ଶ ଦେଇଥିଲେ। ବିକ୍ଷୋଭ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଦୀପ୍‌କେଙ୍କ ସହିତ ବିକ୍ଷୋଭ ସମାବେଶରେ ବିଶିଷ୍ଟ ଜଳବାୟୁ କର୍ମୀ ସୋନମ ଓ୍ୱାଙ୍ଗ୍‌ଚୁକ୍‌, ସିପିଆଇ(ଏମ୍‌ଏଲ୍‌) ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ, ସିପିଆଇର ଅନ୍ନି ରାଜା ଓ ବାମଦଳ ଛାତ୍ର ଓ ଯୁବ ସଂଗଠନର କର୍ମୀମାନେ ସାମିଲ ହୋଇଥିଲେ।

ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌କୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶନିବାର ଦିଲ୍ଲୀର ଯନ୍ତରମନ୍ତରରେ ଆୟୋଜିତ ବିକ୍ଷୋଭ ସମାବେଶରେ ବହୁସଂଖ୍ୟାରେ ସମର୍ଥକ, ଛାତ୍ରୀଛାତ୍ର ଓ ଅଭିଭାବକ କକ୍ରୋଚ୍‌ ମାସ୍କ ପିନ୍ଧି ଓ ହାତରେ ଫୁଲ ଧରି ସାମିଲ ହୋଇଥିଲେ। ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପ୍‌କେ ସମାବେଶରେ ଉଦ୍‌ବୋଧନ ଦେଇ ପରୀକ୍ଷା ଅନିୟମିତତା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ସିଜେପି ଦାବିର ସମାଧାନ ନ କରି ସେମାନଙ୍କ ସୋସିଆଲ ମିଡିଆ କାର୍ଯ୍ୟ ଉପରେ କେନ୍ଦ୍ର ସରକାରଙ୍କ ଚଢ଼ାଉକୁ ଦିପ୍‌କେ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏହା ଏକ ଦୀର୍ଘ ସଂଗ୍ରାମ। ଆମେ ସୋସିଆଲ ମିଡିଆ ଜରିଆରେ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଆସୁଛୁ। କିନ୍ତୁ ସରକାରରେ ଥିବା ଲୋକମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ, ଆମ ଆକାଉଣ୍ଟକୁ ହ୍ୟାକ୍‌ କରୁଛନ୍ତି ଓ ପୋଷ୍ଟଗୁଡ଼ିକୁ ଡିଲିଟ୍‌ କରିଦେଉଛନ୍ତି। ଆପଣମାନେ ଆମ ପୋଷ୍ଟଗୁଡ଼ିକୁ ଡିଲିଟ୍‌ କରିପାରନ୍ତି, କିନ୍ତୁ ଆମକୁ ଏହି ସ୍ଥାନରୁ ହଟାଇପାରିବେ ନାହଁି ବୋଲି ଦିପ୍‌କେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri