ବିଜୁଳି କଟିଲେ ସିଟିସ୍କାନ୍‌ ଠପ୍‌

ଅନୁଗୋଳ, ୨୦।୧୨ (ଅମିତ କୁମାର ସାମଲ): ବିଜୁଳି କଟିଲେ ଠପ୍‌ ହୋଇଯାଉଛି ଗୁରୁତ୍ୱପୂର୍ଣ୍ଣ ସିଟିସ୍କାନ ବ୍ୟବସ୍ଥା। ଜେନେରେଟର ଥିଲେ ବି ବ୍ୟାଟେରି ଚୋରି ହୋଇଯାଇଥିବାରୁ ତାହା କାର୍ଯ୍ୟରେ ଲାଗିପାରୁ ନାହିଁ। ଫଳରେ ସରକାରୀ ମେଡିକାଲରୁ ନିଃଶୁଳ୍କ ସେବା ପାଇ ନ ପାରି ରୋଗୀ ଘରୋଇ ଚିକିତ୍ସାଳୟକୁ ଯାଇ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଥିବା ଏପରି ଅବ୍ୟବସ୍ଥାକୁ ନେଇ ରୋଗୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ସିଟିସ୍କାନ ଅଚଳ ରହିଲେ ଏହାର ଫାଇଦା ଉଠାଉଛନ୍ତି କେତେଜଣ ଦଲାଲ। ସେମାନେ ସିଟିସ୍କାନ ଆବଶ୍ୟକ କରୁଥିବା ରୋଗୀଙ୍କୁ ଘରୋଇ ଚିକିତ୍ସାଳୟକୁ ନେଇ ଅଧିକ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ଏ ନେଇ ଚିକିତ୍ସାଳୟ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଗତ ରବିବାର କୁରୁଡ଼ୁଲୁ ଅଞ୍ଚଳର ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକ ଆସିଥିଲେ। ଡାକ୍ତର ତାଙ୍କର ସିଟି ସ୍କାନ୍‌ କରିବାକୁ କହିଥିଲେ। ହେଲେ ସିଟି ସ୍କାନ୍‌ ପ୍ରକୋଷ୍ଠରେ ପହଞ୍ଚତ୍ବା ପରେ ମେଶିନ ଚାଲିପାରିବ ନାହିଁ ବୋଲି ଜାଣିବାକୁ ପାଇଥିଲେ। କାରଣ ମେଡିକାଲ ପଛପାର୍ଶ୍ୱ ଗେଟ୍‌ କାର୍ଯ୍ୟ ଚାଲିଥିବାରୁ ବିଜୁଳି ନ ଥିଲା। ତେଣୁ ସିଟି ସ୍କାନ କରିହେବନି ବୋଲି ତାଙ୍କୁ କୁହାଯାଇଥିଲା। ଜେନେରେଟର ପ୍ରସଙ୍ଗ ଉଠାଯାଇଥିଲେ ବି ବ୍ୟାଟେରି ଚୋରି ହୋଇଯାଇଥିବାରୁ ସିଟି ସ୍କାନ ବ୍ୟବସ୍ଥା ଠପ୍‌ ହୋଇଯାଇଥିବା କୁହାଯିବାରୁ ସମ୍ପୃକ୍ତ ଦୁର୍ଘଟଣାଗ୍ରସ୍ତ ଯୁବକ ବାଧ୍ୟ ହୋଇ ଘରୋଇ ମେଡିକାଲ ଯାଇ ସିଟିସ୍କାନ କରିଥିଲେ। କେବଳ ସମ୍ପୃକ୍ତ ଯୁବକ ନୁହନ୍ତି ଏପରି ୫ ଜଣ ରୋଗୀ ଫେରିଥିବା ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରୁ କେତେଜଣ କଟକ ଯାଇଥିବା ବେଳେ ଅନ୍ୟମାନେ ଘରୋଇ ହସ୍ପିଟାଲକୁ ଯାଇ ସେଠାରେ ଶୋଷଣର ଶିକାର ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସିଟିସ୍କାନ ବ୍ୟବସ୍ଥା ଥିବାବେଳେ ରୋଗୀ ଘରୋଇ ମେଡିକାଲକୁ ଯାଇ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଥିବାରୁ ଏ ନେଇ ଅସନ୍ତୋଷ ଦେଖାଦେଇଛି। ସେହିପରି ସୁରକ୍ଷା କର୍ମୀ ମୁତୟନ ଥିବା ସତ୍ତ୍ୱେ ବ୍ୟାଟେରି କିପରି ଚୋରି ହେଲା ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତି କହିଛନ୍ତି, ଏପରି ହୋଇଥିବା ଜାଣିନାହିଁ। ଏ ନେଇ ଏଡିଏମ୍‌ଓ ଏବଂ ପରିଚାଳକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri