ସହର ସୁରକ୍ଷାକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୨୨।୧୨ ବଜାର ମଧ୍ୟରେ ହେଉ କିମ୍ବା କଲୋନୀ, ଲୁଟ୍‌, ଛିନତାଇ କରି ସହଜରେ ଖସିଯାଉଛନ୍ତି ଦୁର୍ବୃତ୍ତ। ସର୍ବସମ୍ମୁଖରେ ଅପରାଧ ଘଟୁଥିଲେ ମଧ୍ୟ ରୋକିବାକୁ କେହି ନାହିଁ। ପୋଲିସ ପାଟ୍ରୋଲିଂ, ଗୋଇନ୍ଦା ଓ ସ୍ପେଶାଲ ସ୍କ୍ବାଡ୍‌ ଯେମିତି ଫେଲ ମାରିଛି ଅନୁଗୋଳ ସହରରେ। ଥାନାରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେଉଛି ସିନା ହେଲେ ଦୁର୍ବୃତ୍ତମାନଙ୍କ ପତ୍ତା ପାଇପାରୁନି ପୋଲିସ। ଲୁଟ୍‌ ସାମଗ୍ରୀ ଉଦ୍ଧାର ହେଉନାହିଁ କି ଗିରଫଦାରି ଦେଖାଯାଉ ନାହିଁ। ସହର ସୁରକ୍ଷାକୁ ପୋଲିସ ପୂର୍ବପରି ଗୁରୁତ୍ୱ ଦେଉ ନ ଥିବାରୁ ଏପରି ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଥିବା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି।
ଅନୁଗୋଳ ଥାନା, ଅନୁଗୋଳ ସଦର, ବଅଁରପାଳ, କୋଲିୟରୀ ଓ ତାଳଚେର ଥାନା ଅଞ୍ଚଳରେ ଅପରାଧ ରୋକିବାକୁ ଏସ୍‌ପିଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା। ଏସବୁ ଥାନାର ଜଣେ ଲେଖାଏ ଏସ୍‌ଆଇଙ୍କୁ ନେଇ ଅତୀତରେ ସ୍ପେଶାଲ ସ୍କ୍ବାଡ୍‌ ଗଠନ କରାଯାଇଥିଲା। ଏହି ସ୍କ୍ବାଡ୍‌ରେ ଥିବା ଅଫିସରମାନଙ୍କୁ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଚୋରି, ଲୁଟ୍‌, ଡକାୟତି ଓ ଛିନତାଇ କରୁଥିବା ଦୁର୍ବୃତ୍ତଙ୍କୁ ଧରିବା ଓ ସେମାନଙ୍କ ଟ୍ରାକ୍‌ ରେକର୍ଡ ରଖିବା ପରି ଗୁରୁ ଦାୟିତ୍ୱ ସ୍ପେଶାଲ ସ୍କ୍ବାଡ୍‌କୁ ଅର୍ପଣ କରାଯାଇଥିଲା। ନିଜ ଥାନା ଅଞ୍ଚଳର ଦୁର୍ବୃତ୍ତମାନଙ୍କ ତାଲିକା ନିଜ ପାଖରେ ରଖିବା ପରି ଅନେକ ଦାୟିତ୍ୱ ସ୍ପେଶାଲ ସ୍କ୍ବାଡ୍‌କୁ ଦିଆଯାଇଥିଲା। ହେଲେ ମାସ କେଇଟା ନ ଯାଉଣୁ ସ୍ପେଶାଲ ସ୍କ୍ବାଡ୍‌ ଚିତ୍ର ସମୂର୍ଣ୍ଣ ଅଲଗା ହୋଇଯାଇଛି। କେବଳ ଡିସିଓ ଡ୍ୟୁଟିକୁ ଛାଡ଼ିଦେଲେ ସ୍ପେଶାଲ ସ୍କ୍ବାଡ୍‌ ଅଧିକାରୀଙ୍କୁ ହେଲମେଟ୍‌ ଯାଞ୍ଚ କାର୍ଯ୍ୟ ସହ ଆଇନଶୃଙ୍ଖଳା ପରିସ୍ଥିତିରେ ନିୟୋଜିତ କରାଯାଉଛି। ଫଳରେ ମୂଳ ଦାୟିତ୍ୱଠାରୁ ସେମାନେ ଯେ ଦୂରେଇ ଗଲେଣି ଏହା ଉପରେ ଧ୍ୟାନ ଦିଆଯାଉ ନାହିଁ। ଏହି କାରଣରୁ ଅନୁଗୋଳ ସହରରେ ପୁଣି ଆପରାଧିକ କାର୍ଯ୍ୟକଳାପ ବଢ଼ିଚାଲିଛି। ଗତ ଶନିବାର ଅନୁଗୋଳରୁ ପିଟିସି ଛକ ଅଭିମୁଖେ ଯାଉଥିବା ଜଣେ ମହିଳାଙ୍କ ହାତରୁ ଟଙ୍କା ବ୍ୟାଗ୍‌ ଝାମ୍ପି ନିଆଯାଇଛି। ସେଥିରେ ୫୦ ହଜାର ଟଙ୍କା ଥିବା ଅଭିଯୋଗ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ ମାରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରିପାରି ନାହିଁ। ଏହାପୂର୍ବରୁ ବିଇଡି କଲେଜ ଛକଠାରେ ଜଣେ ମହିଳାଙ୍କ ବ୍ୟାଗ୍‌ ଝାମ୍ପି ନିଆଯାଇଥିଲା। ଗୁଜୁରାଟିପଡ଼ାର ଜଣେ ମହିଳାଙ୍କ ବେକରୁ ଚେନ୍‌ ଛିନ୍‌ତାଇ ହୋଇଥିଲା। ଘଟଣା ସମ୍ପର୍କରେ ଜିଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଭିନ୍ନ ଥାନାରେ କର୍ମଚାରୀ ସଂଖ୍ୟା କମ୍‌ ରହୁଥିବାରୁ ସ୍ପେଶାଲ ସ୍କ୍ବାଡ୍‌କୁ ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି। ଏ ନେଇ ଏସ୍‌ପି ଜଗମୋହନ ମୀନାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ପାରିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ, ଏହି ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିର କରାଯିବ ସମୀକ୍ଷା

ଭୁବନେଶ୍ୱର,୧୪ା୫: ଗୁରୁବାର ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସପ୍ତାହକ ଭିତରେ ଦ୍ବିତୀୟ ଥର ପାଇଁ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ…

୨୦ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୪ା୫(ରବିନାରାୟଣ ଜେନା):ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ…

ପୁରୁଷବନ୍ଧୁଙ୍କ ରୁମ୍‌କୁ ଯାଇଥିଲେ ଇଞ୍ଜିନିୟରିଂ ଛାତ୍ରୀ: ୪ ଜଣ ମିଶି କଲେ ଗଣବଳାତ୍କାର, ତା’ପରେ ଯାହା ଘଟିଲା…

ଭୁବନେଶ୍ବର/ ଯାଁଳା,୧୪।୫, (ପ୍ରସନଜିତ୍‌ ସାହୁ/ବୁଲା ବାରିକ):ଭୁବନେଶ୍ୱର ଇନ୍‌ଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏକ ଘରୋଇ କଲେଜରେ ପଢ଼ୁଥିବା…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

ଜନ୍ମମାଟି ବରପାଲିରେ ଶହୀଦ ପ୍ରେମରାଜଙ୍କୁ ଅଶ୍ରୁଳ ବିଦାୟ: ତୋପ ସଲାମୀ ସହ ସମ୍ପନ୍ନ ହେଲା…

ବରପାଲି, ୧୩।୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ବ୍ଲକର କୁମ୍ଭାରୀ ଗାଁର ବୀର ସନ୍ତାନ ପ୍ରେମରାଜ ମଲ୍ଲିକଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟିରେ ପହଞ୍ଚିବା ପରେ ସାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri