ଶୀତଳଭଣ୍ଡାର ଅଭାବରୁ ଶସ୍ତା

ବଇଣ୍ଡା,୧୦ା୧୨ (ପରିକ୍ଷିତ ସାହୁ): ମାସ ମାସର ହାଡ଼ଭଙ୍ଗା ପରିଶ୍ରମ। ତା’ ସାଙ୍ଗକୁ ବ୍ୟାଙ୍କ ଋଣର ବୋଝ। ଏସବୁ ସତ୍ତ୍ୱେ ଫଳାଇଥିବା ଫସଲରୁ ଚାଷୀଙ୍କୁ ମିଳିପାରୁନି ଲାଭ। ଖଟାଇଥିବା ଅର୍ଥ ଫେରିପାଇବା ତ ଦୂରର କଥା, ବରଂ ସହିବାକୁ ପଡ଼ୁଛି କ୍ଷତି। ସରକାର ଶୀତଳଭଣ୍ଡାର ନିର୍ମାଣ ଦିଗରେ ପଦକ୍ଷେପ ନେଉ ନ ଥିବାରୁ ଉତ୍ପାଦିତ ବନ୍ଧାକୋବିକୁ ସଂରକ୍ଷିତ ରଖି ନ ପାରି ଶସ୍ତାରେ ବିକିବାକୁ ବାଧ୍ୟ ହେଉଛି ଚାଷୀ। ଏହାକୁ ନେଇ ଅନୁଗୋଳ ଜିଲା କିଶୋରନଗର ବ୍ଲକର କୋବି ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ।
କିଶୋରନଗର ବ୍ଲକର ଜାମୁନାଳି, ହଣ୍ଡପା, କଣ୍ଟେଇକୋଳିଆ ପଞ୍ଚାୟତର ୩୦୦ ହେକ୍ଟର ଜମିରେ ଚଳିତବର୍ଷ କୋବି ଚାଷ କରାଯାଇଛି। ଭଲ ଫସଲ ହୋଇଥିବାରୁ ଅଧିକ ଲାଭ ମିଳିବ ବୋଲି ଆଶା ବାନ୍ଧିଥିଲେ ଚାଷୀ। ହେଲେ ବାହାର ରାଜ୍ୟର କୋବି ବଜାରକୁ ଅକ୍ତିଆର କରିନେବାରୁ ଉତ୍ପାଦନ ତୁଳନାରେ ବନ୍ଧା କୋବି ଚାହିଦା ହ୍ରାସ ପାଇଛି। ଫଳରେ ଉତ୍ପାଦନ ପାଇଁ ଗୋଟା ପ୍ରତି ୧୦ ଟଙ୍କା ଖର୍ଚ୍ଚ କରିଥିବା ଚାଷୀ ଗୋଟିଏ ଲେଖାଏ କୋବିକୁ ୫ ଟଙ୍କାରେ ବିକ୍ରି କରିବାକୁ ଏକପ୍ରକାର ବାଧ୍ୟ ହେଉଛି। ଏପରି କି କେତେଜଣ ଚାଷୀ ୩ଟି କୋବିକୁ ୧୦ ଟଙ୍କାରେ ବ୍ୟବସାୟୀଙ୍କ ହାତକୁ ଟେକିଦେଉଥିବା ଦେଖାଯାଉଛି। ଏପରି ଶସ୍ତାରେ ଫସଲ ବିକ୍ରି ହେଉଥିବାରୁ ବ୍ୟଙ୍କ ଋଣ କିପରି ଶୁଝିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କଣ୍ଟେଇକୋଳିଆ ପଞ୍ଚାୟତର ଇଚ୍ଛାପୁର, ଅଁଳାବେରେଣୀ, କଣ୍ଟେଇକୋଳିଆ, ଜାମୁନାଳୀ ପଞ୍ଚାୟତର ମଧପୁର, ଜାମୁନାଳି, ଖଣ୍ଡବର, ଅଶ୍ରୁବାହାଳ, ହଣ୍ଡପା ପଞ୍ଚାୟତର ହିଞ୍ଜିରିଡା, ପ୍ରତାପପୁର, ହଣ୍ଡପା, ଚାକୁଣ୍ଡାମୁଣ୍ଡା ଆଦି ଗ୍ରାମର ଚାଷୀ। ସରକାରଙ୍କ ପକ୍ଷରୁ କୋବି ଚାଷୀଙ୍କୁ ସବ୍‌ସିଡ ଯୋଗାଇ ଦିଆଯାଉଥିବା ବେଳେ ଏହି ପଞ୍ଚାୟତର ଅନେକ ଚାଷୀ ସେହି ସୁବିଧାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି। ସେହିପରି ହାତୀ ଉପଦ୍ରବ ପାଇଁ ମଧ୍ୟ ଚାଷୀମାନେ ବହୁ କ୍ଷତି ସହୁଛନ୍ତି। ବଇଣ୍ଡାଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ ବଇଣ୍ଡା ଗ୍ରାମବାସୀ ଓ କୃଷକ ସଙ୍ଗଠନ ପକ୍ଷରୁ ୨ ନଭେମ୍ବର ୨୦୧୭ ଓ ୨୩ ମେ ୨୦୨୧ରେ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି କୃଷି ମନ୍ତ୍ରୀ, ଅନୁଗୋଳ ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଏ ଦିଗରେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ କୋବି ଚାଷୀମାନେ ବିପୁଳ ପରିମାଣର କ୍ଷତି ସହୁଥିବାରୁ ସେମାନଙ୍କୁ କ୍ଷତିପୂରଣ ଦେବା ଓ ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ କଣ୍ଟେଇକୋଳିଆର କୋବି ଚାଷୀମାୋନ ଗତ ୨୬ ତାରିଖରେ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ ବିଭାଗ ସହକାରୀ ଅଧିକାରୀ ସ୍ବରାଜ୍ୟଲକ୍ଷ୍ମୀ ନାୟକ କହିଛନ୍ତି, ପରିବା ଚାଷ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ସାମଗ୍ରୀମାନ ଯୋଗାଇ ଦିଆଯାଉଛି। କୋବି ଚାଷୀଙ୍କୁ ହେକ୍ଟର ପିଛା ୨୦ ହଜାର ଟଙ୍କା ସବ୍‌ସିଡ ପ୍ରଦାନ କରାଯାଉଛି।

ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି
ବଇଣ୍ଡାଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଏହି ଅଞ୍ଚଳର ଶତାଧିକ ହେକ୍ଟରରେ ପରିବା ଚାଷ ହେଉଥିବାରୁ ଉତ୍ପାଦିତ ଫସଲକୁ ସଂରକ୍ଷିତ କରି ରଖିବା ପାଇଁ ଶୀତଳଭଣ୍ଡାର ଜରୁରୀ ବୋଲି ଚିଠିରେ ଦର୍ଶାଯାଇଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ

ସରକାର କ୍ଷତିଭରଣା କରନ୍ତୁ
କୋବି ଚାଷରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି ସେତିକି ବିକ୍ରିରୁ ଆସୁନାହିଁ। ଉତ୍ପାଦନ ଅଧିକ ହେଉଥିବାରୁ ଓ ବିକ୍ରି ଚାହିଦା ସେପରି ନ ଥିବାରୁ ଲାଭ ମିଳୁନାହିଁ। ହାତୀ ଉପଦ୍ରବ ଯୋଗୁ ମଧ୍ୟ ଅନେକ ସମୟରେ ଫସଲ ନଷ୍ଟ ହେଉଛି। ସରକାର କ୍ଷତି ପୂରଣ ଯୋଗାଇ ଦିଅନ୍ତୁ।
-କୃଷ୍ଣଚନ୍ଦ୍ର ସାହୁ, ଚାଷୀ, ଖଣ୍ଡବର

ସଂରକ୍ଷିତ ରଖାଯାଇପାରୁନି
ବଇଣ୍ଡାଠାରେ ଶୀତଳ ଭଣ୍ଡାର ନ ଥିବା ଯୋଗୁ ଚାଷୀମାନେ ଉତ୍ପାଦନ କରୁଥିବା କୋବିକୁ ସଂରକ୍ଷିତ କରି ପାରୁନାହନ୍ତି। ଫଳରେ ଖୁବ୍‌ କମ୍‌ ଦରରେ ପନିପରିବା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହି।
-ଦୀନବନ୍ଧୁ ସାହୁ, ଚାଷୀ, ମଧପୁର

ଭଲ ଦର ମିଳିପାରୁନି
ବର୍ତ୍ତମାନ ଏହି ଅଞ୍ଚଳରେ ବହୁଳ ପରିମାଣରେ କୋବି ଚାଷ କରାଯାଇଛି। ଏହାସତ୍ତ୍ୱେ ବାହାର ରାଜ୍ୟରୁ କୋବି ବଇଣ୍ଡା ବେପାରୀଙ୍କ ନିକଟକୁ ଆସୁଛି। ତେଣୁ ସ୍ଥାନୀୟ ଚାଷୀଙ୍କୁ ଭଲ ଦର ମିଳିପାରୁ ନ ଥିବାବେଳେ ଏହାର ସୁଯୋଗ ନେଇ ବ୍ୟବସାୟୀମାନେ କମ୍‌ ମୂଲ୍ୟରେ ଚାଷୀଙ୍କ ଠାରୁ କୋବି କିଣୁଛନ୍ତି।
-ଅରବିନ୍ଦ ସାହୁ, ଚାଷୀ, କଣ୍ଟେଇକୋଳିଆ

ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ
ବଇଣ୍ଡା ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପଞ୍ଚାୟତ ପକ୍ଷରୁ ପୂର୍ବରୁ ଅଭିଯୋଗ କରାଯାଇଛି। ଏହି ଅଞ୍ଚଳ ଉପଖଣ୍ଡର ମୁଖ୍ୟ ବ୍ୟାବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ବିଭିନ୍ନ ଅଞ୍ଚଳର ଚାଷୀ ଏହି ବଜାର ଉପରେ ନିର୍ଭର କରୁଛନ୍ତି। ତେଣୁ ଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ ସରକାର ପଦକ୍ଷେପ ନିଅନ୍ତୁ।
-ଦୀପ୍ତିମୟୀ ସାହୁ, ନୁନୁକାପଶି ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?