Posted inଜାତୀୟ

୧୮୦୦ ପଦବୀ ପାଇଁ ୧୫ ହଜାର ଆଶାୟୀ; ମୁମ୍ବାଇ ଏୟାରପୋର୍ଟରେ ଦଳାଚକଟା ସ୍ଥିତି

ନୂଆଦିଲ୍ଲୀ,୧୭।୭: କିଛିଦିନ ତଳେ ଗୁଜରାଟରେ ୧୦ ପଦବୀ ୧୮୦୦ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା ବେଳେ ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆ ପକ୍ଷରୁ ୧୮୦୦ ପଦବୀ ପାଇଁ ସାକ୍ଷାତକାର କରାଯାଉଥିଲା ବେଳେ ପ୍ରାୟ ୧୫ ହଜାର ଆଶାୟୀ ଭିଡ଼ ଜମାଇଥିଲେ।

ସୀମିତ ପଦବୀ ଖାଲି ଥିଲେ ମଧ୍ୟ ଏୟାର ଇଣ୍ଡିଆ ନିଯୁକ୍ତି ଅଫିସ ଆଗରେ ବଡ଼ ସଂଖ୍ୟାରେ ଆଶାୟୀଙ୍କ ଭିଡ ଜମିଥିଲା। ସ୍ଥିତି ଅନିୟନ୍ତ୍ରିତ ହେବାରୁ ଆଶାୟୀମାନଙ୍କୁ ସେମାନଙ୍କ ଆବେଦନପତ୍ର ଜମା କରି ସ୍ଥାନ ଖାଲି କରିବାକୁ କୁହାଯାଇଥିଲା।

ସେପଟେ ବିମାନ ଚଳାଚଳ ଶିଳ୍ପ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଜର୍ଜ ଆବ୍ରାମ୍ କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟାକୁ ସଠିକ ପରିଚାଳନା କରାଯାଇ ନାହିଁ ଏବଂ ଏହି ସାକ୍ଷାତକାର ପାଇଁ ୫୦,୦୦୦ ଆଶାୟୀ ଜମା ହୋଇଥିବା ଦାବି କରାଯାଉଛି।

\”ମୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେଠାରେ ପ୍ରାୟ ୫୦,୦୦୦ ଲୋକ ଉପସ୍ଥିତ ଥିଲେ ଯେଉଁମାନେ। ଆମେ ଏଭଳି ନିଯୁକ୍ତି ପ୍ରକ୍ରିୟା ବିରୋଧରେ କମ୍ପାନୀକୁ ଚେତାବନୀ ଦେଇଥିଲୁ। ସେଠାରେ ୧ କିଲୋମିଟର ଲମ୍ବା ଧାଡି ଲାଗିଥିଲା। ସ୍ଥିତି ଅନିୟନ୍ତ୍ରିତ ହେବାରୁ ପୋଲିସକୁ ଡାକିବାକୁ ପଡିଥିଲା। ଆବେଦନକାରୀଙ୍କୁ ସେମାନଙ୍କ ଆବେଦନପତ୍ର ଦେଇ ଯିବାକୁ କୁହାଯାଇଥିଲା ଏବଂ ସେମାନେ ତାଙ୍କୁ ପରେ ଡାକିବେ ବୋଲି କହିଥିଲେ।

ସୂଚନା ମୁତାବକ ୧,୭୮୬ ହ୍ୟାଣ୍ଡମ୍ୟାନ୍ ଏବଂ ୧୬ ଟି ୟୁଟିଲିଟି ଏଜେଣ୍ଟଙ୍କ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା କରାଯାଇଥିଲା।

ଏହି ପଦବୀରେ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ ଏବଂ ସର୍ବାଧିକ ବୟସ ୨୩ ବର୍ଷ ହୋଇଥିବା ଆବଶ୍ୟକ। ସେହିଭଳି ଦରମା ୨୨ ହଜାର ୫୩୦ ଟଙ୍କା ରହିଥିଲା ବେଳେ ଏହି ନିଯୁକ୍ତି ଚୁକ୍ତି ଭିତ୍ତିକ ଭାବେ ୩ ବର୍ଷ ପାଇଁ ରହିଛି।

ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ୫୦ ହଜାର ଆଶାୟୀ ଏକାଠି ହୋଇଥିବା ବିମାନ ଚଳାଚଳ ଶିଳ୍ପ କର୍ମଚାରୀ ସଂଘ ଦାବି କରିଥିଲା ବେଳେ ୧୫ ହଜାର ଆଶାୟୀ ଆବେଦନ କରିଥିବା କହିଛନ୍ତି ଏୟାର ଇଣ୍ଡିଆ ସିଇଓ ରାମବାବୁ ଚିନ୍ତାଳଚିରୁଭୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଲିଙ୍କରେ ପୂର୍ବତନ ସରପଞ୍ଚଙ୍କୁ ବାନ୍ଧିଲା ପୋଲିସ

ମୋହନା,୨୨ା୫ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଶା ମାଝୀଙ୍କୁ ଗିରଫ କରି କୋର୍ଟ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

କେଏସୟୁବି କଲେଜରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ଡ. ଗଗନ ବିହାରୀ ପୁରୋହିତ

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ…

ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ଆଉ ତା‘ପରେ…

ପାରଳାଖେମୁଣ୍ଡି,୨୨ା୫(ଗିରିଧାରୀ ପରିା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପାଟପୁର ଗ୍ରାମ ନିକଟରେ ଶୁକ୍ରବାର ଏକ ଗଛ ପଡ଼ି ଅଟୋ ଚୁର୍‌ମାର୍‌ ହୋଇଯାଇଛି। ହେଲେ…

ପ୍ରକଳ୍ପ ଅଚଳ: ଚୁଆଁ ପାଣି ଭରସାରେ ସାହିବାସୀ

ଖଜୁରିପଡ଼ା,୨୨ା୫ (ବିଦୁର ବେହେରା): କନ୍ଦମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଗୁଦାରୀ ପାୟତ ୪ ନମ୍ବର ୱାର୍ଡ ଅନ୍ତର୍ଗତ ମଲିକ ସାହିରେ ପାନୀୟ ଜଳ ସମସ୍ୟା ଉଟ ରୂପ…

ଟୋପି, ଚଷମା ଏବଂ ମାସ୍କ… ମୁହଁ ଲୁଚାଇ ଆତ୍ମସମର୍ପଣ କରିବାକୁ କୋର୍ଟରେ ପହଞ୍ଚିଲେ ଟ୍ବିଶାଙ୍କ ସ୍ବାମୀ ସମର୍ଥ

ଜବଲପୁର,୨୨।୫: ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ସ୍ୱାମୀ ସମର୍ଥ ସିଂହ ଶୁକ୍ରବାର ଦିନ ମୁହଁ ଲୁଚାଇ ଜବଲପୁର ଜିଲା କୋର୍ଟରେ…

ଲ୍ୟାମ୍ପ MDଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟି ଟଙ୍କାର ଅର୍ଥ ହେରଫେର କରି ଗଲେ ଜେଲ୍

କଲ୍ୟାଣସିଂହପୁର, ୨୨।୫ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ସମବାୟ ସମିତି (ଲ୍ୟାମ୍ପ)ରେ ଘଟିଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣାରେ ନୂଆ ମୋଡ଼…

ପାରାଦୀପରେ ମାଟି ତଳ ପାଇପ୍ ଲାଇନ୍‌ରୁ ତେଲ ଲିକ୍, ବିପୁଳ ପରିମାଣର ପେଟ୍ରୋଲ ନଷ୍ଟ

ପାରାଦୀପ,୨୨।୫ (ଶରତ ରାଉତ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ୧ ନଂ ଗେଟ୍ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସାଉଥ୍ ଅଏଲ ବର୍ଥ ଜେଟିରୁ ଆଇଓସିଏଲ ଟର୍ମିନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri