ଚୈତ୍ର ମହୋତ୍ସବ ଝାମୁଯାତ୍ରା ସମ୍ପନ୍ନ

ରିଷିଡ଼ା,୧୮ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବ ଶକ୍ତି ପୀଠରେ ଚାଲିଥିବା ଚୈତ୍ର ମହୋତ୍ସବର ସପ୍ତମ ଦିବସରେ ଝାମୁଯାତ୍ରା ଶୁକ୍ରବାର ସମାପ୍ତ ହୋଇଛି। ମନ୍ଦିର ସମ୍ମୁଖ ପଡ଼ିଆରେ ୯ ଫୁଟର ଦୁଇଟି ନିଆଁ ଖନ୍ଦା କରାଯାଇ ଷୋଳସହସ୍ର ପୂଜାର୍ଚ୍ଚନା କରାଯାଇଥିଲା।

ମ. ରାମପୁର ରାଜପରିବାର ନିଳମାଧବ ସିଂଦେଓଙ୍କ ପ୍ରେରିତ ପାଟସିନ୍ଦୂର ପ୍ରଥମେ ତାରିଣୀ ଅଷ୍ଟ ଚଣ୍ଡୀଙ୍କୁ ସମର୍ପଣ କରାଯାଇଥିଲା। ପରେ ମାନସିକଧାରୀ ଭକ୍ତ ଓ ବରୁଆ ଦେହରେ ଦେବୀ ସବାର ହୋଇ ନିଆଁରେ ଚାଲିଥିଲେ। ପୀଠରେ ସାତଦିନ ବ୍ୟାପୀ ଚୈତ୍ର ମହୋତ୍ସବ ଝାମୁଯାତ୍ରା, ଛତର ଯାତ୍ରା, ପଣାସଂକ୍ରାନ୍ତି ସହ ଷୋହଳପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।

ଶୁକ୍ରବାର ପୀଠରେ ଖନ୍ଦା ଶାନ୍ତି କରାଯାଇ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି। ଏହି ଝାମୁଯାତ୍ରାରେ ନର୍ଲା ବିଧାୟିକା ମନୋରମା ମହାନ୍ତି ସାମିଲ ହୋଇ ନିଆଁରେ ଚାଲିଥିଲେ। ଚତୁର୍ଥ ଦିନରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମଧ୍ୟ ସାମିଲ ହୋଇ ଅଷ୍ଟ ଚଣ୍ଡୀଙ୍କୁ ଦର୍ଶନ କରି ପାଟବସ୍ତ୍ର ସିଙ୍ଗାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭାପତି କୈଳାସ କୁମୁରା, ସମ୍ପାଦକ ସୁଶାନ୍ତ ମଲ୍ଲିକ, ଦେହୁରି ସେବାୟତ ସୁମନ୍ତ ଭୋଇ, ରାଧେଶ୍ୟାମ ପଟ୍ଟନାୟକ, ତପନ ରଣା, କୁଞ୍ଜ ରଣା, ରଞ୍ଜନ ରଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୟଦେବ ଭବନରେ ସମ୍ମାନିତ ହେଲେ ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ୍ ପ୍ରଶାନ୍ତ ସାର୍

ଦେବଗଡ଼, ୪।୬(ଶଶାଙ୍କ ଶେଖର ଝାଙ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଓମେନ୍ସ ସ୍ୱେଚ୍ଛାସେବୀ ସଂଗଠନ ଓ କଳିଙ୍ଗ ସଂକୀର୍ତ୍ତନ ମଣ୍ଡଳୀ ମହାସଂଘ ପକ୍ଷରୁ ୨୦ତମ ବାର୍ଷିକ…

ଜେୱର ବିମାନବନ୍ଦର ଫ୍ଲାଏଓଭର ନିର୍ମାଣ ସ୍ଥାନରେ ବଡ଼ ଦୁର୍ଘଟଣା: କ୍ରେନ ଓଲଟି ପଡ଼ିବାରୁ ଅନେକ ଶ୍ରମିକ ଫସି ରହିଛନ୍ତି; ୩ ମୃତ

ଫରିଦାବାଦ,୪।୬: ଗୁରୁବାର ଅପରାହ୍ନରେ ହରିୟାଣାର ଫରିଦାବାଦରେ ଜେୱର ବିମାନବନ୍ଦର ସଂଯୋଗ ନେଟୱାର୍କ ସହିତ ଜଡିତ ଏକ ପ୍ରମୁଖ ପ୍ରକଳ୍ପ ସହିତ ଜଡିତ ଏକ ନିର୍ମାଣ ସ୍ଥାନରେ ଏକ…

୯୨ ଭୂମିହୀନ ପରିବାରକୁ ମିଳିଲା ଘର ଠିକଣା

ଲାଞ୍ଜିଗଡ଼,୪ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ରାଜସ୍ବ ବିଭାଗ ପକ୍ଷରୁ ୯୨ ଭୂମିହୀନ ପରିବାରକୁ ସ୍ଥାୟୀ ଘରଡ଼ିହ ପଟ୍ଟା ଗୁରୁବାର ଆବଣ୍ଟନ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କୁ…

ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ; ବୈତରଣୀରେ ବୁଡ଼ି ଦଶମ ପାସ୍ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ…

ହାଟଡିହୀ/ଛେନାପଦୀ, ୪।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ଅମୃତପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ନିକଟସ୍ଥ ବୈତରଣୀ ନଦୀରେ ବୁଡ଼ି…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା: ୧୧ଟି ବୁଲେଟ୍ ଜବତ, ଲକ୍ଷାଧିକ ଟଙ୍କା ଫାଇନ୍ କାଟିଲା…

ଭବାନୀପାଟଣା,୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଗୁରୁବାର ସ୍ଥାନୀୟ ପୋଲିସ ପକ୍ଷରୁ ମୋଟର ଯାନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୧୧ ଜଣ…

ଆଫଗାନିସ୍ତାନ ସିରିଜ୍‌ରୁ ବାଦ୍‌ପଡ଼ିଲେ କୋହଲି

ନୂଆଦିଲ୍ଲୀ, ୪ା୬: ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ଆଗାମୀ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ସେହିପରି ପୂର୍ବତନ ଅଧିନାୟକ ରୋହିତ…

ସ୍ବାମୀ କାଠ ମିସ୍ତ୍ରୀ, ସ୍ତ୍ରୀ ହେଲେ OAS; ସଫଳତା ପରେ କହିଲେ- ‘ଗରିବଙ୍କ ସେବା କରିବି’

କେସିଙ୍ଗା,୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜଣେ କାଠ ମିସ୍ତ୍ରୀଙ୍କ ପତ୍ନୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି।…

ଇରାନ ପ୍ରତି ପାକିସ୍ତାନର ବିଶ୍ୱାସଘାତକତା: ଆମେରିକାକୁ ଗୁପ୍ତ ସୂଚନା ଦେଇଥିଲେ ଇସାକ ଦାର? ବିବୃତ୍ତି ଜାରି କଲେ ଶାହବାଜ ସରକାର

ଇସଲାମାବାଦ,୪।୬: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧ ଫେରିବା ପରି ପରିସ୍ଥିତି ସୃଷ୍ଟି ହେଉଥିବା ପରି ମନେ ହେଉଛି। ପାକିସ୍ତାନ ଦୁଇ ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri