Posted inରାଜ୍ୟ

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ ସହାୟତା ମିଳିଥାଏ। ଏହାକୁ ନେଇ ରାଜ୍ୟ ସରକାର ବଜେଟ ଆକଳନ କରିଥାନ୍ତି। ମାତ୍ର ଗତ ପ୍ରାୟ ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟ ଯେଉଁ ପରିମାଣର ଅର୍ଥ ପାଇବା ପାଇଁ କେନ୍ଦ୍ରଠାରୁ ଆଶା ରଖୁଛି ତାହା ଠିକଣା ଭାବେ ପାଉନାହିଁ। ଏପରି କି କେତେକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା କ୍ଷେତ୍ରରେ ମଧ୍ୟ ଆଶାନୁରୂପ ସହାୟତା ମିଳୁନାହିଁ। ଚଳିତ ଆର୍ଥିକବର୍ଷର ଇତିମଧ୍ୟରେ ପ୍ରାୟ ୬ମାସ ବିତି ସାରିଲାଣି। ମାତ୍ର ଏପର୍ଯ୍ୟନ୍ତ କେତେକ ଯୋଜନାରେ ଟଙ୍କା ମିଳି ନ ଥିବା ଜଣାଯାଇଛି।
ସେପ୍ଟେମ୍ବର ୨୮ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର କୌଣସି ପୌରାଞ୍ଚଳ ପାଇଁ ଅଗଷ୍ଟ ସୁଦ୍ଧା ଅର୍ଥ ଆୟୋଗର ଅନୁଦାନ ବାବଦକୁ ଟଙ୍କାଟିଏର ସହାୟତା ମିଳିନାହିଁ। ଅର୍ଥ ଆୟୋଗର ଅନୁମୋଦନକୁ ନେଇ ରାଜ୍ୟ ସରକାର ୨୦୨୪-୨୫ରେ ପୌରାଞ୍ଚଳର ବିକାଶ ଲାଗି ୩,୮୦୪.୪୯କୋଟି ଟଙ୍କାର ବଜେଟ ଅଟକଳ କରିଥିଲେ। ଉକ୍ତ ବର୍ଷ ରାଜ୍ୟ ସରକାର ୨,୬୫୧.୭୩କୋଟି ଟଙ୍କା ପାଇଥିଲେ। ସେହିପରି ୨୦୨୫-୨୬ ଆର୍ଥିକବର୍ଷରେ ରାଜ୍ୟ ସରକାର ୩,୩୧୧.୨୭ କୋଟି ଟଙ୍କାର ବଜେଟ ଅଟକଳ କରିଥିବାବେଳେ ସେଥିମଧ୍ୟରୁ ୨,୬୩୩.୫୭କୋଟି ଟଙ୍କା ପାଇଥିଲେ। ମାତ୍ର ଚଳିତବର୍ଷ ସରକାର ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କ ପାଇଁ ୩୦୫୬କୋଟି ଟଙ୍କାର ବଜେଟ କରିଥିଲେ ମଧ୍ୟ ଏହି ଅବଧି ମଧ୍ୟରେ ଗୋଟିଏ ବି ଟଙ୍କା ମିଳିନାହିଁ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଗୃହକୁ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୮ ସୁଦ୍ଧା କେବଳ ଯେ ପୌରାଞ୍ଚଳ ପାଇଁ ଓଡ଼ିଶାକୁ ଟଙ୍କାଟିଏ ମିଳିନାହିଁ ତାହା ନୁହେଁ, ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ଅଂଶଦାନ ବାବଦକୁ ମଧ୍ୟ ଟଙ୍କାଟିଏ ମିଳିନାହିଁ। ଏହି କ୍ଷେତ୍ରରେ ପୂର୍ବରୁ କେନ୍ଦ୍ର ସରକାର ଆର୍ଥିକ ପରିମାଣ ହ୍ରାସ କରିଚାଲିଥିବାବେଳେ ଚଳିତ ଆର୍ଥିକବର୍ଷ ବାରମ୍ବାର ବନ୍ୟା ସତ୍ତ୍ୱେ ଗୋଟିଏ ବି ଟଙ୍କା ମିଳିନାହିଁ। ବିଭାଗର ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ରାଜ୍ୟ ସରକାର ଏହି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ଅଂଶଦାନ ବାବଦକୁ କେନ୍ଦ୍ରଠାରୁ ୧୦୫୬.୮୩କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଥିବାବେଳେ ୪୫.୦୯କୋଟି ଟଙ୍କା ପାଇଥିଲେ। ସେହିପରି ୨୦୨୫-୨୬ ବର୍ଷରେ ୧,୪୦୦କୋଟି ଟଙ୍କାରୁ ୬୦.୧୨କୋଟି ଟଙ୍କା ପାଇଥିବା ବେଳେ ଚଳିତବର୍ଷ ୧,୮୮୪.୨୫କୋଟି ଟଙ୍କା ବ୍ୟୟ ଅଟକଳରୁ ଏହି ଅବଧି ମଧ୍ୟରେ ଗୋଟିଏ ବି ଟଙ୍କା ମିଳିନାହିଁ। ସେହିପରି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍‌ଏସ୍‌)ରେ କ୍ରମଶଃ ଆର୍ଥିକ ସହାୟତା କମି ଯାଉଛି। ୨୦୨୪-୨୫ରେ ୨୫,୫୬୪.୩୯କୋଟି ଟଙ୍କା କେନ୍ଦ୍ରଠାରୁ ସିଏସ୍‌ଏସ୍‌ରେ ପାଇବାକୁ ବଜେଟ ଅଟକଳ ହୋଇଥିବାବେଳେ ରାଜ୍ୟ ସେଥିମଧ୍ୟରୁ ମାତ୍ର ୧୧,୩୮୪.୦୬ କୋଟି ଟଙ୍କା ପାଇଥିଲା। ଅନୁରୂପ ଭାବେ ୨୦୨୫-୨୬ରେ ରାଜ୍ୟର ବଜେଟ ଆକଳନ (କେନ୍ଦ୍ରଠାରୁ ସିଏସ୍‌ଏସ୍‌) ବଢ଼ି ୨୯,୧୦୧.୪୪ କୋଟି ଟଙ୍କାରେ ପହଞ୍ଚିଥିଲେ ହେଁ ମିଳିଥିଲା ମାତ୍ର ୯,୯୮୧.୦୧କୋଟି ଟଙ୍କା। ସେହିପରି ଚଳିତ ଆର୍ଥିକବର୍ଷର ଏହି ଅବଧି ମଧ୍ୟରେ ବଜେଟ ଆକଳନ ବଢ଼ି ୩୧, ୫୨୭କୋଟି ୨୯ଲକ୍ଷ ଟଙ୍କାରେ ପହଞ୍ଚିଥିଲେ ହେଁ ଓଡ଼ିଶା ପାଇଛି ମାତ୍ର ୨,୮୫୯.୩୪କୋଟି ଟଙ୍କା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?