ରାଜ୍ୟ

ଖୋଲାମେଲା ରେଳ ଷ୍ଟେଶନ: କରୋନା ଧରିବ କ୍ୟାମେରା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ଭାଇରସ୍‌କୁ ନେଇ ସବୁଠି ଭୟ ଓ ଆଶଙ୍କାର ବାତାବରଣ। ସଂକ୍ରମଣ ରୋକିବାକୁ କଡ଼ା ନିର୍ଦ୍ଦେଶ ଜାରି ପରେ ସବୁଠି କଟକଣା ଲଗାଯାଇଛି। ହେଲେ ଓଡ଼ିଶାର ଅନ୍ୟତମ ପ୍ରମୁଖ ପ୍ରବେଶ ପଥ ଭୁବନେଶ୍ୱର ରେଳ ଷ୍ଟେଶନରେ ଏହାର ବ୍ୟତିକ୍ରମ…

ଘରୋଇ ସିଟି ବସ୍‌, ମୋ ବସ୍‌ରେ କଟକଣା ଉଲ୍ଲଂଘନ

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): ଯଥାସମ୍ଭବ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସରକାରୀ ଓ ଘରୋଇ ବସ୍‌ ପାଇଁ କଟକଣା ଜାରି କରାଯାଇଛି। ସିଟ୍‌ଠାରୁ ଅଧିକ ଯାତ୍ରୀ ନ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିୟମ ଉଲ୍ଲଂଘନ ହେଲେ ବସ୍‌ କର୍ମଚାରୀ…

ବାତିଲ ହୋଇନି ବିଇଡି ପରୀକ୍ଷା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ଭାଇରସ୍‌ ପ୍ରତିକାରକୁ ନେଇ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ସହ ପରୀକ୍ଷାକୁ ମଧ୍ୟ ବାତିଲ କରିଦେଇଛନ୍ତି। କିନ୍ତୁ ରାଜ୍ୟ ବାହାର ବିଶ୍ୱବିଦ୍ୟାଳୟ ଅଧୀନରେ ବିିଇଡି କରୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷା ବାତିଲ ହୋଇନାହିଁ । ଆସନ୍ତା…

ସତର୍କତା, ସଚେତନତା ନେଇ ବିଏମ୍‌ସିର ଚଢ଼ାଉ

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବ୍ୟାପକ ସଚେତନତା କରୁଛି। ହୋଟେଲ, ଘରୋଇ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋଚିଂ, ମଲ୍‌, ହାଟ, ମନ୍ଦିର, କଲ୍ୟାଣମଣ୍ଡପ, ପାର୍କ, ଖାଦ୍ୟ ଦୋକାନ, ରେଷ୍ଟୁରାଣ୍ଟ ଓ ଡ୍ୟାନ୍ସ ବାର, କର୍ପୋରେଟ୍‌…

୨ ସପ୍ତାହରେ ୨ କମ୍ପାନୀର ଶୁଭ କାର୍ଯ୍ୟକ୍ରମ ସ୍ଥଗିତ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୩: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୨ ସପ୍ତାହ ମଧ୍ୟରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ୨ କାରଖାନା ଶୁଭ ଦେଇ ନ ପାରି ଫେରିଯାଇଛି। ଗତ ୭ ତାରିଖରେ କଳିଙ୍ଗନଗର ବିଜୁ ପଟ୍ଟନାୟକ ପାର୍କ ନିକଟରେ କେସିକା ମେଟାଲିକ୍ସ…

ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ନାହିଁ ଟଙ୍କାଟିଏ କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଏବଂ ମାଲାୟଲମ୍‌ ପ୍ରଭୃତି ଭାଷାକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି। ଅପରପକ୍ଷରେ ମାତ୍ର ୧୫,୦୦୦ ଲୋକ କହୁଥିବା ସଂସ୍କୃତ ଭାଷାର ପ୍ରସାର ଲାଗି ଧ୍ୟାନ ଦିଆଯାଉଛି। କଂଗ୍ରେସ ନେତା ଜୟରାମ ରମେଶ ସୋମବାର ରାଜ୍ୟ…

ପ୍ରଧାନମନ୍ତ୍ରୀଙ୍କ ନଁ।ରେ କରୋନା ଗୁଜବ, ୪ ଗିରଫ

କେନ୍ଦ୍ରାପଡା ଅଫିସ, ୧୮ା୩: କରୋନା ସମ୍ପର୍କରେ ଗୁଜବ ସୃଷ୍ଟି ନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି। ତେବେ ଏହାକୁ ଅମାନ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ବୋଲି ସାମାଜିକ…

ପଶ୍ଚିମବଙ୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଓଡ଼ିଆ ମୃତ, ୩ ଗୁରୁତର

ଭୁବନେଶ୍ୱର,୧୮।୩(ବ୍ୟୁରୋ): ପଶ୍ଚିମବଙ୍ଗର ସିଲିଗୁଡ଼ି କଲିମ୍‌ପଙ୍ଗ ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭୁବନେଶ୍ୱର ଅଞ୍ଚଳର ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସ୍ଥାନୀୟ ରେଳବିହାରରେ ରହୁଥିବା ରତିକାନ୍ତ ନନ୍ଦ, ଶକୁନ୍ତଳା…

ସାତକୋଶିଆରେ ବୁଲୁଛି ଆହତ ମାଈ ହାତୀ

ବନ୍ତଳା,୧୭।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ଦୁଇଦିନ ହେଲା ବୁଲୁଛି। ହାତୀର ପେଟରେ ତିନିରୁ ଚାରୋଟି କଣା ହୋଇ ଥିବା ଜଣାପଡୁଛି। ଏଣୁ ତା’ ଦେହରେ ଗୁଳି ବାଜିଥିବା ସନ୍ଦେହ…

କରୋନା ସଂକ୍ରମଣ ରୋକିବାକୁ ବିଶ୍ୱଶାନ୍ତି ମହାଯଜ୍ଞ

ସିମୁଳିଆ,୧୭।୩(ଡି.ଏନ.ଏ.)-କରୋନା କବଳରେ ସାରା ବିଶ୍ୱ ପ୍ରଭାବିତ। ଏଥିରୁ ନିସ୍ତାର ପାଇଁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡ଼ି ଅଞ୍ଚଳର ମା’ ବୁଢ଼ୀବାସୁଳୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଦ୍ୱାରା ଆୟୋଜିତ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ। ଏହି ଅବସରରେ ମଙ୍ଗଳବାର…

ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଆଇଏଏସ୍‌ ଅଫିସର ଏସ୍‌.ଭିନିଲକ୍ରିଷ୍ଣା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପରେ ଏବେ ଆଇଏଏସ୍‌ ଅଫିସର ଏସ୍‌.ଭିନିଲକ୍ରିଷ୍ଣା ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ଏ ସମ୍ପର୍କରେ ସେ ଏକ ଭିଡିଓ ଜାରି କରି ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ବିଦେଶରୁ ଫେରିବା ପରେ ସେ ସରକାରଙ୍କ ଓ୍ବେବ୍‌ସାଇଟ୍‌ରେ…

କୋଣାର୍କକୁ ମିଳିଲା ‘ଆଇକନିକ୍‌ ପର୍ଯ୍ୟଟନସ୍ଥଳୀ’ ମାନ୍ୟତା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇଲା ଓଡ଼ିଶା। କୋଣାର୍କକୁ ଏହି ମାନ୍ୟତା ମିଳିଲା । ମଙ୍ଗଳବାର ରାଜ୍ୟ ସଭାରେ ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ସ୍ପଷ୍ଟ କରିଛନ୍ତି। ବିଜେଡି ଏମ୍‌ପି ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri