କରୋନା ପାଇଁ ଘୁଞ୍ଚିଲା: ଏପ୍ରିଲ ୨୫ରେ ବାର୍ ଆସୋସିଏଶନ ନିର୍ବାଚନ
ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ପାଇଁ ସମସ୍ତ ବାର୍ ଆସୋସିଏଶନ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ମାାର୍ଚ୍ଚ ୨୮ ତାରିଖରେ ନିର୍ବାଚନ ହେବାର ରହିଥିଲା। ମାତ୍ର ଏବେ ତାହା ଘୁଞ୍ଚାଯାଇ ଏପ୍ରିଲ ୨୫କୁ ଦିନ ଧାର୍ଯ୍ୟ ହୋଇଛି। ଏ ନେଇ ଓଡ଼ିଶା ବାର୍…
ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା, ସଚିବାଳୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ମହାସଂଘର ଅନୁରୋଧ
ଭୁବନେଶ୍ୱର, ୧୮।୩(ବ୍ୟୁରୋ): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ସଚେତନାମୂଳକ ପଦକ୍ଷେପ ନେଉଛନ୍ତି। ଲୋକଙ୍କୁ ସଚେତନତା ସାଙ୍ଗକୁ ପ୍ରତିରୋଧ କରିବା ପାଇଁ ନେଇଥିବା ପଦକ୍ଷେପକୁ ସଚିବାଳୟ କର୍ମଚାରୀ ମହାସଂଘ ପକ୍ଷରୁ ପ୍ରଶଂସା କରାଯାଇଛି। ଏଥି ସହ ସଚିବାଳୟ କର୍ମଚାରୀ…
ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ପ୍ରସୂତି
ରାୟଗଡା ଅଫିସ, ୧୮।୩: ଖଟରେ ବୁହା ହେଲେ ପ୍ରସୂତି। ଗ୍ରାମକୁ ରାସ୍ତା ନ ଥିବାରୁ ପ୍ରସୂତିଙ୍କୁ ଖଟରେ ବୁହା ହୋଇଥିବା ଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ଡୁମୁକୁ ଗ୍ରାମରରେ। ସେ ହେଲେ ସାବିତ୍ରୀ ତାଡିଙ୍ଗୀ।…
ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ନାମକୁ ପଞ୍ଜୀକୃତ କଲେ ନବୀନ
ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ସତର୍କତାମୂଳକ ପଦକ୍ଷେପସ୍ବରୂପ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ସରକାରୀ ପୋର୍ଟାଲରେ ବୁଧବାର ପଞ୍ଜୀକୃତ କରିଛନ୍ତି। ଏହାଛଡ଼ା ବିଦେଶରୁ ଆସୁଥିବା…
ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହେଲେ ବିଜେଡିର ୪ ପ୍ରାର୍ଥୀ
ଭୁବନେଶ୍ୱର,୧୮।୩(ବ୍ୟୁରୋ): ଚଳିତ ରାଜ୍ୟ ସଭା ପାଇଁ ବିଜେଡିର ୪ ପ୍ରାର୍ଥୀ ବୁଧବାର ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଉ କେହି ପ୍ରାର୍ଥତ୍ପତ୍ର ଦାଖଲ କରି ନ ଥିବାରୁ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର, ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ…
ପିଲାଙ୍କ ଘରେ ଖାଦ୍ୟ ପହଞ୍ଚାଇବେ ଅଙ୍ଗନଓ୍ବାଡି କର୍ମୀ
ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ସତର୍କତା ପାଇଁ ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହୁଥିବାରୁ ପିଲାଙ୍କ ଘରେ ଖାଦ୍ୟ ଦିଆଯିବ। ୩ ରୁ ୬ ବର୍ଷ ପର୍ଯ୍ୟନ୍ତ…
ଦୈନିକ ସାନିଟାଇଜ୍ ହେବ ଏଟିଏମ୍, ଗଫଲତି କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ଭୂତାଣୁକୁ ପ୍ରତିରୋଧ କରିବା ନିମନ୍ତେ ଅର୍ଥ ବିଭାଗ ପକ୍ଷରୁ ବୁଧବାର ବ୍ୟାଙ୍କଗୁଡ଼ିକୁ ଗାଇଡ୍ଲାଇନ ଜାରି କରାଯାଇଛି। ଏଟିଏମ୍ ସାନିଟାଇଜ୍ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ଏଲ୍ବିସି ଆବାହକଙ୍କୁ ଅର୍ଥ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ଚିଠିରେ…
ଆସନ୍ତା ୧୯ରେ ପ୍ରତ୍ୟେକ ପଞ୍ଚାୟତରେ ହେବ ସଭା: ଏପ୍ରିଲ ୧ରୁ ମେ ୧୫ ମଧ୍ୟରେ ହିତାଧିକାରୀଙ୍କୁ ମିଳିବ ୪ ମାସର ଭତ୍ତା, ୩ ମାସର ରାଶନ ସାମଗ୍ରୀ
ଭୁବନେଶ୍ୱର,୧୮।୩(ବ୍ୟୁରୋ): ହାଡଫୁଟି ପରି କରୋନା ପାଇଁ କୌଣସି ଔଷଧ ନାହିଁ। ଏହା ଅତ୍ୟନ୍ତ ସଂକ୍ରାମକ ମଧ୍ୟ। ସଂକ୍ରମଣଠାରୁ ନିଜକୁ ଦୂରେଇ ରଖିବା ସବୁଠାରୁ ବଡ଼ ସୁରକ୍ଷା। ଏଥିପାଇଁ ଘରେ ଅଲଗା ରହିବା ହିଁ ସବୁଠାରୁ ଉପଯୁକ୍ତ ଉପଚାର। ଏହାକୁ ଭୟ କରନ୍ତୁ…
ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ: ଖୋଲା ଥିବା ସ୍କୁଲ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ଗଠନ ହେଲା ସ୍କ୍ବାଡ
ଭୁବନେଶ୍ୱର,୧୮।୩(ବ୍ୟୁରୋ): ଓଡ଼ିଶାରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩୧ ମାର୍ଚ୍ଚ ଯାଏ ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଦେଇଛନ୍ତି। ମାତ୍ର ରାଜ୍ୟର କିଛି ସ୍କୁଲ ଖୋଲାଥିବା ନେଇ ଅଭିଯୋଗ ହୋଇଛି।…
ଏପ୍ରିଲ ୧୫ ଯାଏ ମା’ ବିରଜାଙ୍କ ସାଧାରଣ ଦର୍ଶନ ବନ୍ଦ
ଯାଜପୁର ଅଫିସ୍,୧୮।୩: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ବୁଧବାରଠାରୁ ଏପ୍ରିଲ ୧୫ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ମାତ୍ର ମା’ଙ୍କ ନୀତିକାନ୍ତିରେ କୌଣସି ପରିବର୍ତ୍ତନ ହେବନାହିଁ। ନିଜ ନିଜ ପାଳିରେ ସେବାୟତମାନେ ମା’ଙ୍କ ପୂଜା କରିବେ। ଏ…
ୟେସ୍ ବ୍ୟାଙ୍କରୁ ଫେରି ଆସିବ ମହାପ୍ରଭୁଙ୍କ ଜମା ଟଙ୍କା
ପୁରୀ ଅଫିସ,୧୮।୩: ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ଗତ କିଛିଦିନ ଧରି ଯେଉଁ ବାଦବିବାଦ ଲାଗିରହିଛି, ସେଥିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ଗୁରୁବାର ୟେସ୍ ବ୍ୟାଙ୍କରୁ ସମସ୍ତ ୫୪୫ କୋଟି ଟଙ୍କା ଉଠାଯାଇ ଏକ ଜାତୀୟକରଣ ବ୍ୟାଙ୍କରେ ଜମା…
କରୋନା ପାଇଁ ରାଜଧାନୀ ହାଟ ଉପରେ କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଖୋଲିବ
ଭୁବନେଶ୍ୱର,୧୮।୩(ବ୍ୟୁରୋ): ଭିଡ଼ରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ରାଜଧାନୀରେ ଚାଲୁଥିବା ସମସ୍ତ ହାଟ ପାଇଁ ବୁଧବାର କଟକଣା ଲଗାଯାଇଛି। ବିଶେଷକରି ସନ୍ଧ୍ୟା ସମୟରେ ହାଟରେ ଭିଡ଼ ପରିଲକ୍ଷିତ ହେଉଥିବାରୁ କଟକଣା…
Archives


