ମହଙ୍ଗା ପଡିଲା ଅନ୍‌ଲାଇନରେ ଖାଦ୍ୟ ମଗାଇବା: ଭାଇ, ଭଉଣୀଙ୍କ ଆକାଉଣ୍ଟରୁ ୧.୦୩ ଲକ୍ଷ ଗାଏବ

ବ୍ରହ୍ମପୁର ଅଫିସ,୧୧ା୬-ବ୍ରହ୍ମପୁରରେ ପୁଣି ଥରେ ସାଇବର ଅପରାଧୀ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି। ଅନଲାଇନରେ ଖାଦ୍ୟ ଅର୍ଡର କରି ମଗାଇବା ଜଣେ ଛାତ୍ର ପାଇଁ ଏବେ ମହଙ୍ଗା ପଡିଛି। ଏଥିରେ ତାଙ୍କ ଭଉଣୀ ମଧ୍ୟ ଠକାମୀର ଶିକାର ହୋଇଛନ୍ତି। ଠକ ଗ୍ୟାଙ୍ଗ କୌଶଳକ୍ରମେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ରାମହରି ନଗରରେ ରହୁଥିବା ଜଣେ ବ୍ୟବସାୟୀ ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ପୁଅ ଅଭିଷେକ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କ ଆକାଉଣ୍ଟରୁ ୧ ଲକ୍ଷ ୩ ହଜାର ୮୦୦ ଟଙ୍କା ଠକି ନେଇଛନ୍ତି। ଏ ନେଇ ଅଭିଷେକ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ. ୧୨୩/୨୦ରେ ଏକ ମାମଲା ରୁଜୁୁ କରି ଘଟଣାର ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ, ଅଭିଷେକ ଦୁଇ ଦିନ ତଳେ ଏକ ଅନଲାଇନ ଖାଦ୍ୟ ଯୋଗାଇବା ସଂସ୍ଥାର ଆପ ଜରିଆରେ ୧୧୧ ଟଙ୍କାର ଖାଦ୍ୟ ମଗାଇଥିଲେ। ଉକ୍ତ ସଂସ୍ଥାର ଜଣେ କର୍ମଚାରୀ ଅର୍ଡର ମୁତାବକ ଖାଦ୍ୟ ବ୍ରହ୍ମପୁର ଗାନ୍ଧିନଗର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରୁ ଆଣି ଅଭିଷେକଙ୍କୁ ଦେଇଥିଲେ। ଖାଦ୍ୟ ପୁଡ଼ିଆରୁ ଦୁର୍ଗନ୍ଧ ବାହାରୁଥିବାରୁ ସେ ତାହା ଗ୍ରହଣ କରି ନ ଥିଲେ। ପରେ ଛାତ୍ର ଜଣଙ୍କ ଉକ୍ତ ଅନଲାଇନ ସଂସ୍ଥାକୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଅଭିଷେକଙ୍କୁ ତାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ପରେ ସେ ତାଙ୍କ ଆକାଉଣ୍ଟ ନମ୍ବର ଉକ୍ତ ସଂସ୍ଥାକୁ ପଠାଇଥିଲେ। କିଛି ସମୟ ପରେ ସଂସ୍ଥା ତରଫରୁ ଅଭିଷେକଙ୍କୁ ଫୋନ ଆସିଥିଲା ଯେ ତୁମ ଆକାଉଣ୍ଟ ନମ୍ବର କାମ କରୁନାହିଁ ଏଣୁ ଘରର ଅନ୍ୟ କାହାର ଆକାଉଣ୍ଟ ନମ୍ବର ପଠାଅ। ଏହାପରେ ଅଭିଷେକ ତାଙ୍କ ଭଉଣୀଙ୍କ ଏସବିଆଇ ଆକାଉଣ୍ଟ ନମ୍ବର ଉକ୍ତ ସଂସ୍ଥାକୁ ପଠାଇଥିଲେ। ଦୁଇଟି ଯାକ ଆକାଉଣ୍ଟ ନମ୍ବର ପାଇଯିବା ପରେ ଉକ୍ତ ସଂସ୍ଥା ଅଭିଷେକଙ୍କ ଆକାଉଣ୍ଟରୁ ୪୩୦୦ ଓ ତାଙ୍କ ଭଉଣୀଙ୍କ ଆକାଉଣ୍ଟରୁ ୯୯ ହଜାର ୫୦୦ ଟଙ୍କା ଗାଏବ କରି ଦେଇଥିଲେ। ଠକାମୀର ଶିକାର ହୋଇଥିବା ଜାଣିବା ପରେ ଛାତ୍ର ଜଣଙ୍କ ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri