ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ, ଆଗୁଆ ଦିଆଯିବ ୩ ମାସର ପିଡିଏସ୍ ସାମଗ୍ରୀ: ମନ୍ତ୍ରୀ
ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ। କିଛି ଗୁଜବକାରୀ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ଲୋକେ ସଚେତନ ହେବା ଦରକାର, ଆମେ ଉଦ୍ୟମ କରୁଛୁ। ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଭାଗ…
ହିତାଧିକାରୀଙ୍କୁ ଆଗୁଆ ମିଳିବ ୪ ମାସର ଭତ୍ତା
ଭୁବନେଶ୍ୱର, ୧୭।୩(ବ୍ୟୁରୋ): ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ମିଳିବ। ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଆଗୁଆ ଭତ୍ତା ଖୁବ୍ଶୀଘ୍ର ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ଏ ନେଇ ସୋମବାର ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।
କରୋନା ସତର୍କତା:ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ବୃଦ୍ଧି
ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ସମୟ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କୁ ସହଯୋଗ…
ଦ୍ୱିତୀୟ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ସୁନା ଗହଣା, ଟଙ୍କା ନେଇ ଯୁବକ ଫେରାର
ଦିଗପହଣ୍ଡି,୧୭।୩(ଡି.ଏନ୍.ଏ.): ଦିଗପହଣ୍ଡି ଥାନା ଅଞ୍ଚଳର ଜନୈକା ବିବାହିତାଙ୍କୁ ଜଣେ ଯୁବକ ୨ୟ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ଏପରି କି ଅଭିଯୁକ୍ତ ତାଙ୍କଠାରୁ ସୁନା ଗହଣା ସମେତ ନଗଦ ଟଙ୍କା ଠକିନେଇ ଫେରାର ହୋଇଯାଇଥିବା ମହିଳା ଜଣକ ମଙ୍ଗଳବାର ଦିଗପହଣ୍ଡି…
କରୋନା ପ୍ରଭାବ: ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏ ଖୋଲା ରହିବ ଆହାର କେନ୍ଦ୍ର
ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସତର୍କତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆହାର କେନ୍ଦ୍ର ଖୋଲା ରହିବା ସମୟ ଅବଧିକୁ ସୋମବାରଠାରୁ ବଢ଼ାଯାଇଛି। ଏହା ଦିନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା…
ରାସ୍ତାର ସ୍ଥାୟିତ୍ୱ ଖାଉଛି ବାଲିବୋଝେଇ ଭାରିଯାନ
କୁନ୍ଦୁରା,୧୭ା୩(ଡି.ଏନ୍.ଏ.) ସଡ଼କ ହେଉଛି ବିକାଶର ମାଧ୍ୟମ। ଗମନାଗମନ ସହଜ ସୁଲଭ କରିବା ପାଇଁ ସରକାର ରାସ୍ତା ନିର୍ମାଣ କରିବା ସହ ତାହାର ରକ୍ଷଣାବେକ୍ଷଣ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ କ୍ଷମତାଠାରୁ ଅଧିକ ବାଲି, ପଥରବୋଝେଇ ଭାରୀଯାନ ଚଳାଚଳ କରିବା…
ମାଟ୍ରିକ୍ ଖାତା ମୂଲ୍ୟାୟନବେଳେ ସତର୍କତା ଅବଲମ୍ବନ ନିର୍ଦ୍ଦେଶ
ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଆସନ୍ତା ୧୯ ତାରିଖରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ଯାଏ ଚାଲିବ। ୧୮ ତାରିଖରେ ମୋଟ ୬୧ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନକାରୀ ପହଞ୍ଚତ୍ବେ। ତେବେ ମୂଲ୍ୟାୟନ ସମୟରେ କରୋନା ସତର୍କତା ଅବଲମ୍ବନ କରାଯିବାକୁ ସୋମବାର ବିଦ୍ୟାଳୟ…
କଏଦୀଙ୍କୁ ବଣ୍ଟାଯିବ ସାନିଟାଇଜର, ମାସ୍କ
ଭୁବନେଶ୍ୱର,୧୭।୩ (ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ କଏଦୀମାନଙ୍କୁ ଭିଡିଓ କନ୍ଫରେନ୍ସରେ ହାଜର କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଏକ ଚିଠି କରାଯାଇ ଗାଇଡଲାଇନ୍ ଜାରି କରାଯାଇଥିଲା। ହେଲେ ସୋମବାର…
‘ଭୟଭୀତ ନୁହେଁ ସଚେତନ ହୁଅ’
ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେଉଛନ୍ତି। ପ୍ରାଥମିକ ସ୍ତରରେ ଗହଳି ସ୍ଥାନକୁ ବନ୍ଦ କରିବା ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେଣୁ କରୋନା ପାଇଁ…
ଗୋଟିଏ ଦିନରେ ମାଉସୀମା’ ମନ୍ଦିରରେ ଲାଗିବ ରଥ
ପୁରୁଣା ଭୁବନେଶ୍ୱର,୧୭।୩(ଡି.ଏନ୍.ଏ.): ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନବଦିନାତ୍ମକ ହୋଇଥିବାବେଳେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଞ୍ଚଦିନାତ୍ମକ ହୋଇଥାଏ। କାଳକ୍ରମେ ଠାକୁରଙ୍କ ଏହି ରଥଯାତ୍ରା ମାଉସୀ ମା’ମନ୍ଦିରରେ ପହଞ୍ଚତ୍ବା…
ସ୍ବାସ୍ଥ୍ୟ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା: ବାପାଙ୍କ ଅନ୍ତିମକ୍ରିୟା ସାରି କାର୍ଯ୍ୟରେ ଯୋଗଦେଲେ
ଭୁବନେଶ୍ୱର, ୧୭।୩(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ରବିବାର କରୋନା ମୁକାବିଲା ପାଇଁ ଯେଉଁ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କସରତ ଚାଲିଥିଲା ସେହି ସମୟରେ…
‘କରୋନା’ ଗୀତ ଗାଇ ଟ୍ରୋଲ ହେଲେ ହ୍ୟୁମାନ ସାଗର
ଭୁବନେଶ୍ୱର, ୧୭।୩(ବ୍ୟୁରୋ)/କଟକ ଅଫିସ : ‘ଝିଅ ନୁହେଁ ତୁ କରୋନା ଭାଇରସ୍’। ଏହି ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏହି ଗୀତକୁ ଗାଇ ଟ୍ରୋଲ ହୋଇଛନ୍ତି। ଏହି ଗୀତରେ…
Archives


