ଡିଏଲ୍‌, ଏଲ୍‌ଏଲ୍‌ ସ୍ଲଟ୍‌ ବୁକିଂ ବାତିଲ: ସେପ୍ଟେମ୍ବର ୩୦ ଯାଏ ଗାଡ଼ି କାଗଜପତ୍ର ବୈଧ

କଟକ ଅଫିସ,୧୨।୬: ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲନର୍ସ ଲାଇସେନ୍ସ (ଏଲଏଲ୍‌) ଟେଷ୍ଟ ପୁଣି ଥରେ ଅନ୍ୟାଦେଶ ଯାଏ ବାତିଲ ହୋଇଛି। ଗୁରୁବାରଠାରୁ ଡିଏଲ୍‌ ଟେଷ୍ଟ ନିମନ୍ତେ ସ୍ଲଟ୍‌ ବୁକିଂ ପାଇଁ ଘୋଷଣା କରାଯାଇଥିଲା। ହେଲେ ‘ସାରଥୀ’ ପୋର୍ଟାଲ୍‌ରେ ସମସ୍ୟା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ସୂଚନା ଅନୁଯାୟୀ, କରୋନା ଭୂତାଣୁ ସଂକ୍ରମଣ ଆତଙ୍କ ପରେ ମାର୍ଚ୍ଚ ୧୮ରୁ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ ଓ ମାର୍ଚ୍ଚ ୨୫ରୁ ଟେଷ୍ଟ ବନ୍ଦ ଥିଲା। ଫଳରେ ବହୁ ସଂଖ୍ୟାରେ ଆବେଦନ ମଧ୍ୟ ପଡ଼ି ରହିଥିଲା। ସମସ୍ତ ସ୍ଲଟ୍‌ ବୁକିଂ ଆବେଦନକୁ ବାତିଲ କରିଦିଆଯାଇଛି। ଗୁରୁବାରଠାରୁ ଡିଏଲ୍‌ ଟେଷ୍ଟ ଏବଂ ଏଲ୍‌ଏଲ୍‌ ପାଇଁ ୨୨ ତାରିଖରୁ ସ୍ଲଟ୍‌ ବୁକିଂ କରାଯିବ ବୋଲି ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିସହ ୧୮ରୁ ଡିଏଲ୍‌ ଓ ୨୯ରୁ ଏଲ୍‌ଏଲ୍‌ ଟେଷ୍ଟ ଆରମ୍ଭ କରାଯିବାକୁ କୁହାଯାଇଥିଲା। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗୁରୁବାର ଡିଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ କରିବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ଗୁଡ଼ିକରେ ଭିଡ଼ ଜମିଥିଲା। କିନ୍ତୁ ସାରଥୀ ପୋର୍ଟାଲ୍‌ରେ ତ୍ରୁଟି ଯୋଗୁ ବୁକିଂ ହୋଇପାରି ନ ଥିଲା। ଫଳରେ ଗୁରୁବାର ଅନ୍ୟ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସ୍ଲଟ୍‌ ବୁକିଂ ଏବଂ ଟେଷ୍ଟ ପାଇଁ ନୂଆ ତାରିଖ ଘୋଷଣା କରାଯିବ। ସାରଥୀ ପୋର୍ଟାଲ କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ସୂଚନା ଦିଆଯିବ। ସ୍ଲଟ୍‌ ବୁକିଂ ପାଇଁ ଯେଉଁ ଫି’ ଦାଖଲ ହୋଇଛି, ତାହା କାୟମ ରହିବ। ମାର୍ଚ୍ଚ ୧୮ରୁ ଯେଉଁ ଏଲଏଲ୍‌ଗୁଡ଼ିକର ସମୟସୀମା ଶେଷ ହୋଇଛି, ତାହାର ବୈଧତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପଚରାଉଚରା ପାଇଁ ଆବେଦନକାରୀମାନେ ଆର୍‌ଟିଓକୁ ନ ଯିବା ପାଇଁ ପରିବହନ କମିଶନର ତଥା ଏସ୍‌ଟିଏର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେପ୍ଟେମ୍ବର ୩୦ ଯାଏ ଗାଡ଼ି କାଗଜପତ୍ର ବୈଧ

ଯାନବାହନର କାଗଜପତ୍ର ବୈଧତାକୁ ସେପ୍ଟେମ୍ବର ୩୦ ଯାଏ ବଢ଼ାଇ ଦିଆଯାଇଛି। କେନ୍ଦ୍ର ସରକାର ମଙ୍ଗଳବାର ଏନେଇ ଘୋଷଣା କରିବା ପରେ ରାଜ୍ୟ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ଗୁରୁବାର ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଫେବୃୟାରୀ ପହିଲାରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଶେଷ ହେଉଥିବା ମାଲ୍‌ ପରିବହନ, ଯାତ୍ରୀ ପରିବହନ ଓ ସ୍କୁଲ ଗାଡ଼ିଗୁଡ଼ିକର ଫିଟନେସ୍‌ ଏବଂ ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସର ବୈଧତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଛି। ମାର୍ଚ୍ଚ ୧୮ରୁ ଜୁନ୍‌ ୩୦ ଭିତରେ ଶେଷ ହେଉଥିବା ଲର୍ନିଂ ଲାଇସେନ୍ସଗୁଡ଼ିକର ବୈଧତାକୁ ମଧ୍ୟ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସେହିପରି ଯାତ୍ରୀବାହୀ ବସ୍‌ଗୁଡ଼ିକର ପରମିଟ୍‌ ମଧ୍ୟ ବଢ଼ିଛି। ଫେବୃୟାରୀ ୧ରୁ ଜୁନ୍‌ ୩୦ ଭିତରେ ଯେଉଁ ପରମିଟ୍‌ ଶେଷ ହେଉଛି, ତାହା ଏଣିକି ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ରହିବ ବୋଲି ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?